Thursday, March 28, 2024

Top 5 This Week

Related Posts

ଫରେଷ୍ଟ ରେଞ୍ଜ ଅଫିସରଙ୍କ ଘରେ ପଶିଲା ଭିଜିଲାନ୍ସ, ଦାମୀ କାର୍ ଓ ବୁଲେଟ୍ ଠାବ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଭବାନୀପାଟଣା, (୨୧/୧୨) : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଳାହାଣ୍ଡି କେ.ଗାଁ ଫରେଷ୍ଟ ରେଞ୍ଜ ଅଫିସର୍ କେଶବ ମାଝୀଙ୍କ ଘରେ ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି ।

ଫରେଷ୍ଟ ରେଞ୍ଜ ଅଫିସର୍ କେଶବଙ୍କ ଘର ଓ ଅଫିସ ସମେତ ଏକକାଳୀନ ୪ଟି ସ୍ଥାନରେ ଚଢ଼ାଉ କରାଯାଇଛି । କେଶବଙ୍କ କେ.ଗାଁ କାର୍ଯ୍ୟାଳୟ ,କ୍ୱାର୍ଟର୍ସ ଏବଂ ବ୍ରାହ୍ମଣୀସ୍ଥିତ ପୈତୃକ ଘରେ ଏହି ଚଢ଼ାଉ କରାଯାଇଛି । ସେହିପରି କେଶବଙ୍କ କେସିଙ୍ଗାରେ ଥିବା ତିନି ମହଲା କୋଠା ଘର, ଦାମୀ କାର୍ ଏବଂ ବୁଲେଟ୍ ଠାବ ହୋଇଛି । କୋରାପୁଟ ଓ କଳାହାଣ୍ଡି ଭିଜିଲାନ୍ସ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଛି । ଚଢ଼ାଉରେ ୫ ଜଣ ଡିଏସ୍‌ପି ଓ ୬ ଇନ୍ସପେକ୍ଟର ସାମିଲ ଅଛନ୍ତି । କେଶବ ଆୟଠାରୁ ଅଧିକ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା । ଭିଜିଲାନ୍ସ ବିଭାଗ ଏହାର ତଦନ୍ତ କରି ଆଜି ସକାଳେ କେଶବଙ୍କ ଘରେ ଚଢ଼ାଉ କରିଛନ୍ତି । କେଶବଙ୍କୁ ଘରୁ କେତେ ଟଙ୍କାର ସମ୍ପତ୍ତି ଠାବ ହୋଇଛି ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇ ନାହିଁ ।

Popular Articles