ସିଙ୍ଗାରୀ ଘାଟି ବିପଦ ସଙ୍କୁଳ ଅବସ୍ଥାରେ ସୁଧାର ଆସିବ କେବେ ?

0
120
ସିଙ୍ଗାରୀ ଘାଟି

ରିପୋର୍ଟ : ଦେବଦତ୍ତ ପଣ୍ଡା
କଳାହାଣ୍ଡି, (୨୧/୧୨) : ସିଙ୍ଗାରୀ ଘାଟି ବିପଦ ସଙ୍କୁଳ ଅବସ୍ଥାରେ ସୁଧାର ଆସିବ କେବେ ? କଳାହାଣ୍ଡି ପୁର୍ତ୍ତ ବିଭାଗ ଅଧିନରେ କରା ଯାଉଥିବା ଅଧିକାଂଶ ରାସ୍ତା ନିର୍ମାଣ ଓ ନିମ୍ନମାନର ମରାମତି କାର୍ଯ୍ୟ କରାଯାଉଥିବା ବେଳେ ବିଭାଗୀୟ ଅଧିକାରୀ ଚୂପ ରହିବା ଏକ ପ୍ରକାର ଜନସାଧାରଣ ଙ୍କ ମନରେ ସନ୍ଦେହ ସୃଷ୍ଟି କରୁଅଛି ।

ସିଙ୍ଗାରୀ ଘାଟି ବିପଦ ସଙ୍କୁଳ ଅବସ୍ଥାରେ ସୁଧାର ଆସିବ କେବେ ? ରାସ୍ତା ମରାମତି ସମୟରେ ବିଭାଗୀୟ ଅଧିକାରୀ ଅନୁପସ୍ଥିତ ରହିବାର ସୁଯୋଗ ନେଇ ଠିକାଦାର ନିମ୍ନମାନର କାର୍ଯ୍ୟ କରୁଛନ୍ତି, ଏହା ଯୋଗୁଁ ତାହା ଅଳ୍ପ ଦିନ ମଧ୍ୟରେ ଭୁଷୁଡି ପଡୁଥିବା ବେଳେ ମରାମତି କାର୍ଯ୍ୟରେ ମଧ୍ୟ ଅଳ୍ପ ଦିନରେ ପିଚୁ ଉଠିଯିବା ଘଟଣା ହିଁ ଆଶ୍ଚର୍ଯ୍ୟ ବିଷୟ ହୋଇ ପଡିଛି । ନିମ୍ନମାନର ପିଚୁ କାର୍ଯ୍ୟ କରାଯିବା ଫଳରେ ରାସ୍ତାରେ ପକାଯାଇଥିବା ପିଚୁ ଅଳ୍ପ ଦିନ ମଧ୍ୟରେ ଉଠିଯାଉଥିବା ଦେଖା ଯାଉଛି । ଫଳତଃ ଜନସାଧାରଣ ଓ ଯାନବାହାନ ଚଳାଚଳ ପ୍ରତି ବିପଦ ସଙ୍କେତ ରହୁଛି ।

କଳାହାଣ୍ଡି ଜିଲ୍ଲା ର ଆଦିବାସୀ ବହୁଳ ବଣ ପାହାଡ ଘେରା ଥୁଆମୂଳ ରାମପୁର ବ୍ଳକ ଓ କଲମପୁର ବ୍ଳକ କୁ ସଂଯୋଗ କରୁଥିବା ସିଙ୍ଗାରୀ ଘାଟି ରାସ୍ତା ଏବେ ବିପଦ ସଙ୍କୁଳ ଅବସ୍ଥାରେ ଅଛି । ସିଙ୍ଗାରୀ ଘାଟି ଅଞ୍ଚଳ ରାସ୍ତାରେ ଯାନବାହନ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ କାରଣରୁ କେତେକ ଙ୍କ ମୃତ୍ୟୁ ମଧ୍ୟ ହୋଇଛି । ରାସ୍ତା ନିର୍ମାଣ ପାଇଁ ସରକାରଙ୍କ ତରଫରୁ ପର୍ଯ୍ୟାପ୍ତ ପରିମାଣ ରେ ଅର୍ଥ ଆସୁଥିବା ବେଳେ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ଲାଭଖୋର ମନୋଭାବ ଯୋଗୁଁ ନିମ୍ନମାନର କାମ କରାଯାଇଥିବା ଦେଖିବାକୁ ମିଳିଛି । ସିଙ୍ଗାରୀ ଘାଟି ରାସ୍ତା ହେଉଛି ଥୁଆମୂଳ ରାମପୁର ବ୍ଳକ ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ରାସ୍ତା ଏହି ରାସ୍ତା ଉପରେ ଅନେକ ଲୋକ ନିର୍ଭର କରୁଛନ୍ତି ।

ଏହି ରାସ୍ତା ସଂଯୋଗ କରୁଅଛି ଯାହାକି କଲମପୁର, ଜୟପାଟଣା, ଭବାନୀପାଟଣା, ଧର୍ମଗଡ, ନବରଙ୍ଗପୁର, ରାୟଗଡା ଭଳି ଅନେକ ସ୍ଥାନ ସହ ଯୋଗଯୋଗର ସୁଗମ ପଥ ଭାବରେ ପରିଚିତ । ସେହି ରାସ୍ତାକୁ ସଂପୂର୍ଣ୍ଣ ଭାବରେ ଅବହେଳା କରିବା ଶୋଭନୀୟ ନୁହେଁ ବୋଲି ମତପ୍ରକାଶ ପାଉଛି । ରାସ୍ତା ମରାମତି କାର୍ଯ୍ୟ ନିମ୍ନମାନର ହୋଇଥିବା ଯୋଗୁଁ ଅଳ୍ପ ଦିନ ମଧ୍ୟରେ ପିଚୁ ଉଠିଯାଇଛି । ଏହା ପ୍ରତି ବିଭାଗୀୟ ଅଧିକାରୀ ଚୂରନ୍ତ ପଦକ୍ଷେପ ନେବା ପାଇଁ ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଥିବା ଜଣାପଡିଛି l