ସରସ୍ବତୀ ଶିଶୁ ମନ୍ଦିରର ବାର୍ଷିକ କ୍ରୀଡା ପ୍ରତିଯୋଗିତା

ରିପୋର୍ଟ: ଗୋପୀନାଥ ଗୌଡ଼ //
ରାୟଗଡା(୨୫/୧୧): ରାୟଗଡା ସହରସ୍ଥିତ ରାମକୃଷ୍ଣ ନଗରରେ ଥିବା ସରସ୍ବତୀ ଶିଶୁମନ୍ଦିରର ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବାର୍ଷିକ କ୍ରୀଡା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଏହି ବିଦ୍ୟାଳୟରେ ମୋଟ ପିଲା ସଂଖ୍ୟା ଦୁଇ ଶହ । ସ୍ଥାନୀୟ ରେଲୱେ ଖେଳ ପଡିଆ ଠାରେ ଏହି କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି |

ଏହି ବାର୍ଷିକ କ୍ରୀଡା ଉଦଘାଟନ କରିଥିଲେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଉପସଭାପତି ଶ୍ରୀମତୀ ଅଞ୍ଜଳି ପଣ୍ଡା, ପ୍ରଧାନ ଆଚାର୍ଯ୍ୟ ରମେଶ ଚନ୍ଦ୍ର ଗୌଡ଼ ଓ କ୍ରୀଡ଼ା ପ୍ରମୁଖ ଶ୍ରୀଯୁକ୍ତ ସରୋଜ କୁମାର ପାଣିଗ୍ରାହୀ, ଋତୁରାଜ ପଟନାୟକ ଓ ଅନ୍ୟାନ୍ୟ ସମସ୍ତ ଗୁରୁଜୀ ଓ ଗୁରୁମା ଖେଳ ସବୁ ସୁଚାରୁ ରୂପେ ତୁଲାଇ ଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶହେ,ଦୁଇ ଶହ, ଚାରିଶହ,ଛଅଶହମିଟର ଦୌଡ଼, ଥାଳିଆ ଫିଙ୍ଗା,ଲୁହା ଗୋଳା ଫିଙ୍ଗା, ବୋଲ-ବାଲଟି ଖେଳ, ଶହେ ଓ ଦୁଇ ଶହ ମିଟର ଗଣିତ ଦୌଡ଼, ଉଚ୍ଚଡିଆଁ,ଲମ୍ବଡିଆଁ,ଏବଂ ସଂଗୀତ ଚୌକି ଖେଳ ଏହି ପ୍ରକାର ପ୍ରତିଯୋଗିତା ଗୁଡ଼ାକର ଉଭୟ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ଅନ୍ୟାନ୍ୟ ଖେଳ ପ୍ରତିଯୋଗୀତା ର ମଧ୍ୟ ଆୟୋଜନ କରାଯାଇଥିଲା | ଏହି ଖେଳକୁଦ ରେ ବିଜୟୀ ହୋଇଥିବା ଛାତ୍ରଛାତ୍ରୀ ଜିଲ୍ଲା ସ୍ତରରେ ଯେଉଁ ଆଠ ଗୋଟି ସରସ୍ୱତୀ ଶିଶୁ ମନ୍ଦିର ବିଦ୍ୟାଳୟ ର କ୍ରୀଡା ରେ ଭାଗ ନେବେ ।

ଏହା ଜେକେପୁର ଖେଳ ପଡିଆରେ ଅନୁଷ୍ଠିତ ହେବ ବୋଲି। ପ୍ରଧାନ ଆଚାର୍ଯ୍ୟ କହିଛନ୍ତି।
ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ଙ୍କ କହିବା ଅନୁଯାୟୀ ବର୍ତ୍ତମାନର ସମୟରେ ପିଲାଙ୍କ ମଧ୍ୟରେ ମୋବାଇଲ ଓ ଟେଲିଭିଜନ ପ୍ରାଧାନ୍ୟ ବିସ୍ତାର କରୁଥିବା ବେଳେ ପିଲାମାନେ ଶାରୀରିକ ଖେଳକୁଦ ଠାରୁ ଦୁରେଇ ରହୁଛନ୍ତି | ପ୍ରାୟତଃ ପିଲାମାନଙ୍କ ମଧ୍ୟରେ ଶାରୀରିକ ଓ ମାନସିକ ବିକାଶ ର ଅଭାବ ରହୁଛି | ତେଣୁ ଏହିପରି ଶାରୀରିକ ଖେଳକୁଦ ପ୍ରତିଯୋଗୀତା ଦ୍ୱାରା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶାରୀରିକ ଓ ମାନସିକ ବିକାଶ ଦେଖାଦେବ |

Leave a Reply

This site uses Akismet to reduce spam. Learn how your comment data is processed.