୨୨୦କେଭି ବିଦ୍ୟୁତ ଟାୱାର ନିର୍ମାଣ କାର୍ଯ୍ୟ କୁ ବିରୋଧ : ତହସିଲ କାର୍ଯ୍ୟାଳୟ ରେ ତାଲା

0
124
୨୨୦କେଭି

ରିପୋର୍ଟ : ଧ୍ରୁବରାଜ ମିଶ୍ର
ବିନିକା, (୨୦/୧୨) : ବିନିକା ସହରାଞ୍ଚଳ ଭିତରେ ଦେଇ ୨୨୦କେଭି ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ ଟାୱାର ନିର୍ମାଣ କାର୍ଯ୍ୟକୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବା ଦାବି ନେଇ ଆଜି ବିନିକା ତହସିଲ କାର୍ଯ୍ୟାଳୟରେ ବିକ୍ଷୋଭ କାରୀ ତାଲା ପକାଇ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।WhatsApp Image 2022 12 21 at 10.12.41 1 ୨୨୦କେଭି ବିଦ୍ୟୁତ ଟାୱାର ନିର୍ମାଣ କାର୍ଯ୍ୟ କୁ ବିରୋଧ : ତହସିଲ କାର୍ଯ୍ୟାଳୟ ରେ ତାଲା

୨୨୦କେଭି ବିଦ୍ୟୁତ ଟାୱାର ନିର୍ମାଣ କାର୍ଯ୍ୟ କୁ ବିରୋଧ କରି ତହସିଲ କାର୍ଯ୍ୟାଳୟରେ ବିକ୍ଷୋଭ କାରୀ ତାଲା ପକାଇ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ହେଳେ ଦୀର୍ଘ ସମୟ ଧରି କେହି ପ୍ରଶାସନିକ ଅଧିକାରୀ ନ ଆସିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା । ଆସନ୍ତାକାଲି ବୁଧବାର ବିନିକା ସହରକୁ ୧୨ଘଣ୍ଟା ବନ୍ଦ ପାଳନ କରାଯିବା ପାଇଁ ନିଷ୍ପତି ନିଆଯାଇଛି । ସମସ୍ତ ଦୋକାନ ବଜାର ସରକାରୀ ବେସରକାରୀ ଅନୁଷ୍ଠାନ ବନ୍ଦ କରାଯିବ ବୋଲି ସୂଚନା ମିଳିଛି ।

ପ୍ରକାଶ ଥାଉକି, କଟାପାଲି ରୁ ବିନିକା ଦେଇ କିଆକଟା ଯାଉଥିବା ୨୨୦ କେଭି ଟ୍ରାନ୍ସମିଶନ ଲାଇନ ବିନିକା ପରିବର୍ତ୍ତେ ଅନ୍ୟତ୍ର ନେବାକୁ କେତେକ ଜମି ସ୍ୱତାଧିକାରୀ ଓ ଜନସାଧାରଣ ପୂର୍ବରୁ ଅନେକ ଥର ତହସିଲଦାର, ଏନଏସି ଅଧ୍ୟକ୍ଷ ଏବଂ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣୀ ଶିବିର ରେ ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଲି ପାରିନାହିଁ । ଗତକାଲି କାର୍ଯ୍ୟ ଚାଲିଥିବା ସ୍ଥାନକୁ ଯାଇ କାମ ବନ୍ଦ କରିଥିଲେ । ଯେ ପର୍ଯ୍ୟନ୍ତ ଏହା ସ୍ଥାନାନ୍ତରିତ କରାନଯିବ ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନ କାରୀମାନେ ପ୍ରକାଶ କରିଛନ୍ତି ।