ଶୀତକାଳୀନ ଏନ୍ ଏସ ଏସ ଶିବିର ଉଦଘାଟିତ

0
149
ଶୀତକାଳୀନ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ ।
ଗୁଣପୁର, (୨୦/୧୨) : ଆଜି ଗୁଣୁପୁର ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ସ୍ଵତନ୍ତ୍ର ଶୀତକାଳୀନ ଏନ୍ ଏସ ଏସ ଶିବିର ଉଦ୍ଘାଟିତ ହୋଇଯାଇଛି ।WhatsApp Image 2022 12 20 at 20.22.31 ଶୀତକାଳୀନ ଏନ୍ ଏସ ଏସ ଶିବିର ଉଦଘାଟିତ

ଶୀତକାଳୀନ ଏନ୍ ଏସ ଏସ ଶିବିର ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୁଣପୁର ତହସିଲଦାର ଶ୍ରୀଯୁକ୍ତ ଶରତ ଚନ୍ଦ୍ର ନାୟକ ଯୋଗଦେଇ ଦେଶ ଗଠନରେ ଯୁବ ଶକ୍ତିର ବିଶେଷ ଭୂମିକା ରହିଥିବା ବେଳେ ଜାତୀୟ ସେବା ଯୋଜନା ମାଧ୍ୟମରେ ଏଭଳି ଶିବିର ଦ୍ଵାରା ଛାତ୍ରଛାତ୍ରୀ ସାମାଜିକ ସେବା ନେଇ ବହୁତ କିଛି ଶିକ୍ଷା ଲାଭ କରିବା ସହ ଭବିଷ୍ୟତ ଜୀବନରେ ଏକ ସୁନାଗରିକ ଭାବେ ଗଢିତୋଳିବେ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ମାନିୟ ଅତୀଥି ଭାବରେ ପ୍ରାଧ୍ୟପକ ତଥା ଏନ୍ ଏସ ଏସ ର ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀଯୁକ୍ତ ଶଶିଭୂଷଣ ମହାନ୍ତି ଯୋଗ ଦେଇଥିବା ବେଳେ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ପଣ୍ଡା ପୌରହିତ କରିଥିଲେ ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ଏନ୍ ଏସ ଏସ ୟୁନିଟ ୧ର ଅଧିକାରୀ ତଥା ଅଧ୍ୟାପକ ଶ୍ରୀ ଅମୀୟ ରଞ୍ଜନ ମହାନ୍ତି ସ୍ଵାଗତ ଭାଷଣ ଦେଇ ଏହି ଶିବିରରେ ଶିବିରାର୍ଥୀ ସ୍ଵଚ୍ଛ ଭାରତ କାର୍ଯ୍ୟକ୍ରମ ହାତକୁ ନେବା ସହ ବୃକ୍ଷରୋପଣ ନେଇ ଲୋକଙ୍କୁ ସଚେତନତା କରିବା, ସ୍ୱାସ୍ଥ୍ୟ ସଚେତନତା, ସାକ୍ଷରତ।, ବାଲ୍ୟବିବାହ ରୋକିବା, ସ୍ୱେଛାକୃତ ରକ୍ତଦାନ ଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଥିଲେ । ଏଥିସହ ପୋଷ୍ୟଗ୍ର।ମ ଭାବେ ହାଉସଂ ବୋର୍ଡ ଓ ବନ୍ଦୁଗୁଡ଼ା ଗ୍ରାମକୁ ଚିହ୍ନଟ କରାଯାଇ ସେଠାରେ ଉପରୋକ୍ତ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ସୂଚନା ଦେଇଥିଲେ ‌।WhatsApp Image 2022 12 20 at 20.22.30 ଶୀତକାଳୀନ ଏନ୍ ଏସ ଏସ ଶିବିର ଉଦଘାଟିତ

ଏହି ଶିବିରରେ ୧୦୦ ଜଣ ସ୍ୱେଛାସେବି ଛାତ୍ରଛାତ୍ରୀ ଶାଖା ନଂ ୧ ଓ ୨ ର ଅଂଶ ଗ୍ରହଣ କରିଥିବା ବେଳେ ଏହା ୨୦/୧୨/୨୦୨୨ ତାରିଖ ଠାରୁ ଆରମ୍ଭ ହୋଇ ୨୬/୧୨/୨୦୨୨ ତାରିଖରେ ଉଦଯାପିତ ହେବ ବୋଲି ସୂଚନା ଦେଇଥିଲେ । ପରିଶେଷରେ ୟୁନିଟ ୨ର କାର୍ଯ୍ୟକ୍ରମ ଅଧିକାରି ସୁଶ୍ରୀ ଡଃ ଦେବିଶ୍ରୀ ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ । ଅପରାହ୍ନରେ ସ୍ୱେଛାସେବି ମାନଙ୍କଦ୍ୱାରା ପଲିଥିନ ମୁକ୍ତ ସବୁଜ ପରିବେଶ ସୃଷ୍ଟି ପାଇଁ ଉଭୟ ପୋଷ୍ୟ ଗ୍ରାମ ଗୁଡ଼ିକରେ ବିଭିନ୍ନ ସ୍ଲେ।ଗାନ ଦେଇ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା ।