୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ

0
125
୧୨ ଘଣ୍ଟିଆ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ବାରିପଦା, (୨୦/୧୨) : ଆଦିବାସୀ ଭାଷା ଶିକ୍ଷକଙ୍କୁ ନିୟମିତ କରିବା ଦାବିରେ ଆଜି ମୟୂରଭଞ୍ଜ ଜିଲ୍ଲାକୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି ।

ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ମୟୂରଭଞ୍ଜ ଜିଲ୍ଲାରେ ଥିବା ଅନେକ ଆଦିବାସୀ ସଙ୍ଗଠନ ମିଳିତ ଭାବେ ଏହି ବନ୍ଦ ଡାକରା ଦେଇଛନ୍ତି । ଫଳରେ ଦୋକାନ ବଜାର ଓ ଗାଡ଼ିଚଳାଚଳ ବନ୍ଦ ରହିଛି । ବାରିପଦା ସମେତ ରାଇରଙ୍ଗପୁର, କରଞ୍ଜିଆ ଉପଖଣ୍ଡର ବିଶୋଇ, ଜଶିପୁର, ବହଳଦା ସମେତ ଅନେକ ଅଞ୍ଚଳରେ ଆଜି ସକାଳୁ ସକାଳୁ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି ।

୨୦୦୭ ମସିହାରେ ଆଦିବାସୀ ଭାଷା ଶିକ୍ଷକଙ୍କୁ ଚୁକ୍ତି ଭିତ୍ତିକ ନିଯୁକ୍ତି ଦିଆଯାଇଥିଲା । ଦୀର୍ଘ ୧୫ ବର୍ଷ ବିତି ଯାଇଥିଲେ ମଧ୍ୟ ସେମାନଙ୍କୁ ସ୍ଥାୟୀ ନିଯୁକ୍ତି କରାଯାଇ ନାହିଁ । ଏହାସହ ସେମାନଙ୍କ ବେତନକୁ ବୃଦ୍ଧି କରାଯାଇ ନଥିଲା । ଏଥିପାଇଁ ଆଦିବାସୀ ଭାଷା ଶିକ୍ଷକଙ୍କୁ ନିୟମିତ କରିବା ଲାଗି ବିଭିନ୍ନ ସମୟରେ ଦାବି ହୋଇ ଆସୁଛି । ସରକାରୀ ଶିକ୍ଷକ ୬୦ ହଜାର ଟଙ୍କାରୁ ଅଧିକ ବେତନ ପାଉଥିବା ବେଳେ ଆଦିବାସୀ ଭାଷା ଶିକ୍ଷକ ମାନଙ୍କୁ ମାତ୍ର ୩୨୦୦ ଟଙ୍କା ଦିଆଯାଉଛି । ଆଦିବାସୀ ଭାଷା ଶିକ୍ଷକଙ୍କୁ ପ୍ରତାରଣା ଦିଆଯାଇଛି ବୋଲି ଆଦିବାସୀ ଭାଷା ଶିକ୍ଷକ ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି । ଦାବି ପୂରଣ ନ ହେଲେ ଆନ୍ଦୋଳନ ଜୋରଦାର ହେବ ବୋଲି ଚେତାବନୀ ଦିଆଯାଇଛି ।