ବୁଢ଼ୀପଦର ଖେଳ ପଡିଆରେ ଏକ ଦିବସୀୟ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ

ରିପୋର୍ଟ: ବିମଳେନ୍ଦୁ ସାହୁ
ଲୋଇସିଂହା (୨୪/୧୧): ଲୋଇସିଂହା ବ୍ଲକ ବୁଢ଼ୀପଦର ପଂଚାୟତର ଖେଳ ପଡିଆ ଉଦ୍ଘାଟନ ଅବସରରେ ଏକ ଦିବସୀୟ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ତେନ୍ତୁଳିଖୁଣ୍ଟି, ବିଶାଲପାଲି, ସୁଜିଆ, ଅଏଲାସାରି, ବୁରଡା, କୁଶଙ୍ଗ, ମୂର୍ଷୁଣ୍ଢ ପ୍ରମୁଖ ୮ ଟି ଦଳ ଅଂଶଗ୍ରହଣ କରିଥିଲେ ।

ସରପଞ୍ଚ ଲକ୍ଷ୍ମୀ ପଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ବଲାଂଗୀର ପିଡ଼ି ଡିଆରଡିଏ ମହେଶ୍ବର ସ୍ୱାଇଁ ଏବଂ ସମ୍ମାନିତ ଅତିଥି ଭାବେ ବିଡ଼ିଓ ରାମଚନ୍ଦ୍ର ଖାଡ଼ିଆ, ଜିଲା ପରିଷଦ ସଭ୍ୟ ସାଇ ଶଙ୍କର ସାହୁ, ବ୍ଲକ ଉପାଧ୍ୟକ୍ଷ ଯତୀନ୍ଦ୍ର ପଟେଲ ଯୋଗ ଦେଇଥିଲେ । ଅବସରପ୍ରାପ୍ତ ଶିକ୍ଷକ ଅଲେଖ ମହାକୁର ସଭା ସଂଯୋଜନା କରିଥିଲେ । ସୁଜିଆ ଓ ତେନ୍ତୁଳିଖୁଣ୍ଟି ଦଳ ମଧ୍ୟରେ ଅନୁଷ୍ଠିତ ଫାଇନାଲ ମ୍ୟାଚ ରେ ସୁଜିଆ ଏକାଦଶ ୧-୦ ଗୋଳରେ ତେନ୍ତୁଳିଖୁଣ୍ଟି ଏକାଦଶକୁ ହରାଇ ବିଜେତା ହୋଇଥିଲା । ଉଦଯାପନି ତଥା ପୁରସ୍କାର ବିତରଣୀ ସମାରୋହରେ ସାଂସଦ ପ୍ରତିନିଧି ବାଳକୃଷ୍ଣ ଧରୁଆ, ବୁଢ଼ୀପଦର ସରପଞ୍ଚ ଲକ୍ଷ୍ମୀ ପଧାନ ଓ ଜିଲା ପରିଷଦ ସଭ୍ୟ ସାଇ ଶଙ୍କର ସାହୁ ଅତିଥି ଭାବେ ଯୋଗଦେଇ ଉଭୟ ବିଜେତା ଓ ଉପ ବିଜେତା ଦଳକୁ ପୁରସ୍କୃତ କରିଥିଲେ । ସୁଜିଆ ଦଳର ସୁରେନ ଭୋଇଙ୍କୁ ଟୁର୍ଣ୍ଣାମେଣ୍ଟ ର ଶ୍ରେଷ୍ଠ ଖେଳାଳୀ ଓ ଅଜିତ ଥନାପତିଙ୍କୁ ଫାଇନାଲ ମ୍ୟାଚର ଶ୍ରେଷ୍ଠ ଖେଳାଳୀ ଭାବେ ପୁରସ୍କୃତ କରାଯାଇଥିଲା । ସମ୍ପତ୍ତି ପଧାନ, ବିଭୀଷଣ ପଧାନ, ସନ୍ତୋଷ ଧରୁଆ, ରଘୁନାଥ ସେଠୀ, ଅକ୍ଷୟ ଭୋଇ ପ୍ରମୁଖ ଖେଳ ପରିଚାଳନା କରିଥିବା ବେଳେ ସ୍ଥାନୀୟ ଗ୍ରାମର ଏଥଲେଟିକ ଆସୋସିଏସନ ସହାୟତା କରିଥିଲା ।

Leave a Reply

This site uses Akismet to reduce spam. Learn how your comment data is processed.