ଅଜଣା ଟ୍ରାକ୍ଟର ବାଇକ କୁ ଧକ୍କା ଦେଇ ମହିଳା ମୃତ୍ୟୁ ଶିଶୁ ଓ ବାପା ଗୁରୁତର

0
128
ଅଜଣା ଟ୍ରାକ୍ଟର

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୧୯/୧୨) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ କନ୍ଧ ଖାତିପାଡୁ ପଞ୍ଚାୟତର ଅଡୁଗୁଡା ଗାଁ’ର ବାନନ୍ତି କାଣ୍ଡାଗରେ (୩୫) ଅଜଣା ଟ୍ରାକ୍ଟର ସହ ଧକ୍କା ଦେଇ ମହିଳା ମୃତ୍ୟୁ ହୋଇଥିବା ବେଳେ ବାପା ଜିପିଟିଏ (ଜି ଆର ଏସ) ଶ୍ରାବଣ କୁମାର ଜାମି ଓ ତାଙ୍କ ୧୩ ମାସ ଶିଶୁ ଗୁରୁତର ହୋଇ ଚିକିତ୍ସା ହେଉଥିବା ଦେଖିବାକୁ ମିଳିଛି ।

ଆଜି ସକାଳେ ଥେରୁବାଲି ବଜାର କରିବାକୁ ଯାଇ ଫେରୁଥିବା ବେଳେ ଥେରୁବାଲି ବିଦ୍ୟାଳୟ ସମୁଖ ଏକ ଅଜଣା ଟ୍ରାକ୍ଟର ବାଇକ କୁ ଧକ୍କା ଦେଇଥିଲା ଯାହା ଫଳରେ ବାଇକ ପଡିଯାଇଥିଲା ଉକ୍ତ ସ୍ଥାନରେ ମହିଳା ବାନନ୍ତି ମୃତ୍ୟୁ ହୋଇଥିଲା । ଜିପିଟିଏ (ଜି ଆର ଏସ) ଶ୍ରାବଣ ଙ୍କ ନିଜ ଗାଁ କଲନରା ବ୍ଲକ ର ରବିବାଡି ସେ କଲ୍ୟାଣସିଂହପୁର ବ୍ଲକ ରେ ଜି ଆର ଏସ ଚାକିରି ପାଇଲା ପରେ କନ୍ଧ ଖାତିପାଡୁ ପଞ୍ଚାୟତ ର ଅଡୁଗୁଡା ଗାଁ’ର ଆଦିବାସୀ ଝିଅକୁ ପ୍ରେମ ବିବାହ କରି ଏକ ୧୩ ମାସର ଶିଶୁ କୁ ଧରି ବଜାର କରିବା କୁ ଯାଇଥିବା ଜଣା ପଡ଼ିଛି ।

ଟ୍ରାକ୍ଟର ବାଇକ କୁ ଧକ୍କା ଦେବାରୁ ରାଜରାସ୍ତାରେ ପଡିଥିବା ଅବସ୍ଥା ଦେଖି ସେହି ସମୟରେ ଯାଉଥିବା ବେଳେ କିଛି ଲୋକ ସ୍ଥାନୀୟ ଥାନା ଓ ରୋଗୀବୁହା ଗାଡିକୁ ଯୋଗାଯୋଗ କରିଥିଲେ । ଘଟଣା ସ୍ଥଳରେ ରୋଗୀବୁହା ଗାଡି ପହଞ୍ଚି ଗୁରୁତର ଶ୍ରାବଣ ଓ ଶିଶୁଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ।