Thursday, August 6, 2020
Home District News ଜିଲ୍ଲା ସ୍ତରୀୟ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ କ୍ରୀଡା ପ୍ରତିଯୋଗିତା

ଜିଲ୍ଲା ସ୍ତରୀୟ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ କ୍ରୀଡା ପ୍ରତିଯୋଗିତା

ରିପୋର୍ଟ: ଗୋପୀନାଥ ଗୌଡ଼
ରାୟଗଡା(୨୩-୧୧-୨୦୧୯) ଆଜି ସ୍ଥାନୀୟ ଜିସିଡ଼ି ଉଚ୍ଚ ବିଦ୍ୟାଳୟର ଖେଳପଡିଆ ଠାରେ ଜିଲ୍ଲା ସ୍ତରୀୟ ଦିବ୍ୟାଙ୍ଗ ମାନଙ୍କ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି | ରାୟଗଡା ଜିଲ୍ଲାର ପ୍ରାୟ ୧୧ଟି ବ୍ଲକର ବିଭିନ୍ନ ବିଦ୍ୟାଳୟର ପ୍ରଥମ ରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ |

ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପ୍ରମୋଦ କୁମାର ବେହେରା (ରାୟଗଡା ଜିଲ୍ଲାପାଳ )କାର୍ଯ୍ୟକ୍ରମ ଟିର ଶୁଭ ଉଦଘାଟନ କରିଥିଲେ | ଛାତ୍ରଛାତ୍ରୀ ପ୍ରଥମେ କ୍ରୀଡା ପତାକା ଉତ୍ତଳନ କରି ମଶାଲ ସ୍ଥାପନ କରିଥିଲେ | ସମ୍ମାନିତ ଅତିଥିଭାବେ ରାୟଗଡା ଏସପି ଡ଼ଃ ଶ୍ରାବଣ ବିବେକ ଏମ, ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ଟୁକୁ ବାରିକ, ଜିଲ୍ଲାର ମଙ୍ଗଳ ଅଧିକାରୀ ନନ୍ଦଲାଲ ବିଶ୍ୱାଳ,ସର୍ବଶିକ୍ଷା ଅଭିଯାନ ର ଡିସିପି ଅନ୍ଵେସ୍ତେସିଆ କେର୍କେଟା, ଜିଲ୍ଲା କ୍ରୀଡା ଅଧିକାରୀ ଶେଖ ଅଲେନ୍ଥର, ଜିଲ୍ଲା ସାମାଜିକ ଅଧିକାରୀ ଆଦିପତି କହଁର, ପୂର୍ଣ୍ଣଚଦ୍ର ବରିହା, ରମେଶଚଦ୍ର ନାୟକ, ବସନ୍ତ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ | ଏହି ପ୍ରତିଯୋଗିତାରେ ବିଭିନ୍ନ ବିଦ୍ୟାଳୟ ରୁ ୧୮୧ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ | ୨୦ ଟି ଇଭେଣ୍ଟ ରେ ମୋଟ ୬୪ଟି କ୍ରୀଡା ପ୍ରତିଯୋଗିତା କରାଯାଇଥିଲା | ପ୍ରଥମ ହୋଇଥିବା ପ୍ରତିଯୋଗୀଙ୍କୁ ଏକ ହଜାର ଟଙ୍କା, ଦ୍ଵିତୀୟ ପ୍ରତିଯୋଗୀଙ୍କୁ ୭୫୦ଟଙ୍କା, ତୃତୀୟ ପ୍ରତିଯୋଗୀଙ୍କୁ ୫୦୦ଟଙ୍କା ଲେଖାଏଁ ଦେବା ସହିତ ମେଡାଲ ସହିତ ପ୍ରମାଣ ପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା |

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଜନ୍ମରୁ ଅନ୍ଧ, ପୁଣି ସ୍ତ୍ରୀ ଶଯ୍ୟାଶାୟୀ, ମୁଣ୍ଡ ଗୁଞ୍ଜିବା ପାଇଁ ବାରଦୁଆର-ପ୍ରଶାସନର ଦୃଷ୍ଟି ପଡୁ

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (୦୬/୦୮): ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ରାଜବୋଡାସମ୍ବର ବ୍ଲକ ବୁଡେନ ଗ୍ରାମପଂଚାୟତ ଅନ୍ତର୍ଗତ ସିଲେଟପାଲି ଗ୍ରାମର ରଘୁ ନାଗର ଏକ ଦୁଃଖଦ କାହାଣୀ । ଜନ୍ମ...

ବନ୍ଧୁଗାଁ ରେ ବିଭିନ୍ନ କାର୍ଯ୍ୟାଳୟରେ ନିରବ ପ୍ରର୍ଥନ ସହ ଶପଥ ପାଠ ଅନୁଷ୍ଠିତ

ରିପୋର୍ଟ: ମିନା ବେହେରା // ବନ୍ଧୁଗାଁ (ତା୫:୮:୨୦): ବନ୍ଧୁଗାଁ ବ୍ଲକଠାରେ ଆଜି ପୋଲିସ ବିଭାଗର ସମସ୍ତ ଅଧ8କାରୀ,ଅଗ୍ନିଶମ ବିଭାଗର ସମସ୍ତ ଅଧିକାରୀ ଓ ବନ ବିଭାଗର ରେଞ୍ଜର କାର୍ଯ୍ୟାଳୟର ସମସ୍ତ ଅଧିକାରୀଙ୍କ ଉପିସ୍ତିତରେ ଆଜି...

ଅଯୋଧ୍ୟାରେ ରାମ ମନ୍ଦିର ଭୂମି ପୂଜନ ଅବସରରେ ବୋରିଗୁମ୍ମା ଭା.ଜ.ପା.ତରଫରୁ ହୋମ ଓ ପୂଜାପାଠ

ରିପୋର୍ଟ : ରବିଶଙ୍କର ମହାପାତ୍ର // କୋରାପୁଟ(୦୫/୦୮): ଆଜି ପୂର୍ବାହ୍ନରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ଶ୍ରୀରାମ ମନ୍ଦିର ପରିସରରେ ଭାରତୀୟ ଜନତା ପାର୍ଟି ତରଫରୁ ଅଯୋଧ୍ୟାରେ ରାମ ମନ୍ଦିର ଭୂମି ପୂଜନ ଉପଲକ୍ଷେ ସାମାଜିକ...

ଆନ୍ତର୍ଜାତୀକ ସ୍ତରରେ ଗଙ୍ଗାଧର ଜୟନ୍ତୀର ପ୍ରଥମ ୱେବନିଅର, ଦୁବାଇ ପଶ୍ଚିମ ଓଡିଶା କମ୍ୟୁନିଟିର ଆଲୋଚନା ଚକ୍ର

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (୦୬/୦୮): ପବିତ୍ର ଶ୍ରାବଣ ପୁର୍ଣ୍ଣିମା ଦିବସରେ ୟୁଏଇ ଅନ୍ତର୍ଗତ ଦୁବାଇରେ ଡିଜିଟାଲାଇଜେସନ ଭାବରେ ପ୍ରଥମ ଥର ପାଇଁ ଗଙ୍ଗାଧର ଜୟନ୍ତୀ ପାଳିତ ହୋଇଯାଇଛି । ପଶ୍ଚିମ...

Recent Comments

%d bloggers like this: