ବଜାର କମିଟି ରାୟଗଡ଼ା ପକ୍ଷରୁ ଧାନ ମଣ୍ଡି ଉଦଘାଟନ

0
139
ବଜାର କମିଟି

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୧୯/୧୨) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡା ପଞ୍ଚାୟତରେ ଥିବା ଆର.ଏମ.ସି ୟାର୍ଡ ଠାରେ ନିୟନ୍ତ୍ରିତ ବଜାର କମିଟି ରାୟଗଡ଼ା ପକ୍ଷରୁ ୨୦୨୨-୨୩ ଖରିଫ ଋତୁ ନିମନ୍ତେ ଧାନ ମଣ୍ଡି ଉଦଘାଟନ କରାଯାଇଛି ।

ବଜାର କମିଟି ରାୟଗଡ଼ା ପକ୍ଷରୁ ଧାନ ମଣ୍ଡି ଉଦଘାଟନ । ଏଥିରେ ମୁଖ୍ୟ ଅତିଥି ଭାବେ ଏଆରସିଏସ ଅଧିକାରୀ ଦୀପକ କୁମାର ବାରା, ଲ୍ୟାମ୍ପ ସଭାପତି ଶଙ୍କର ହୁଈକା, ଉପ ସଭାପତି ପ୍ରମିଳା କାଡ୍ରାକା, ଲ୍ୟାମ୍ପ ପରିଚାଳନା ରପୂର୍ବତନ ସଭାପତି ଗୋପୀନାଥ ପେରିଶିକା, ବରିଷ୍ଠ ଚାଷୀ ଦାଶରଥି ନାୟକ, ଗୁଡୁଲ୍ଲା ପ୍ରସାଦ ରାଓ,ବନମାଳୀ କାଡ୍ରାକା, ନିୟନ୍ତ୍ରିତ ବଜାର ର ସୁପ୍ରଭାଇଜର ରାମକୃଷ୍ଣ ଚୌଧୁରୀ, ମଞ୍ଚାସିନ ରହିଥିଲେ । ଏଥିରେ ବରିଷ୍ଠ ଚାଷୀ ଦାଶରଥି ନାୟକ ଙ୍କ ଦ୍ୱାରା ମଣ୍ଡି ଉଦଘାଟନ କରଥିଲେ । ଧାନ ବିକ୍ରି କରିବା ପୂର୍ବରୁ ଚାଷୀଙ୍କୁ ଟକେନ୍ ଆସି ନାହିଁ ।

ଚାଷୀ କୁ ଟୋକେନ୍ ଆସିନଥିବା ଓ ଧାନ ପାଇଁ ବସ୍ତା କୁ ନେଇ ଅଶାନ୍ତି ହୋଇ ଅଧିକାରୀଙ୍କୁ ପଚାରି ବୁଝିଥିଲେ । ଏଥିରେ ଗୁଣ ଓ ମାନକୁ ନେଇ ସରକାର ସାଧାରଣ କିସମ ଧାନ କ୍ୱିଣ୍ଟାଲ ପିଛା ମୁଲ୍ୟ ୨୦୪୦ ଟଙ୍କା ଓ ଗ୍ରେଡ ଏ କିସମ ଧାନ କ୍ୱିଣ୍ଟାଲ ପିଛା ୨୦୬୦ ଟଙ୍କା ରହିଥିବା ଅତିଥି ମାନେ କହିଥିଲେ । ପ୍ରତ୍ୟେକ ଶୁକ୍ରବାର ଦିନ ସ୍ଥାନୀୟ ପି.ଡବ୍ଲୁ. ଡି ବଙ୍ଗଳା କୁ କଲ୍ୟାଣସିଂହପୁର, ଧାମୁଣୀପଙ୍ଗା, ସିଙ୍ଗାରି, ପାରସାଲି, ବୁଡ଼ାଗୁଡା ଆର. ଏମ. ସି. ୟାର୍ଡ ରେ ସୋମବାର ଦିନ ମାଝୀଗୁଡା, ପୂଜାରୀଗୁଡା, ସୁନାଖଣ୍ଡି,ପଲମା, କନ୍ଧ କାତିପାଡୁ ଓ ବୁଧବାର ଦିନ ସିକରପାଇ, ବୁଡ଼ାଗୁଡା, ନାରାୟଣପୁର, କରପା, ସେରିଗୁମ୍ମା ପଞ୍ଚାୟତର ଚାଷୀ ମଣ୍ଡିକୁ ଧାନ ଆଣି ଦେଇପାରିବେ କହିଥିଲେ ।ଏଥିରେ ମିଲର, ଚାଷୀ ଓ ଲ୍ୟାମ୍ପ ର ସମସ୍ତେ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।