Thursday, August 6, 2020
Home District News କାଠ ପୋଲ ନିର୍ମାଣ କଲେ ଗ୍ରାମବାସୀ

କାଠ ପୋଲ ନିର୍ମାଣ କଲେ ଗ୍ରାମବାସୀ

ରିପୋର୍ଟ: ଜ଼ିଲ୍ଲା ପ୍ରତିନିଧି ଅମୁଲ୍ୟ ନିଶଙ୍କ
ରାୟଗଡା(୨୨/୧୧): ପ୍ରତିଶୃତି ପାଳନ କଲେନି ସରକାର ପ୍ରସାଶନର ଅବହେଳା ଯୋଗୁଁ ବିନିଶିପୁର ନାଗାବଳୀ ନଦୀଉପରେ ୧୫୦ ମିଟର ଲମ୍ବାର କାଠପୋଲ ନିର୍ମାଣ କଲେ ବିନିଶିପୁର ଗାଁର ଆବାଳ ବୃଦ୍ଧବନିତା । ବର୍ଷାଦିନ ଆସିଲେ ୫ଟି ପଞ୍ଚାୟତ ବାସୀ ସଦରମହକୁମାକୁ ବିଭିନ୍ନ କାର୍ଯ୍ୟର ଯାତାୟତ ଠପ୍ ହବା ସାଙ୍ଗକୁ ରୋଗୀ, ଗର୍ଭବତୀ, ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଯିବାଆସିବାରେ ବିଛିନ୍ନ ହେଉଛନ୍ତି ।

ବର୍ଷାଦିନ ଶେଷହବାପରେ ନଦୀରେ ଗଭୀର ପାଣି ରହୁଥିବା ଯୋଗୁଁ କିଛି ଉପାୟ ନ ପାଇ ସମସ୍ତ ଅସୁବିଧାରୁ ଦୁର କରିବା ପାଇଁ ଗାଁ ଲୋକେ ନିଜବୁଦ୍ଧିରେ ଜଙ୍ଗଲରୁ କାଠ ସଂଗ୍ରହ କରି ନଦୀଉପରେ କାଠର ସେତୁ ନିର୍ମାଣ କରିଛନ୍ତି । ଏବେ ୫ଟି ପଞ୍ଚାୟତ ବାସୀ ସୁବିଧାରେ ସଦରମହକୁମାକୁ ଯାତାୟତ କରୁଥିବା ବିନିଶିପୁର ଗ୍ରାମବାସୀ କହଛନ୍ତି । ଆଉ ମଧ୍ୟ କହିଛନ୍ତି ଏପରି ସମସ୍ୟା ଭୋଗୁଥିବାରୁ ବାରମ୍ବାର ଲୋକପ୍ରତିନିଧି ଠାରୁ ଆରମ୍ଭ କରି ବଡ ବଡ ସରକାରୀ ଅଧିକାରିଙ୍କୁ ଗୁହାରୀ କରିଥିବାରୁ ପୋଲ ନିର୍ମାଣ କରାଯିବ ବୋଲି ପ୍ରତିଶ୍ରୁତି ପାଇ ଥକିଗଲେଣି କିନ୍ତୁ ସରକାରୀ ଅଧିକାରୀ ମାନେ କୁଆଡେ ଭୁଲିଯାଇଥିବାରୁ ପୁଣି ମନେ ପକାଇବା ପାଇଁ ସପ୍ତମ ଥରପାଇିଁ ପୁଣି ଚଳିତବର୍ଷ ବିନିଶିପୁର ନାଗାବଳୀ ନଦୀଉପରେ ୧୫୦ ମିଟର ଲମ୍ବାର କାଠପୋଲ ନିର୍ମାଣ କରିଦେଖାଇଛନ୍ତି ଗ୍ରାମବାସୀ । ଦେଖାଯାଉ ବିନିଶିପୁର ବାସୀଙ୍କ ଦୁଃଖ କେବେ ଦୁର କରିବେ ସରକାର ଦେଖିବାର ବାକିରହିଲା ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଜନ୍ମରୁ ଅନ୍ଧ, ପୁଣି ସ୍ତ୍ରୀ ଶଯ୍ୟାଶାୟୀ, ମୁଣ୍ଡ ଗୁଞ୍ଜିବା ପାଇଁ ବାରଦୁଆର-ପ୍ରଶାସନର ଦୃଷ୍ଟି ପଡୁ

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (୦୬/୦୮): ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ରାଜବୋଡାସମ୍ବର ବ୍ଲକ ବୁଡେନ ଗ୍ରାମପଂଚାୟତ ଅନ୍ତର୍ଗତ ସିଲେଟପାଲି ଗ୍ରାମର ରଘୁ ନାଗର ଏକ ଦୁଃଖଦ କାହାଣୀ । ଜନ୍ମ...

ବନ୍ଧୁଗାଁ ରେ ବିଭିନ୍ନ କାର୍ଯ୍ୟାଳୟରେ ନିରବ ପ୍ରର୍ଥନ ସହ ଶପଥ ପାଠ ଅନୁଷ୍ଠିତ

ରିପୋର୍ଟ: ମିନା ବେହେରା // ବନ୍ଧୁଗାଁ (ତା୫:୮:୨୦): ବନ୍ଧୁଗାଁ ବ୍ଲକଠାରେ ଆଜି ପୋଲିସ ବିଭାଗର ସମସ୍ତ ଅଧ8କାରୀ,ଅଗ୍ନିଶମ ବିଭାଗର ସମସ୍ତ ଅଧିକାରୀ ଓ ବନ ବିଭାଗର ରେଞ୍ଜର କାର୍ଯ୍ୟାଳୟର ସମସ୍ତ ଅଧିକାରୀଙ୍କ ଉପିସ୍ତିତରେ ଆଜି...

ଅଯୋଧ୍ୟାରେ ରାମ ମନ୍ଦିର ଭୂମି ପୂଜନ ଅବସରରେ ବୋରିଗୁମ୍ମା ଭା.ଜ.ପା.ତରଫରୁ ହୋମ ଓ ପୂଜାପାଠ

ରିପୋର୍ଟ : ରବିଶଙ୍କର ମହାପାତ୍ର // କୋରାପୁଟ(୦୫/୦୮): ଆଜି ପୂର୍ବାହ୍ନରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ଶ୍ରୀରାମ ମନ୍ଦିର ପରିସରରେ ଭାରତୀୟ ଜନତା ପାର୍ଟି ତରଫରୁ ଅଯୋଧ୍ୟାରେ ରାମ ମନ୍ଦିର ଭୂମି ପୂଜନ ଉପଲକ୍ଷେ ସାମାଜିକ...

ଆନ୍ତର୍ଜାତୀକ ସ୍ତରରେ ଗଙ୍ଗାଧର ଜୟନ୍ତୀର ପ୍ରଥମ ୱେବନିଅର, ଦୁବାଇ ପଶ୍ଚିମ ଓଡିଶା କମ୍ୟୁନିଟିର ଆଲୋଚନା ଚକ୍ର

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (୦୬/୦୮): ପବିତ୍ର ଶ୍ରାବଣ ପୁର୍ଣ୍ଣିମା ଦିବସରେ ୟୁଏଇ ଅନ୍ତର୍ଗତ ଦୁବାଇରେ ଡିଜିଟାଲାଇଜେସନ ଭାବରେ ପ୍ରଥମ ଥର ପାଇଁ ଗଙ୍ଗାଧର ଜୟନ୍ତୀ ପାଳିତ ହୋଇଯାଇଛି । ପଶ୍ଚିମ...

Recent Comments

%d bloggers like this: