Advertisements
Thursday, July 9, 2020
Home 5 T programme ଦୁରବସ୍ତା ଜନିତ ଶ୍ରମିକ ଦେଶାନ୍ତର ଦାଦନ ରୋକିବା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ

ଦୁରବସ୍ତା ଜନିତ ଶ୍ରମିକ ଦେଶାନ୍ତର ଦାଦନ ରୋକିବା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ

ରିପୋର୍ଟ-ଭୋଜରାଜ ବରିହା
ଖପ୍ରାଖୋଳ(୨୨/୧୧) : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଳ ବ୍ଲକ କାର୍ଯ୍ୟଳୟ ଶମ୍ଭୁଖରେ ଦୁରବସ୍ତା ଜନିତ ଶ୍ରମିକ ଦେଶାନ୍ତର ଦାଦନ ରୋକିବା ପାଇଁ ଏକ ସ୍ୱତନ୍ତ୍ର କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଡ଼ିଓ ତରଣୀ ସୁନା ସଭାପତିତ୍ୱ କରିଥିଲେ |

ସଭାରେ ବଲାଙ୍ଗୀର ଜିଲ୍ଲା P.D.D.R.D.A-ମହେଶ୍ବର ସ୍ୱାଇଁ,ଓରମାସ D.P.M-କମଳେନ୍ଦୁ ପାଳ, ଖପ୍ରାଖୋଳ ବ୍ଳକ ଅଧକ୍ଷା ପୁର୍ନବାସୀ ବରିହା, ପ୍ରକାଶ ଚନ୍ଦ୍ର ମେହେର, ଜିଲ୍ଲା ସଂଯୋଜକ ଘନଶ୍ୟାମ ସାହୁ ଯୋଗଦେଇ ଦାଦନ ଶ୍ରମିକକୁ ମନରେଗାରେ କାମ ଯୋଗାଇ ନିଜ ଭିଟାମାଟିରେ କାମ ଯୋଗାଇ ଦେବା ବିଭିନ୍ନ ସରକାରୀ ଯୋଜନା ମାନ ସାମିଲ କରି ଦାଦନ ଶ୍ରମିକକୁ ରୋଜଗାର କ୍ଷମ କରିବା ମତ ପ୍ରକାଶ କରିଥିଲେ । ଏହି ସଭାରେ ସମସ୍ତ A.W କର୍ମଚାରୀ, ୱାର୍ଡମେମ୍ବର, ସରପଞ୍ଚ,ଦାଦନ ଶ୍ରମିକ, ଓ ବ୍ଳକର ବିଭିନ୍ନ ସ୍ୱେଚ୍ଛା ସେବୀ ସଂସ୍ଥା, ସମସ୍ତ ସରକାରୀ କର୍ମଚାରୀ,ଅଞ୍ଚଳର ଶତାଧିକ କର୍ମଚାରୀ ଯୋଗ ଦେଇଥିଲେ | କାର୍ଯ୍ୟକ୍ରମରେ Y.C.D.A ସଂସ୍ଥା ପକ୍ଷରୁ ଏକ ମାଣ୍ଡିଆରେ ପ୍ରସ୍ତୁତ କଫି,ଚା, ପ୍ରସ୍ତୁତ ଏକ ଷ୍ଟଲ ଖୋଲାଯାଇଥିଲା, କାର୍ଯ୍ୟକ୍ରମରେ ଯୋଗଦେଇ ଥିବା ଶତାଧିକ ଲୋକମାନେ ମାଣ୍ଡିଆ ଚା, କଫି ପି ବେସ ପ୍ରଶଂସା କରିଥିଲେ ।

ଆଗାମୀ ଦିନରେ କିପରି ଗାଁ ଗାଁ ରେ ମାଣ୍ଡିଆର ହୋଟେଲ ଖୋଲି ଗ୍ରାମାଞ୍ଚଳର ଦାଦନ S.H.G ଗ୍ରୁପ ମାନଙ୍କୁ ରୋଜଗାର କ୍ଷମ କରିବା,ଏବଂ ମାଣ୍ଡିଆ ଚାଷକୁ ଏକ ଅର୍ଥକରୀ ଚାଷ ରୂପେ ଚାଷ କରି ଲାଭବାନ ହେବା ସଙ୍ଗେ ସଙ୍ଗେ ଖାଦ୍ୟ ରୂପେ ଗ୍ରହଣ କରି ନିଜ ଶରୀରକୁ ସୁସ୍ଥ ରଖିପାରିବା ବୋଲି ପ୍ରକାଶ କରିଥିଲେ ବିଭିନ୍ନ କର୍ମଚାରୀ |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଜିଲ୍ଳାପାଳଙ୍କ କାଶୀପୁର ଗସ୍ତ ଓ ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମୀକ୍ଷା

ରିପୋର୍ଟ: ଜିଲ୍ଲାପ୍ରତିନଧି ଗୋପୀନାଥ ଗୌଡ଼ //ରାୟଗଡ଼ା (ତା-୯/୭): ରାୟଗଡା ଜିଲ୍ଳାପାଳ ଶ୍ରୀ ପ୍ରମୋଦ କୁମାର ବେହେରା କାଶୀପୁର ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପରିଦର୍ଶନ କରିଛନ୍ତି ।...

ଝରିଗାଁ ରେ ଜନନୀ ଯନ୍ତ୍ରଣା, ଖଟିଆରେ ପ୍ରସବ କଲେ ପ୍ରସୂତୀ

ରିପୋର୍ଟ: ତ୍ରିନାଥ ଧୁରୁଆ //ଝରିଗାଁ (ତା-୯.୦୭.୨୦୨୦): ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଅନ୍ତର୍ଗତ ମlଣ୍ଡlଡଙ୍ଗରି ଗାଁ, ଝରୀଗାଁ ଠାରୁ ମାତ୍ର ଆଠ କିଲୋମିଟର ଦୂର l ହେଲେ ଗାଁ...

ନକଲି ବନ୍ଧୁକ ଦେଖାଇ ଅସଲି ଲୁଟ,ପଦ୍ମପୁର

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୯.୦୭.୨୦୨୦): ପଦ୍ମପୁର ଉପଖଣ୍ତ ପାଇକମାଲ ଥାନା ଅନ୍ତର୍ଗତ ପଦ୍ମପୁର ପାଇକମାଲ ରାସ୍ତା ତାରୀଣି ମନ୍ଦିର ନିକଟରେ ଗତ ତା.୦୮.୦୭.୨୦୨୦ ଦିନ ସନ୍ଧ୍ୟା...

ଆସନ୍ତା କାଲି ଠୁ ବଲାଙ୍ଗୀରରେ କର୍ଫ୍ୟୁ-ସନ୍ଧ୍ୟା ୫ଟାରୁ ସକାଳ ୬ଟା ସଟ ଡାଉନ ଘୋଷଣା

ରିପୋର୍ଟ: ଓଡିଶା ନ୍ୟୁଜ୨୪ବ୍ୟୁରୋ //ବଲାଙ୍ଗୀର (୦୯/୦୭): ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବଲାଙ୍ଗୀର ଜିଲ୍ଲାରୁ ଗତକାଲି ଆଉ ୨୧ କରୋନା...

Recent Comments

%d bloggers like this: