Advertisements
Tuesday, June 2, 2020
Home Business & Private ପ୍ରତିଶ୍ରୁତି ପରେ ଆନ୍ଦୋଳନ ସ୍ଥଗିତ

ପ୍ରତିଶ୍ରୁତି ପରେ ଆନ୍ଦୋଳନ ସ୍ଥଗିତ

ରିପୋର୍ଟ: କପିଳେନ୍ଦ୍ରଦେବ ସାମନ୍ତରାୟ
ଲମତାପୁଟ(୨୨/୧୧): ପ୍ରତିଶ୍ରୁତି ପାଇବା ପରେ ହଟିଛନ୍ତି ଆନ୍ଦୋଳନ କାରୀ । କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକର ଚିକେନପୁଟ୍,ବାଦିଗଡ ଅନକାଡିଲି ଏବଂ ମାଲକାନଗିରି ଜିଲ୍ଲାର ଖଇରିପୁଟ ବ୍ଲକର ମାଡ଼କାପଦର୍, ମୁଡୁଲିପଡା ଆଁନ୍ଦ୍ରାହଲ୍ ବଡ଼ଡୁରାଲ୍ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହୋଇ ଆସୁଥିଲେ ।

ଗତ ପାଞ୍ଚ ଦିନ ପୂର୍ବରୁ ବନ୍ଦ ପଡ଼ିଥିବା ହସ୍ପିଟାଲ୍ କୁ ଘରେଇ କରଣ କରି ଚାଲୁ କରିଥିଲେ କିନ୍ତୁ ଏଥିରେ ଅଞ୍ଚଳବାସିଙ୍କ ମନ ମାନି ନ ଥିଲା | ତେଣୁ ସେମାନେ ଗତ ବୁଧବାର ଦିନ ସକାଳେ ଶତାଧିକ ମହିଳା ପୁରୁଷ କାର୍ଯ୍ୟଳୟ ସମ୍ମୁଖରେ ଧାରଣା ଦେବା ସମୟରେ ନିର୍ଭର ଯୋଗ୍ୟ ପ୍ରତିଶ୍ରୁତି ନ ମିଳିବାରୁ ପ୍ରକଳ୍ପକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦେଇଥିଲେ । ଗତ ଦୁଇ ପୂର୍ବରୁ ହନୁମାଳ ଗ୍ରାମରେ ଅଜଣା ରୋଗରେ ଛଅ ଜଣ ମହିଳାଙ୍କ ମୃତ୍ୟୁ ହୋଇଥିଲା । ଏଥିରେ ଉତ୍ତେଜିତ ହୋଇ ଆନ୍ଦୋଳନକୁ ଓହ୍ଲାଇ ଥିଲେ । ଶେଷରେ ଘଟଣା ସ୍ଥଳରେ ପହଞ୍ଚିଥିଲେ କୋରାପୁଟ ଡିସ୍ ପି ବି କେ ସ୍ବାଇଁଙ୍କ ସହିତ ନନ୍ଦପୁର ଏସ୍ ଡିପିଓ ତପନ ମହାନନ୍ଦ ଲାମତପୁଟ ତହସିଲଦାର ସ୍ନେହପ୍ରଭା ମାଝି ଓ ପ୍ରକଳ୍ପ ଅଧିକାରୀ ରାଜ୍ ଶେଖର ପ୍ରମୁଖ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ପ୍ରତିଶୃତି ଦେଇଥିଲେ କି ମାଗଣାରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ ୨୪ଘଣ୍ଟା ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯିବ ବୋଲି ନିର୍ଭର ଯୋଗ୍ୟ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋନରୁ ହଟିଥିଲେ ଓ ପ୍ରକଳ୍ପକୁ ଚାଲୁ କରିଥିଲେ | ଦୀର୍ଘ ୨୭ଘଣ୍ଟା ପ୍ରକଳ୍ପ ବନ୍ଦ ରହିବା ଫଳରେ ସରକାରକୁ ବହୁତ କ୍ଷତି ସହିବାକୁ ପଡ଼ିଛି ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ମାଲକାନଗିରି ପୋଲିସ ପକ୍ଷରୁ ଜନସଚେତନତା ସହ ମାସ୍କ ବଣ୍ଟନ

ରିପୋର୍ଟ: ବୁଦ୍ଧଦେବ ମଣ୍ଡଳ //ମାଲକାନଗିରି (୦୧/୦୬): ଆଜି ରାଜ୍ୟସରକାରଙ୍କ ତରଫରୁ ଲକଡାଉନ୫.୦କୁ ସମଗ୍ର ରାଜ୍ୟରେ ଲାଗୁକରାଇ ଥିବାବେଳେ କିଛି ଜିଲ୍ଲା ରେ ଏହା ପୁର୍ନବାର ଏହା କଠୋର ଭାବେ...

ଭୀମ ଭୋଇଙ୍କ ଉଦ୍ଦେଶ୍ୟରେ ଅପମାନ ଜନକ ଲେଖା ବିରୋଧରେ ଥାନାରେ ଏତଲା ଦେଲେ ବିଶ୍ୱ ହିନ୍ଦୁ ପରିଷଦ ସମିତି

ରିପୋର୍ଟ: ତ୍ରିନାଥ ଧୁରୁଆ //ଝରିଗାଁ (୦୧.୩୦.୨୦୨୦): ସନ୍ଥ କବି ଭୀମଭୋଇଙ୍କ ଉଦ୍ଦେଶ୍ୟରେ ଅପମା ନ ଜନକ ଲେଖା ବିରୁଦ୍ଧରେ ଝରିଗାଁ ଥାନାରେ ଏତଲା ଦେଲେ" ବିଶ୍ୱ ହିନ୍ଦୁ ପରିଷଦ...

କ୍ଲଷ୍ଟରସ୍ତରୀୟ ବିଦାୟ ସମ୍ବର୍ଦ୍ଧନା ସମାରୋହ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (ତା ୧/୦୬): ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ପଡା ଗ୍ରାମରେ କ୍ଲଷ୍ଟର ସ୍ତରୀୟ ବିଦାୟ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି ।...

୬୮ ବୋତଲ କଫ୍ ସିରପ ସହ ଜଣେ ଗିରଫ, ପଦ୍ମପୁର

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (ତା ୧ /୬): ପଦ୍ମପୁର ଉପ ଖଣ୍ତ ଜଗଦଲପୁର ପୋଲିସ ଧୁମାଭଟା ଛକରୁ ଲଖମରା ତାରିଣୀ ମନ୍ଦିର ରାସ୍ତାରେ ଜଣେ କଫ୍...

Recent Comments

%d bloggers like this: