Advertisements
Friday, July 10, 2020
Home District News ଆଜି ଲଷ୍ମଣ ନାୟକ ଜୟନ୍ତୀ ଦେଶ ପାଳୁଛି, ସେପଟେ ତେନ୍ତୁଳୀଗୁମ୍ମାର ବିକାଶ ଫଳକରେ ସୀମିତ ଅଛି

ଆଜି ଲଷ୍ମଣ ନାୟକ ଜୟନ୍ତୀ ଦେଶ ପାଳୁଛି, ସେପଟେ ତେନ୍ତୁଳୀଗୁମ୍ମାର ବିକାଶ ଫଳକରେ ସୀମିତ ଅଛି

ରିପୋର୍ଟ: ଏନ ସନ୍ତୋଷ କୁମାର
ବୈପାରୀଗୁଡା (୨୨/୧୧): ଆଜି ନଭେମ୍ବର ୨୨ଶହୀଦ ଲଷ୍ମଣ ନାୟକଙ୍କ ଜୟନ୍ତୀ | ଏହି ମହାନ ସଂଗ୍ରାମୀଙ୍କ ଜୟନ୍ତୀ ସାରା ଦେଶ ଆଜି ପାଳନ କରୁଛି କିନ୍ତୁ ସେପଟେ ତେନ୍ତୁଳୀଗୁମ୍ମାର ବିକାଶ ଫଳକରେ ସୀମିତ ଅଛି | ଶହୀଦ ଲକ୍ଷ୍ମଣ ନାୟକଙ୍କ ଜନ୍ମମାଟି କୋରାପୁଟଜିଲ୍ଲା ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ତେନ୍ତୁଳିଗୁମ୍ମା ଗ୍ରାମରେ।ଶହୀଦ ମାଟି ଭାବେ ପରିଚିତ ତେନ୍ତୁଳିଗୁମ୍ମା ଗ୍ରାମ | ଏହି ମାଟିରେ ଜନ୍ମ ନେଇଥିଲେ ଶହୀଦ ବୀର ଲକ୍ଷ୍ମଣ ନାୟକ | ଦେଶର ସ୍ବାଧୀନତା ପାଇଁ ଆତ୍ମବଳି ଦେଇଥିବା ଲକ୍ଷ୍ମଣ ନାୟକଙ୍କ ଜନ୍ମତିଥି ଓ ଫାଶୀ ଦିବସରେ ଅଳ୍ପ କିଛି ସମୟ ପାଇଁ ସରକାରୀ ବାବୁ ଓ ରାଜନେତାଙ୍କ ତେନ୍ତୁଳିଗୁମ୍ମାରେ ଆସର ଜମେ |

ଏହି ଦୁଇ ଦିନ ହାତ ପାଆନ୍ତାରେ ବଡ ଲୋକଙ୍କୁ ପାଇ ନିଜ ପଞ୍ଚାୟତର ସମସ୍ୟା ନେଇ ଲୋକେ କ୍ରମାଗତ ଭାବେ ଗୁହାରି କରିଆସୁଛନ୍ତି | ସେହିପରି ଗତ ବର୍ଷ ତେନ୍ତୁଳୀଗୁମ୍ମାରେ ତତ୍କାଳୀନ ଜିଲ୍ଲାପାଳ ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଉପସ୍ଥିତରେ ଲଷ୍ମଣ ନାୟକ ଜୟନ୍ତୀ ପାଳନ ଅବସରେ ଗ୍ରାମବାସୀଙ୍କ ସହ ସ୍ଥାନୀୟ ସରପଞ୍ଚ ବୁଦ୍ରl ନାୟକ ପଂଚାୟତ ସମସ୍ୟା ଉପସ୍ଥାପନ କରିଥିଲେ | ପରେ ପଞ୍ଚାୟତର ଉନ୍ନତି ପାଇଁ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଥିଲା ସ୍ବତନ୍ତ୍ର ଯୋଜନା | ଜିଲ୍ଲା ଗ୍ରାମ୍ୟ ଉନୟନ ସଂସ୍ଥା ପକ୍ଷରୁ ଜାନୁଆରୀ ୨୪ତାରିଖରେ ତେନ୍ତୁଳୀଗୁମାରେ ବିଭିନ୍ନ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିଲା | ପୂର୍ବତନ କୋରାପୁଟ ସାଂସଦ ଝିନ୍ନ ହିକକା, ପୂର୍ବତନ ଯୋଜନା ବୋର୍ଡ଼ ଅଧକ୍ଷ ତଥା ପଟାଙ୍ଗୀ ବିଧାୟକ ପ୍ରଫୁଲ୍ଲ ପାଙ୍ଗି, ସ୍ୱତନ୍ତ୍ର ଉନ୍ନୟନ ପରିଷଦ କୋରାପୁଟ ଅଧକ୍ଷ କମୁଳୁ ଯନି, ପୂର୍ବତନ ରାଜ୍ୟ ଯୋଜନା ବୋର୍ଡ଼ ସଦସ୍ୟ ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ, ବୈପାରୀଗୁଡା ବ୍ଲକ ଅଧକ୍ଷା ଓ ଉପାଅଧକ୍ଷଙ୍କ ଉପସ୍ଥିତରେ ଏହି ପ୍ରକଳ୍ପର ଫଳକ ଉଦଘାଟନ କରାଯାଇଥିଲା | ସେଥିରେ କୋଲାବ ନଦୀ ଆରପଟେ ଥିବା କଣ୍ଟା ବାଉଁଶିଆ ଠାରୁ ନିରଗୋଲଯୋଡି, ନିରଗୋଲଯୋଡି ଠାରୁ ଅରତମ ଯୋଡି, ମଧୁପୁର ଯୋଡି ଠାରୁ କୁକୁରମାରଳା ଯୋଡି, କୁକୁରମାରଳା ଯୋଡି ଠାରୁ ମେଳସା ଯୋଡି, ଅରତମ ଯୋଡି ଠାରୁ ମାଟିଗୁଡା ଛକ, ଭେଜିନିଗୁଡା ଠାରୁ ବଡ଼ବାହାଲ ଯୋଡିର ରାସ୍ତା ଓ ପୋଲ ନିର୍ମାଣ ଥିଲା |

କିନ୍ତୁ ଆଜି ପର୍ଯ୍ୟନ୍ତ ଏହା ହୋଇ ପାରିଲା ନାହିଁ | ଅଂଚଳବାସିଙ୍କ ଆଶା ଓ ବିଶ୍ୱାସ ଥିଲାଯେ ଏହି ସମସ୍ତ ସମସ୍ୟା ସମାଧାନ ପରେ ସହଜରେ ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବେ କିନ୍ତୁ ଦୁଃଖ ଓ ପରିତାପର ବିଷୟ ଫଳକ ଉଦଘାଟନ ପରେ ବି ଗାଁର ଚିତ୍ର ବଦଳି ନାହିଁ, ନା ରାସ୍ତା ହେଲା ନା ପୋଲ ନିର୍ମାଣ ହେଲା | ଯଦି ଏହି ରାସ୍ତା ପୋଲ ନିର୍ମାଣ ହୋଇଥାନ୍ତା ତେନ୍ତୁଳୀଗୁମ୍ମା ବାସିଙ୍କୁ ୮୦କିଲୋମିଟର ବଦଳରେ ୧୨କିଲୋମିଟର ଗମନାଗମନର ସୁବିଧା ହୋଇଥାନ୍ତା | ପ୍ରଶାସନର ଅବହେଳା କିମ୍ବା ଓ ରାଜନେତାଙ୍କ ଚୋଳନ ମଝିରେ ବହୁ ଅସୁବିଧାର ସହ ସମ୍ମୁଖୀନ ହେଉଛନ୍ତି ଅଂଚଳବାସି ବୋଲି ସ୍ୱତନ୍ତ୍ର ସାକ୍ଷାତ ବେଳେ ଆମ ପ୍ରତିନିଧିଙ୍କୁ ଜଣାଇଛନ୍ତି ତେନ୍ତୁଳୀଗୁମ୍ମା ବାସି | ସେହି ଉଦଘାଟନ ଫଳକ ଏବେ ପଂଚାୟତ କାର୍ଯ୍ୟାଳୟ ଗୂଦାମ ଗୃହରେ ପଡିରହିଥିବା ଚିତ୍ରରୁ ଅନୁମାନ କରିହେବ ଯେ ପ୍ରଶାସନ ଶହୀଦଙ୍କ ଗାଁ ତେନ୍ତୁଳିଗୁମ୍ମାର ଉନ୍ନତି ପାଇଁ କେତେ ଆନ୍ତରିକତା ରହିଛି | ପ୍ରକୃତରେ ସେହି ମହାନ ଆତ୍ମା ଗ୍ରାମ ତେନ୍ତୁଳୀଗୁମ୍ମାର ବିକାଶ ହୋଇପାରିଲେ ଏହା ହିଁ ଶହୀଦଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହୋଇପାରନ୍ତା |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଜିଲ୍ଳାପାଳଙ୍କ କାଶୀପୁର ଗସ୍ତ ଓ ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମୀକ୍ଷା

ରିପୋର୍ଟ: ଜିଲ୍ଲାପ୍ରତିନଧି ଗୋପୀନାଥ ଗୌଡ଼ //ରାୟଗଡ଼ା (ତା-୯/୭): ରାୟଗଡା ଜିଲ୍ଳାପାଳ ଶ୍ରୀ ପ୍ରମୋଦ କୁମାର ବେହେରା କାଶୀପୁର ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପରିଦର୍ଶନ କରିଛନ୍ତି ।...

ଝରିଗାଁ ରେ ଜନନୀ ଯନ୍ତ୍ରଣା, ଖଟିଆରେ ପ୍ରସବ କଲେ ପ୍ରସୂତୀ

ରିପୋର୍ଟ: ତ୍ରିନାଥ ଧୁରୁଆ //ଝରିଗାଁ (ତା-୯.୦୭.୨୦୨୦): ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଅନ୍ତର୍ଗତ ମlଣ୍ଡlଡଙ୍ଗରି ଗାଁ, ଝରୀଗାଁ ଠାରୁ ମାତ୍ର ଆଠ କିଲୋମିଟର ଦୂର l ହେଲେ ଗାଁ...

ନକଲି ବନ୍ଧୁକ ଦେଖାଇ ଅସଲି ଲୁଟ,ପଦ୍ମପୁର

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୯.୦୭.୨୦୨୦): ପଦ୍ମପୁର ଉପଖଣ୍ତ ପାଇକମାଲ ଥାନା ଅନ୍ତର୍ଗତ ପଦ୍ମପୁର ପାଇକମାଲ ରାସ୍ତା ତାରୀଣି ମନ୍ଦିର ନିକଟରେ ଗତ ତା.୦୮.୦୭.୨୦୨୦ ଦିନ ସନ୍ଧ୍ୟା...

ଆସନ୍ତା କାଲି ଠୁ ବଲାଙ୍ଗୀରରେ କର୍ଫ୍ୟୁ-ସନ୍ଧ୍ୟା ୫ଟାରୁ ସକାଳ ୬ଟା ସଟ ଡାଉନ ଘୋଷଣା

ରିପୋର୍ଟ: ଓଡିଶା ନ୍ୟୁଜ୨୪ବ୍ୟୁରୋ //ବଲାଙ୍ଗୀର (୦୯/୦୭): ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବଲାଙ୍ଗୀର ଜିଲ୍ଲାରୁ ଗତକାଲି ଆଉ ୨୧ କରୋନା...

Recent Comments

%d bloggers like this: