ବେଆଇନ ବାଣ ଗୋଦାମ ଉପରେ ଚଢ଼ାଉ : ୫ଲକ୍ଷ ଟଙ୍କାର ବାଣ ଜବତ

0
106
ବେଆଇନ ବାଣ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବ୍ରହ୍ମପୁର, (୧୯/୧୨) : ଗାଁ’ ରେ ଚାଲିଥିଲା ବେଆଇନ ବାଣ ଗୋଦାମ । ରାତିଅଧିଆ ପୁଲିସ ଚଢ଼ାଉ କରି ୫ଲକ୍ଷରୁ ଅଧିକ ଟଙ୍କାର ବାଣ ଜବତ କରିଛି ପୁଲିସ ।

ବେଆଇନବାଣ ଗୋଦାମ ଉପରେ ଚଢ଼ାଉ । ଏହି ଘଟଣାରେ ପୁଲିସ ଜଣଙ୍କୁ ଗିରଫ କରିଛି । ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ଡେଙ୍ଗାଓସ୍ତା ଗାଁ’ରୁ । ଅଭିଯୁକ୍ତ ଜଣଙ୍କ ହେଲେ ଡେଙ୍ଗାଓସ୍ତା ଗାଁ’ର କଂଗ୍ରେସ ସାହୁ । ଡେଙ୍ଗାଓସ୍ତା ଗାଁ’ରେ ବେଆଇନ ବାଣ ଗୋଦାମ ଚାଲିଥିବା ପାଟପୁର ଥାନା ପୁଲିସ କୌଣସି ସୂତ୍ରରୁ ଖବର ପାଇଥିଲା । ଗତକାଲି ରାତିରେ ପାଟପୁର ପୁଲିସ ପହଞ୍ଚି ବେଆଇନ ବାଣଗୋଦାମରେ ଚଢ଼ାଉ କରିଥିଲା ।

ଚଢ଼ାଉ ବେଳେ ୫ଲକ୍ଷରୁ ଅଧିକ ଟଙ୍କାର ବାଣ ଜବତ କରିବା ସହ ଜଣଙ୍କୁ ଗିରଫ କରିଥିଲା । ପାଟପୁର ପୁଲିସ ଏକ ମାମଲା ମଧ୍ୟ ରୁଜ୍ଜୁ କରି ଘଟଣାର ତଦନ୍ତ କରୁଛି । ସୂଚନାଯୋଗ୍ୟ, ଦୁଇ ଦିନ ପୂର୍ବରୁ ଡେଙ୍ଗାଓସ୍ତା ଗାଁ’ରେ ଚାଲିଥିବା ଅନ୍ୟ ଏକ ବେଆଇନ ବାଣ ଗୋଦାମରେ ପୁଲିସ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ପୁଲିସ ୧୦ ଲକ୍ଷ ଟଙ୍କାର ବାଣ ଜବତ କରିବା ସହ କୈଳାଶ ପାତ୍ର ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା ।