ମେସି ମ୍ୟାଜିକ୍‌ : ଚାମ୍ପିଅନ୍ ହେଲା ଆର୍ଜେଣ୍ଟିନା

0
109
ମେସି ମ୍ୟାଜିକ୍‌

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୧୯/୧୨) : ପୂରା ହେଲା ମେସିଙ୍କ ସ୍ୱପ୍ନ । ବିଶ୍ୱ ବିଜୟୀ ହେଲା ଆର୍ଜେଣ୍ଟିନା । ଚାଲିଲା ମେସି ମ୍ୟାଜିକ୍ । ପେନାଲଟି ସୁଟ ଆଉଟରେ ୪-୨ରେ ବାଜି ମାରିଛି ଆର୍ଜେଣ୍ଟିନା ।

ମେସି ମ୍ୟାଜିକ୍‌ । ୩୬ ବର୍ଷ ପରେ କତାର ରାଜଧାନୀରେ ଦୋହାରେ ଆୟୋଜିତ ଫିଫା ବିଶ୍ୱକପ୍-୨୦୨୨କୁ ନିଜ ନାଁରେ କରି ଇତିହାସ ରଚିଛି ଆର୍ଜେଣ୍ଟିନା । ନିର୍ଦ୍ଧାରିତ ସମୟ ଫ୍ରାନ୍ସ ଏବଂ ଆର୍ଜେଣ୍ଟିନା ମଧ୍ୟରେ ଫାଇନାଲ ମୁକାବିଲା ୨-୨ରେ ବରାବର ଥିଲା । ପରବର୍ତ୍ତୀ ସମୟରେ ୩-୩ ବରାବର ପରେ ସୁଟଆଉଟ୍‌ରେ ଫଇସଲା ହୋଇଥିଲା । ପେନାଲଟି ସୁଟଆଉଟରେ ୪-୨ ରେ ବାଜି ମାରି ତୃତୀୟ ଥର ପାଇଁ ବିଶ୍ୱ ବିଜୟୀ ହୋଇଛି ଆର୍ଜେଣ୍ଟିନା ।

ପ୍ରଥମ ହାଫ୍‌ରେ ଆର୍ଜେଣ୍ଟିନା ଦମଦାର ପ୍ରଦର୍ଶନ କରିଥିଲା ଆର୍ଜେଣ୍ଟିନା । ଲିଓନେଲ ମେସିଙ୍କ ନେତୃତ୍ୱରେ ଦଳର ଖେଳାଳିମାନେ ଆକ୍ରମଣାତ୍ମକ ଭାବେ ଖେଳିଥିଲେ । ୨୩ ତମ ମିନିଟ୍‌ରେ ଦଳ ପାଇଁ ପ୍ରଥମ ଗୋଲ୍ କରିଥିଲେ ଆର୍ଜେଣ୍ଟିନାର ଷ୍ଟାର ତାରକା ଲିଓନେଲ୍ ମେସି । ଏହାପରେ ମ୍ୟାଚର ୩୬ ତମ ମିନିଟ୍‌ରେ ଗୋଲ୍ କରି ଅଗ୍ରଣୀ ବଢ଼ାଇଥିଲେ ଡି ମାରିଆ । ମଧ୍ୟାନ୍ତର ସୁଦ୍ଧା ୨-୦ରେ ଅଗ୍ରଣୀ ଥିଲା ଆର୍ଜେଣ୍ଟିନା । ତେବେ ଏମ୍ବାପେଙ୍କ ଡବଲ ଗୋଲ୍ ବଳରେ ସ୍ଥିତି ବରାବର କରିଥିଲା ଫ୍ରାନ୍ସ । ମ୍ୟାଚର ୮୦ ଓ ୮୨ତମ ମିନିଟ୍‌ରେ ଡବଲ୍ ଗୋଲ୍ କରିଥିଲେ ଏମ୍ବାପେ । ଫଳରେ ମ୍ୟାଚ୍ ୨-୨ ସମାନ ସ୍ଥିତିକୁ ଆସିଯାଇଥିଲା । ବିଗତ ଚାମ୍ପିଅନ ଫ୍ରାନ୍ସକୁ ପରାସ୍ତ କରି ଆର୍ଜେଣ୍ଟିନା ଇତିହାସ ରଚିଛି । ଏଥିସହିତ ଫିଫା ବିଶ୍ୱକପରେ ଆର୍ଜେଣ୍ଟିନା ୩ୟ ଥର ଚାମ୍ପିଅନ ହେବାର ସ୍ୱପ୍ନ ପୂରା କରିଛି ।

ଫିଫା ବିଶ୍ୱକପ୍‌ରେ ଆର୍ଜେଣ୍ଟିନାର ରୋମାଞ୍ଚକର ବିଜୟ ପରେ ଟ୍ୱିଟ୍ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । କହିଛନ୍ତି, ବିଶ୍ୱକପ୍ ଫାଇନାଲ ମ୍ୟାଚମାନଙ୍କ ମଧ୍ୟରୁ ଏହା ସ୍ମରଣୀୟ ହୋଇ ରହିବ । ପୂରା ଟୁର୍ଣ୍ଣାମେଣ୍ଟରେ ଆର୍ଜେଣ୍ଟିନା ଦମଦାର ଖେଳ ପ୍ରଦର୍ଶନ କରିଥିଲା । ଭାରତର ଲକ୍ଷ ଲକ୍ଷ ମେସିଙ୍କ ଫ୍ୟାନ୍ ଆର୍ଜେଣ୍ଟିନର ବୃହତ ବିଜୟ ନେଇ ଉତ୍ସାହିତ ଥିବା କହିଛନ୍ତି ମୋଦି । ସେହିପରି ଫ୍ରାନ୍ସ ଦଳର ପ୍ରଦର୍ଶନ ଅତ୍ୟନ୍ତ ଚମତ୍କାର ଥିଲା ବୋଲି ଟ୍ୱିଟ୍ କରି କହିଛନ୍ତି ମୋଦି । ସେପଟେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ବିଶ୍ୱବିଜୟୀ ଆର୍ଜେଣ୍ଟିନା ଦଳକୁ ଶୁଭେଚ୍ଛା ଜଣାଇବା ସହ ଦମଦାର ପ୍ରଦର୍ଶନ ପାଇଁ ପ୍ରଶଂସା କରିଛନ୍ତି ।