ଭୂକମ୍ପରେ ଥରିଲା ନେପାଳ

0
123
ଭୂକମ୍ପରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୧୯/୧୨) : ଭୂକମ୍ପରେ ଥରିଲା ନେପାଳ । ବିଳମ୍ବିତ ରାତିରେ ଏଠାରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୫ ଥିବା ରେକର୍ଡ କରାଯାଇଛି ।

ଭୂକମ୍ପରେ ଥରିଲା ନେପାଳ । ସୂଚନା ମୁତାବକ, ଗତକାଲି ରାତି ୧୦ ଟା ୫୩ ମିନିଟ୍‌ରେ ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା । ଫଳରେ ଲୋକେ ଭୟଭୀତ ହୋଇଯାଇଥିଲେ । ଏପରିକି କିଛି ଲୋକେ ଭୟରେ ଘରୁ ବାହାରୁ ଚାଲି ଆସିଥିଲେ । ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ କାଠମାଣ୍ଡର ପଶ୍ଚିମରୁ ୫୦ କିଲୋମିଟର ଦୂରରେ ଥିବା ଧାଣ୍ଡିଗ ଜିଲ୍ଲାରେ ଥିବା ବୈଜ୍ଞାନିକମାନେ କହିଛନ୍ତି । କାଠମାଣ୍ଡୁ ଓ ଏହାର ଆଖପାଖ ଜିଲ୍ଲରେ ହିଁ ଭୂମିକମ୍ପ ଅନୁଭୂତ ହୋଇଛି । ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇନାହିଁ କି କେହି ମୃତାହତ ହୋଇନାହାନ୍ତି । ଏହା ପୂର୍ବରୁ ମଧ୍ୟ ନେପାଳରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା । ତେବେ ଏଥିରେ ମଧ୍ୟ କୌଣସି କ୍ଷୟକ୍ଷତି ହୋଇନଥିଲା ।