Related Contents

ମୋବାଇଲ ବିସ୍ଫୋରଣରେ ଯୁବତୀଙ୍କର ମୃତ୍ୟୁ-ଝାରସୁଗୁଡ଼ା

ଝାରସୁଗୁଡ଼ା : ମଣିଷ ଜୀବନରେ ମୋବାଇଲ୍‌ ଏକ ଦରକାରି ଦ୍ରବ୍ୟରେ ପରିଣତ ହୋଇଯାଇଛି। ମାତ୍ର ସାମାନ୍ୟ ଅସାବଧାନତା ଯୋଗୁଁ ମୋବାଇଲ୍‌ କେତେ ଭୟଙ୍କର ହୋଇପାରେ ତାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନା ଅଞ୍ଚଳରେ। କେରିଆକାନୀ ଗାଁର ଉମା ଓରାମ ମୋବାଇଲ ଚାର୍ଜରେ ବସାଇ କଥା ହେଉଥିଲେ। ଏହି ସମୟରେ ମୋବାଇଲ ବିସ୍ଫୋରଣ କରିଥିବା ଅଭିଯୋଗ ହୋଇଛି। ଫଳରେ ଯୁବତୀ ଜଣଙ୍କ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଆଜି ମୃତ୍ୟୁ ଘଟିଛି।

Comments are closed.