କମସରା ପୁଲିସ ଫାଣ୍ଡି ପରିସରରେ ରକ୍ତ ଦାନ ଶିବିର ଅନୁଷ୍ଠିତ

0
112
କମସରା ପୁଲିସ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୮/୧୨) : ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ କମସରା ପୁଲିସ ଫାଣ୍ଡି ଆମ ପୁଲିସ ସମିତି ଓ ମୋ ସରକାର ଆନୁକୁଲ୍ୟରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି ।WhatsApp Image 2022 12 18 at 22.48.38 କମସରା ପୁଲିସ ଫାଣ୍ଡି ପରିସରରେ ରକ୍ତ ଦାନ ଶିବିର ଅନୁଷ୍ଠିତ

କମସରା ପୁଲିସ ଫାଣ୍ଡି ପରିସରରେ ରକ୍ତ ଦାନ ଶିବିର ଅନୁଷ୍ଠିତ । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଏ ରକ୍ତ ଦାନ ଶିବିର କୁ ଶୁଭ ଉଦଘାଟନ କରି ଆଗକୁ କିଭଳି ନୂତନ ଯୁବ ପିଢୀ ନୂତନ ରକ୍ତ ଦାତା ରକ୍ତ ଦାନ କରିବେ ଏବଂ ଆମ ରାଜ୍ୟ ରେ ଯେମିତି ରକ୍ତର ଅଭାବ ରେ କୌଣସି ରୋଗୀ ନ ମରିବେ ସେଇ ମହତ ଉଦ୍ଦେଶ୍ୟ ନେଇ ସାରା ରାଜ୍ୟରେ ପୁଲିସ ପକ୍ଷରୁ ଏହି ଅଭିଯାନ ଜାରି ରହିଛି ବୋଲି କହିଥିଲେ ।

ଥାନା ଅଧିକାରୀ ସୁବ୍ରତ କୁମାର ପାଣିଗ୍ରାହୀଙ୍କ ସଂଯୋଜନା ଓ କମସରା ଫାଣ୍ଡି ଅଧିକାରୀ ଗଜାନନ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ୨୫୮ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ସେଥି ମଧ୍ୟରୁ ୪୨ ଜଣ ମହିଳା ଓ ୭୧ ଜଣ ନୂତନ ରକ୍ତ ଦାତା ରକ୍ତ ଦାନ କରିଥିଲେ । ଏହି ଶିବିରରେ ଓଡିଶା ଡ୍ରାଇଭର ମହାସଂଘ ତରଭା ଶାଖା ମାହେଶ୍ୱରୀ ସଂଗଠନ ,CHANGE YOUR MIND (ଚେଞ୍ଜ ଈଓର ମାଇଣ୍ଡ) ଆସୋସିଏସନ୍, ଭୀମ ଆର୍ମି , ପ୍ରଗତି କ୍ଲବ୍ ସରଗଜ, ଏଫ ସି କ୍ଲବ୍ କମସରା ସମେତ ଅନେକ ସ୍ଵେଚ୍ଛାସେବୀ ସଂଗଠନ ଓ ସ୍ଵେଚ୍ଛାକୃତ ରକ୍ତଦାତା ରକ୍ତଦାନ ଶିବିର ରେ ଯୋଗ ଦାନ କରିଥିଲେ ।

ଜିଲ୍ଲା ପୁଲିସ ର ସୋନପୁର ଏସ ଡି ପି ଓ ପୁଷ୍ପାଞ୍ଜଳି ନୀଙ୍ଗି, ଡି ଏସ ପି ସତ୍ୟଜିତ ମିଶ୍ର, ରକ୍ତ ଦାତା ଓ ବିଭିନ୍ନ ସଂଗଠନକୁ ସମ୍ବର୍ଦ୍ଧିତ କରି ଉତ୍ସାହିତ କରିଥିଲେ । ତରଭା ଆଇ ଆଇ ସି ଶ୍ରୀ ପାଣିଗ୍ରାହୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସଭା ରେ ତରଭା ଥାନାର ଏସ ଆଇ ଯଯାତୀ ସାହୁ, ଏ ଏସ ଆଇ ନିମେଇ ବାରିକ୍, ନିରୁପମା ସ୍ୱାଇଁ ,କମସରା ଫାଣ୍ଡି ର ନିରଞ୍ଜନ ଭଞ୍ଜ, ଶକ୍ତି ଭେସେରା, ପ୍ରକାଶ ଧରୁଆ, ଉମେଶ ନାଗ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

ଜିଲ୍ଲା ରକ୍ତ ଦାତା ସଂଯୋଜକ ହବିଲାଦାର ମନୋଜ ପଣ୍ଡା ଓ ଆମ ପୁଲିସ ସଂଯୋଜକ ଶିଶିର ପଣ୍ଡା, ଜୟ ପ୍ରକାଶ, ନାରାୟଣ ସାହୁ, ଅଶୋକ ସାହୁ ସଭା ସଂଯୋଜନା କରିଥିଲେ । ସୁବର୍ଣ୍ଣପୁର ରକ୍ତ କେନ୍ଦ୍ର ୭୦ ୟୁନିଟ, ବୁର୍ଲା ଭିମସାର ୧୦୪, ବରଗଡ ୪୦ ଓ ବଲାଙ୍ଗୀର ୪୫ ୟୁନିଟ ରକ୍ତ ସଂଗ୍ରହ କରିଥିଲେ । ସମସ୍ତ ରକ୍ତ କେନ୍ଦ୍ର ର କର୍ମଚାରୀ ଡ. ସୂଦୀପ ସରକାର, କରୁଣା କର ସାହୁ, ଜଗତ ଦରୁଆନ, ଟିଟୁ ଭୋଇ, ମଣ୍ଟୁ ପ୍ରଧାନ ଭୁବନେଶ୍ଵର ସାହୁ ପ୍ରମୁଖ ରେଜିଷ୍ଟ୍ରେସନ ଓ ରକ୍ତ ସଂଗ୍ରହ କରିଥିଲେ ।