Friday, March 29, 2024

Top 5 This Week

Related Posts

ହାତୀ ଆକ୍ରମଣରେ ଯୁବକ ମୃତ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଦେବଗଡ଼, (୧୮/୧୨) : ରାଜ୍ୟରେ ହାତୀ ଓ ମଣିଷ ଲଢ଼େଇ ଜାରି ରହିଛି । କେତେବେଳେ ହାତୀକୁ ମଣିଷ ମାରୁଛି ତ କେତେବେଳେ ହାତୀ ଆକ୍ରମଣରେ ଯାଉଛି ମଣିଷର ଜୀବନ । 

ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସୁଛି ଏଭଳି ଖବର । ହାତୀ ଆକ୍ରମଣରେ ଯାଇଛି ଆଉ ଜଣଙ୍କ ଜୀବନ । ଘଟଣାଟି ଘଟିଛି ଦେବଗଡ଼ ଜିଲ୍ଲା ରିଆମାଳ ବନାଞ୍ଚଳ ଅନ୍ତର୍ଗତ ଚିରୁଗୁଣିକୁଦର ଗାଁ’ରେ । ମୃତ ଯୁବକଙ୍କ ନାଁ ଭାଗ୍ୟ କିସାନ । ତାଙ୍କୁ ୩୫ ବର୍ଷ ହୋଇଥିଲା । ଗତକାଲି ରାତିରେ ଭାଗ୍ୟ ତାଙ୍କ ଘର ନିକଟ ଖଳାରେ ଶୋଇଥିଲେ । ଖଳାରେ ଅମଳ ହୋଇପଡ଼ିଥିବା ଧାନ ଜଗିବାକୁ ସେ ସେଠାରେ ଶୋଇଥିଲେ । ଏହି ସମୟରେ ହାତୀ ଖଳାରେ ପଶି ତାଙ୍କୁ କଚାଡ଼ି ମାରି ଦେଇଥିଲା । ଘଟଣା ସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା । ହାତୀ ଆକ୍ରମଣରେ ଭାଗ୍ୟଙ୍କ ମୃତ୍ୟୁ ହୋଇଥିବା ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ କରିଛନ୍ତି । ଅନ୍ୟ ପକ୍ଷରେ ସ୍ଥାନୀୟ ଅଞ୍ଚଳର ଲୋକେ ଏହି ଘଟଣା ପରେ ଭୟଭୀତ ହୋଇଛନ୍ତି ।

 

 

 

 

Popular Articles