5T ବିଦ୍ୟାଳୟ ର ଖେଳ ପଡ଼ିଆ ରେ ବିଦ୍ୟୁତ ଖୁଣ୍ଟ

0
390
5T ବିଦ୍ୟାଳୟ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୧୭/୧୨) : 5T ବିଦ୍ୟାଳୟ ର ଖେଳ ପଡ଼ିଆ ରେ ବିଦ୍ୟୁତ ଖୁଣ୍ଟ । ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନାରାୟଣପୁର ସଦର ରେ ଥିବା 5T ସରକାରୀ ଉଚ୍ଚ ବିଦ୍ୟାଳୟ ଅବ୍ୟବସ୍ଥାରେ ଚାଲିଥିବା ଦେଖିବାକୁ ମିଳିଛି ।

କଲ୍ୟାଣସିଂହପୁର ବ୍ଲକ ନାରାୟଣପୁର ସଦର ରେ ଥିବା 5T ବିଦ୍ୟାଳୟ ର ଖେଳ ପଡ଼ିଆ ରେ ବିଦ୍ୟୁତ ଖୁଣ୍ଟ । କଲ୍ୟାଣସିଂହପୁର ବ୍ଲକରେ ପ୍ରଥମ ପର୍ଯ୍ୟାୟରେ 5T କରିବା ପାଇଁ ବିଦ୍ୟାଳୟ ଗୁଡିକର ଅବସ୍ଥା କିପରି ଅଛି ତାହା ଜିଲ୍ଲାପାଳ ସିକରପାଇ, ମାଝୀଗୁଡା, ନାରାୟଣପୁର, ସୁଲିପଦର, ସେରିଗୁମ୍ମା ଓ କଲ୍ୟାଣସିଂହପୁର ବିଦ୍ୟାଳୟ ପରିଦର୍ଶନ କରିବା ପରେ 5T ରେ ଅନ୍ତର୍ଭୁକ୍ତ କରି ବିଦ୍ୟାଳୟ କୁ ରୂପାନ୍ତରଣ କରାଯାଇଛି । ଏହାକୁ ବିଦ୍ୟାଳୟ ଗୁଡିକୁ ରୂପାନ୍ତରଣ କରିବାପାଇଁ ଶିକ୍ଷା ବିଭାଗ ପକ୍ଷରୁ ପ୍ରତ୍ୟେକ ବିଦ୍ୟାଳୟ କୁ ୪୫ ଲକ୍ଷ ଟଙ୍କା ଅନୁଦାନ ଆସିଥିଲା ।

ସେହି ଅନୁଦାନରୁ ୭ଲକ୍ଷ ଟଙ୍କା ପ୍ରଧାନ ଶିକ୍ଷକ ଖର୍ଚ୍ଚ କରିବା ପାଇଁ ରହିଥିବା ବେଳେ ୩୮ଲକ୍ଷ ଟଙ୍କା ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କ ଜମା ଖାତାରେ ରକିବା ପାଇଁ ନିର୍ଦ୍ଦେଶକ ରହିଥିଲା । ତାହାକୁ ବ୍ଲକ ର ଯନ୍ତ୍ରୀ ମାନେ କମ ପଇସାରେ ଜିନିଷ କିଣି ଆଣି ବିଦ୍ୟାଳୟ ର ସୌନ୍ଦର୍ଯ୍ୟ କରଣ କରିଛନ୍ତି । ଏହି ସବୁ ନିମ୍ନ ମାନର କାର୍ଯ୍ୟ କରାଯାଇଥିବା ନେଇ ଅଭିଭାବକ ଓ ଶିକ୍ଷକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।

ବିଦ୍ୟାଳୟ ରେ ରଙ୍ଗ ଦିଆ, ଖେଳ ପଡିଆ, ଶୌଚାଳୟ, ଲାଇବ୍ରେରୀ କୋଠରୀ, ବିଜ୍ଞାନଗାର ଗୁଡିକ ଅସଂପୂର୍ଣ୍ଣ ହୋଇରହିଛି । ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା ମଧ୍ୟ ହୋଇନଥିବା ଯୋଗୁଁ ଛାତ୍ରଛାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଶୌଚାଳୟ କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ ନଥିବା ଯୋଗୁଁ ଛାତ୍ରଛାତ୍ରୀ ମାନେ ଶୌଚ ପାଇଁ ନିକଟସ୍ଥ ନଦୀକୁ ଯାଉଛନ୍ତି । ଏହି ସବୁ ଅସୁବିଧା ରହିବା ସତ୍ତ୍ୱେ ଆଉ ବଡ଼ ବିପଦ ଜନକ ଦୃଶ୍ୟ ଦେଖିବା କୁ ମିଳିଛି ।

ନାରାୟଣପୁର 5T ବିଦ୍ୟାଳୟର ଖେଳ ପଡ଼ିଆ ମଝିରେ ବିପଦ ଜନକ ବିଦ୍ୟୁତ ଖୁଣ୍ଟ ତାହାକୁ ବାହାର କରିବା ପାଇଁ ବହୁ ବାର ବିଦ୍ୟାଳୟର ଶିକ୍ଷକ ମାନେ ଲିଖିତ ଆକାରରେ ଜଣେଇ ଥିଲେ ମଧ୍ୟ ପ୍ରଶାସନ ର ଦୃଷ୍ଟି ପଡୁନାହିଁ । ଉକ୍ତ ଖେଳ ପଡ଼ିଆ ରେ ଛାତ୍ରଛାତ୍ରୀ ମାନେ ଖେଳିବା ସମୟରେ କୌଣସି ଦୁର୍ଘଟଣା ଘଟିଲେ କିଏ ଦାୟିରହିବେ ବୋଲି ବୁଦ୍ଧି ଜୀବୀ ମହୋଲ ରେ ପ୍ରଶ୍ନ ବାଛି ହେଉଛି ।