ଓମାନ୍ ରେ ଦିପାବଳୀ ଉପଲକ୍ଷେ ଆୟୋଜିତ ବନ୍ଧୁ ମିଳନରେ ପ୍ରବାସୀ ଓଡିଆଙ୍କ ପ୍ରଶଂସା

ରିପୋର୍ଟ: ନିରୋଜ ପାଣି
ପାଇକମାଳ(୧୯/୧୧): ଚଳିତ ନଭେମ୍ବର ମାସ ୮ତାରିଖ, ଶୁକ୍ରବାର ଦିନ ଓମାନ୍ ର ସୋହାର ଆଲୁମିନିୟମ୍ କମ୍ପାନୀରେ ଅନୁଷ୍ଠିତ ହୋଇଯାଇଛି ଦିପାବଳୀ ମହୋତ୍ସବ। ଏହି ପରିପ୍ରେକ୍ଷୀରେ କମ୍ପାନୀରେ କାର୍ଯ୍ୟରତ ଅନେକ ଓଡ଼ିଆ କର୍ମଚାରୀ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ମା’ ମାନେ ନିଜ ସନ୍ତାନଙ୍କ ସହ ଫାସନ ୱାକରେ ଅଂଶଗ୍ରହଣ କରିଥିଲେ |

ହିନ୍ଦୀ ଚଳଚିତ୍ର ଗୀତରେ କୁନି କୁନି ଛୁଆମାନଙ୍କର ଡ୍ୟାନ୍ସ ପରିବେଷଣ ଅତ୍ୟନ୍ତ ମନ ମୁଗ୍ଧକର ହୋଇପାରିଥିଲା । ବିଶେଷକରି ଊରୀ ଓ ପୂଲବାମା ଆଟାକ୍ ଉପରେ ପର୍ଯ୍ୟବେଶିତ ଇଉନିଟୀ ଥିମ୍ କୁ ଧ୍ୟାନରେ ରଖି, ଓଡ଼ିଆ ଭାଇମାନଙ୍କ ଦ୍ବାରା  ପରିବେଷିତ ମାଇମ୍ ଆକ୍ଟ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା । ସୋହାର୍ ଓଡ଼ିଆ ଯୁବକମାନଙ୍କ ଦ୍ୱାରା ପରିବେଷିତ ଦେଶ ପ୍ରେମମୟ ମାଇମ୍ ଅତ୍ୟନ୍ତ ପ୍ରଶଂସନୀୟ ହୋଇ ପାରିଥିଲା ।ଏଲିନା ସମସ୍ତ କଳାକାର ମାନଙ୍କୁ  ମ୍ୟାକଅପ୍ କରିବାରେ ସହଯୋଗ କରିଥିଲେ । ବିବାହିତ ଯୋଡୀଙ୍କ ମଧ୍ୟରେ ହୋଇଥିବା  ଖେଳରେ ସନ୍ତୋଷ  ଆଚାର୍ଯ୍ଯ ଓ ମିଲି ବିଜେତା ହୋଇଥିବା ବେଳେ ଅନ୍ୟାନ୍ୟ ଖେଳରେ ଉମେଶ, ଅରିଜିତ, ବିରଞ୍ଚି ବିଜୟ ହୋଇଥିଲେ । ସୋହାର ଆଲୁମିନିୟମ କମ୍ପାନୀର ଓର୍ଗାନାଇଜିଙ୍ଗ କମିଟି ମେମ୍ବରରେ ଓଡ଼ିଆ ଯୁବକର୍ମୀ ବିପିନ୍ ମହାନ୍ତି ଓ ସରୋଜ ସାହୁଙ୍କ ଅବଦାନ ଖୁବ୍ ପ୍ରଶଂଶନୀୟ ଥିଲା |

Comments are closed.