Advertisements
Monday, June 1, 2020
Home Cultural & Festival ଆଦିରାଣୀ ପଲ୍ଲବୀଙ୍କୁ "ପରବ ସମ୍ମାନ"

ଆଦିରାଣୀ ପଲ୍ଲବୀଙ୍କୁ “ପରବ ସମ୍ମାନ”

ରିପୋର୍ଟ: ଏନ.ସନ୍ତୋଷ କୁମାର
ବୈପାରୀଗୁଡା(୧୭/୧୧): ବୈପାରୀଗୁଡା ବ୍ଲକ ହଳଦୀକୁଣ୍ଡ ପଞ୍ଚାୟତର ସିରିବେଡା ଗ୍ରାମର ଆଦିରାଣୀ ପଲ୍ଲବୀ ଦୁରୁଆଙ୍କୁ ଗତ କାଲି ରାଜ୍ୟ ସ୍ତରୀୟ ଲୋକ ମୋହତ୍ସବ”ପରବ ୨୦୧୯” ଉଦଘାଟନ ଉତ୍ସବରେ ପରବ ସମ୍ମାନ ପ୍ରଦାନ କରିଥିବା ଦେଖିବାକୁ ମିଳିଛି |

ବୈପାରୀଗୁଡା ସିରିବେଡାର ଦୁରୁଆ ସମ୍ପ୍ରଦାୟର ପଲ୍ଲବୀ ଦୁରୁଆଙ୍କୁ ଅତିଥି ମାନେ ଟ୍ରାଇବଲ ଲେଡି ଭାବେ ପରବ ସମ୍ମାନ ପ୍ରଦାନ କରୁଥିବା ଜଣାପଡିଛି | ପୂର୍ବରୁ ଅନେକ ମଞ୍ଚରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପଲ୍ଲବୀ ସମ୍ମାନିତ ହୋଇଛନ୍ତି | କୋରାପୁଟ ସ୍ଥିତ ସରକାରୀ କଲେଜ ପଡିଆରେ ସ୍ଥାନୀୟ ଜିଲ୍ଲାପାଳଙ୍କ ମଧୁସୁଦନ ମିଶ୍ରଙ୍କ ନେତୃତ୍ୱରେ ଆୟାଜିତ ଉକ୍ତ ପରବ ୨୦୧୯ର ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ | ଏହି କାର୍ଯ୍ୟକ୍ରମରେ ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଜଗନ୍ନାଥ ସରକା, ହସ୍ତତନ୍ତ୍ର ଓ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ, କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲକା ଓ ନବରଙ୍ଗପୁର ସାଂସଦ ରମେଶ ମାଝୀ, କୋରାପୁଟ ବିଧାୟକ ରଘୁରାମ ପୋଡ଼ାଲ, ପଟାଙ୍ଗୀ ବିଧାୟକ ପିତମ ପଢି, ଲଷ୍ମୀପୁର ବିଧାୟକ ପ୍ରଭୁଯନି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ତୁଳସୀ କ୍ରିଷ୍ଣାନି, ବିହନ ନିଗମ ଅଧକ୍ଷ ଇଶ୍ୱରଚନ୍ଦ୍ର ପାଣିଗ୍ରାହୀ ସହ ଅନ୍ୟାନ୍ୟ ଅତିଥି ଉପସ୍ଥିତ ଥିଲେ | ବୈପାରୀଗୁଡାର ପଲ୍ଲବୀ ଟ୍ରାଇବଲ ଲେଡି ଭାବେ ଗତ କାଲି ପରବ ମଞ୍ଚରେ ସମ୍ମାନ ଗ୍ରହଣ କରି ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଥିବା ଦେଖିବାକୁ ମିଳିଛି |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବନ୍ଦେ ଉତ୍କଳ ଜନନୀ ଗାଇଲା ସମଗ୍ର ଝାରସୁଗୁଡା

ରିପୋର୍ଟ .ପ୍ରଶାନ୍ତ ମାଝୀ //ଝାରସୁଗୁଡା (୩୦/୫/୨୦୨୦): କରୋନା ଯୁଦ୍ଧରେ ସାମିଲ ଯୋଦ୍ଧାଙ୍କ ତ୍ୟାଗ ଓ ସେବା ମନୋଭାବ ପ୍ରତି ସମ୍ମାନ ପ୍ରଦର୍ଶନ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକ୍ରମେ ଶନିବାର...

ବିଦେଶୀ ମଦ ଦୋକାନରେ ଯୁବକଙ୍କ ଉନ୍ମତ୍ତ କାଣ୍ଡ, ୬ଗିରଫ, କାର ଓ ସ୍କୁଟି ଜବତ

ରିପୋର୍ଟ: ବିମଳେନ୍ଧୁ ସାହୁ //ଲୋଇସିଂହା (୩୦/୦୫): ବଲାଂଗୀର ଜିଲ୍ଲା ଲୋଇସିଂହା ସ୍ଥିତ ବିଦେଶୀ ମଦ ଦୋକାନରେ କିଛି ଯୁବକ ଗଣ୍ଡଗୋଳ କରି ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି ।...

କାଶିପୁରରେ ବନ୍ଦେ ଉତ୍କଳ ଜନନୀ ସଂଗୀତ ପରିବେଷଣ

ରିପୋର୍ଟ: ଦେବେନ୍ଦ୍ର ନାୟକ //କାଶିପୁର (୩୦.୦୫.୨୦୨୦): କାଶିପୁରରେ ବନ୍ଦେ ଉତ୍କଳ ଜନନୀ ଗାନ ବିଭିନ୍ନ କାର୍ଯ୍ୟାଳୟ ସମେତ ଘରେ ଘରେ ଗାନ କରାଯାଇଛି | କୋଭିଡ ଯୁଦ୍ଧରେ ଲୋକଙ୍କ...

କରୋନା ସୁପର୍ ସିକ୍ସ୍ ରେ ଭୟଭୀତ ବରଗଡ଼

ରିପୋର୍ଟ: ଜଗବନ୍ଧୁ ସାହୁ //ବରଗଡ଼ (୩୦/୦୫): କରୋନାର ସୁପର୍ ସିକ୍ସ୍ ରେ ଅର୍ଥାତ କରୋନା ମହାମାରୀର ଏହି ଲକଡାଉନ୍ ସମୟରେ ଗୋଟିଏ ଦିନରେ ଛଅ ଜଣ ଯାକ ବରଗଡ଼...

Recent Comments

%d bloggers like this: