ଗୁଡ଼ାରୀ ଏନ୍.ଏ.ସି. ରେ ୧୨ ଘଣ୍ଟା ବନ୍ଦ ପାଳନ

0
143
ଗୁଡ଼ାରୀ ଏନ୍.ଏ.ସି.

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଗୁଡ଼ାରି, (୧୫/୧୨) : ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ଏନ୍.ଏ.ସି. ରେ ଏକ ନବ ପ୍ରୟାସ । ପରିବାରକୁ ସମର୍ଥନ ଜଣାଇ ଗୁଡ଼ାରି ବନ୍ଦ କରାଯାଇଥିଲା ।

ଗୁଡ଼ାରୀ ଏନ୍.ଏ.ସି. ରେ ଦୋକାନ ବଜାର ବନ୍ଦ ସହ ଗାଡ଼ି ଚଳା ଚଳ ବନ୍ଦ ରହିଛି । ଶାନ୍ତି ପୂର୍ଣ୍ଣ ଭାବରେ ୧୨ ଘଣ୍ଟା ବନ୍ଦ ରହିବ ବୋଲି କୁହାଯାଇଛି । ରାୟଗଡ଼ା ଜିଲ୍ଲା ଗୁଡାରୀ ସହରର ବାକିଟି ସାହିର ଗୁଡଲା ଭେଙ୍କଟ ରାଓ ଙ୍କ ଝିଅ ସାଇ ସ୍ୱରୂପା ନିଖୋଜ ଘଟଣାକୁ ବିତିଲାଣି ୫ଦିନ । ଗତ ରବିବାର ରାତ୍ରୀ ୭ ଟାରୁ ନିଖୋଜ ଅଛନ୍ତି । ସେହି ଦିନ ଠାରୁ ସମ୍ପର୍କୀୟ ଏବଂ ପୋଲିସ ଖୋଜାଖୋଝି ଆରମ୍ଭ କରିଦେଇଛି ।

ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି ଜାରି ରହିଛି । ହେଲେବି ନାବାଳିକା ର ପତ୍ତା ପାଇ ପାରୁନି ପୋଲିସ । ଏହାର ପ୍ରତିବାଦ ରେ ଆଜି ଗୁଡ଼ାରୀ ବାସିନ୍ଦା ପକ୍ଷ ରୁ ସହର କୁ ବନ୍ଦ କରିଛନ୍ତି । ଆଜି ସ୍କୁଲ, କଲେଜ୍, ବ୍ଲକ ଅଫିସ, ତହସିଲ, ଏନ୍ ଏ ସି କାର୍ଯ୍ୟାଳୟ ସହ ବାଜାର ଘାଟ କୁ ଗୋଟିଏ ଦିନ ବନ୍ଦ କରିବାକୁ ସହର ବାସିନ୍ଦା ନିବେଦନ କରିଛନ୍ତି । ସହର ବାସିନ୍ଦା ତରଫରୁ ନାବାଳିକା ର ବାପା ଙ୍କୁ ଧରି ଏକ ଶୋଭାଯାତ୍ରା ରେ ସ୍ଥାନୀୟ ପୋଲିସ ଥାନା କୁ ଜାଇ ଅଧିକ ପଚାରା ଉଚୁରା କରିଛନ୍ତି ଜନସାଧାରଣ ।

ଏ ପଟେ ପରିବାର ଲୋକେ ବ୍ୟସ୍ତ ହେଉଥିବା ବେଳେ ସନ୍ଦେହ ବଡିବାରେ ଲାଗିଛି । ଝିଅ ଜଣକ କିପରି ଏବଂ କେଉଁ ଅବସ୍ଥାରେ ଥିବ ତାକୁ ନେଇ ଚିନ୍ତାରେ ପରିବାର ଲୋକେ । ଏ ପଟେ ବାପା ମା ଉଭୟ ଭଗବାନ ଙ୍କୁ ଭରସା କରିଛନ୍ତି ଆଉ ଝିଅ ଅତି ଶିଘ୍ର ଘରକୁ ଫେରି ଆସିବ ବୋଲି ବାପା ଭେଙ୍କଟ ବିଶ୍ୱାସ ରଖିଛନ୍ତି । ଶ୍ରୀ ଦୀନବନ୍ଧୁ ଶବର କହିବା ଅନୁଯାୟୀ ଘଟଣା ର ଅଧିକ ଅନୁସନ୍ଧାନ ଚାଲିବା ସହ ପୋଲିସ ର ଏକ ସ୍ୱତନ୍ତ୍ର ଟିମ କରାଯାଇଛି । ପୁଣି ଥରେ ଡଗସ୍କାର୍ଡ ଆସି ନିଖୋଜ ଛୁଆ ର ଅନୁସନ୍ଧାନ ରେ ଲଗାଯାଇଛି ।