Tuesday, March 19, 2024

Top 5 This Week

Related Posts

ଖତ ଖାଉଛି ଅଳିଆ ପିଙ୍ଗା ଟ୍ରଲି ସାଇକେଲ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୧୫/୧୨) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ଅଫିସ ରେ ଅଳିଆ ଆବର୍ଜନା ପିଙ୍ଗା ଟ୍ରଲି ସାଇକେଲ ଖତ ଖାଉଥିବା ଦେଖିବା କୁ ମିଳିଛି ।WhatsApp Image 2022 12 15 at 18.00.05 1 ଖତ ଖାଉଛି ଅଳିଆ ପିଙ୍ଗା ଟ୍ରଲି ସାଇକେଲ

ଏ ସମ୍ପର୍କରେ ଜଳ ଓ ପରିମଳ ବିଭାଗ ର ବ୍ଲକ ରିଷର୍ଚ୍ଚ କୋଡ଼ିନେଟର ଲିଙ୍ଗରାଜ ନାଏକ ଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ପ୍ରତ୍ୟେକ ପଞ୍ଚାୟତ ରେ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ଚିହ୍ନଟ କରାଯିବ ତା ପରେ ସେହି ଗୃପ ର ମହିଳା ମାନଙ୍କୁ ଦିଆଯିବ । ସେହି ଗୃପ ର ମହିଳା ମାନେ ଏହି ଟ୍ରଲି ସାଇକେଲ ର ଦାୟିତ୍ୱ ନେବେ । ଏ ସପ୍ତାହ ଭିତରେ ଏହି ଆବର୍ଜନା ପିଙ୍ଗା ଟ୍ରଲି ସାଇକେଲ କୁ ପ୍ରତେକ ପଞ୍ଚାୟତ ରେ ଦୁଇଟି ଲେଖାଏଁ ଦିଆଯିବ ବୋଲି କହିଛନ୍ତି । ଏହି ଆବର୍ଜନା ପିଙ୍ଗା ଟ୍ରଲି ସାଇକେଲ ବ୍ଲକ କୁ ଆଣି ପ୍ରାୟ ଆଠ ମାସ ହେଉଥିବ ସେମିତି ବ୍ଲକ କାର୍ଯ୍ୟାଳୟ ଠାରେ ଖତ ହେବାକୁ ଯାଉଛି ।

ଏହି ଟ୍ରଲି ସାଇକେଲ ଉପରେ ଆଜି ପର୍ଯ୍ୟନ୍ତ ପ୍ରଶାସନ ର ଦୃଷ୍ଟି ଆକର୍ଷଣ ହେଉ ନ ଥିବା ଜଣାପଡିଛି । ଟ୍ରଲି ସାଇକେଲ ପରି ବ୍ଳକ ରେ ବିଭିନ୍ନ ପ୍ରକାରର ଜିନିଷ ମାନ ଖତ ଖାଉଥିବା ଦେଖିବା କୁ ମିଳିଛି । ଏହାର ବ୍ୟବହାର କରିବାର ପାଇଁ ତୁରନ୍ତ ପଦକ୍ଷେପ ନେଇ ବଣ୍ଟନ କଲେ ଭଲ ହୁଅନ୍ତା ବୋଲି ବୁଦ୍ଧି ଜୀବୀ ମହୋଲ ଚର୍ଚ୍ଚା ହେଉଥିବା ଶୁଣିବାକୁ ମିଳୁଛି ।

Popular Articles