ଜ଼ିଲ୍ଲା ସ୍ତରୀୟ ସରଗିଫୁଲ କାର୍ଯ୍ୟକ୍ରମ ଉଦଘାଟିତ

ରିପୋର୍ଟ: ଜ଼ିଲ୍ଲା ପ୍ରତିନିଧି ଅମୁଲ୍ୟ ନିଶଙ୍କ
ରାୟଗଡା(୧୭/୧୧): ଜ଼ିଲ୍ଲା ସ୍ତରୀୟ ସରଗିଫୁଲ ୨୦୧୯କାର୍ଯ୍ୟକ୍ରମ ରାୟଗଡା ସହର ଉପଖଣ୍ଡରେ ଅବସ୍ଥିତ ଏକଲବ୍ୟ ଆବାସିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମକୁ ରାଜ୍ୟ ଅନୁସୂଚିତ ଜାତି ଜନଜାତି ଉନୟନ ବିଭାଗ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ଓ ତାହା ସହିତ ଆବାସିକ ହାଇସ୍କୁଲ ଛାତ୍ର ଛାତ୍ରୀଙ୍କ ଦ୍ୱାରା ପ୍ରଦର୍ଶନ କରା ଯାଇଥିବା ବିଜ୍ଞାନ ଷ୍ଟଲକୁ ବୁଲି ପରିଦର୍ଶନ କରିଥିଲେ |

ସରଗିଫୁଲ ସମ୍ପର୍କିତ ଏକ ଅଡିଓ ସିଡି ର ଶୁଭ ଉନ୍ମୋଚନ କରିଥିଲେ | ଏହି କାର୍ଯ୍ୟକ୍ରମରେ ଜ଼ିଲ୍ଲାପାଳ ଶ୍ରୀ ପ୍ରମୋଦ କୁମାର ବେହେରା ସଭାପତିତ୍ବ କରିଥିଲେ | ସମ୍ମାନିତ ଅତିଥି ରୂପେ ରାଜ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣର ଉପଦେଷ୍ଟା ଶ୍ରୀ ସୁଧୀର ଦାସ, ରାୟଗଡା ବିଧାୟକ ଶ୍ରୀ ମକରନ୍ଦ ମୁଦୁଲି ଯୋଗ ଦେଇ ମଞ୍ଚାସିନ ରହିଥିଲେ | ଅତିଥି ବୃନ୍ଦ ସର୍ଗଫୁଲ ଗଛର ଡାଳ ପତ୍ର ଫୁଲର ଉପକାରିତା ବିଷୟରେ ବୁଝାଇଥିଲେ | ମନ୍ତ୍ରୀ ସରଗିଫୁଲ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦେଶ୍ୟ ସମ୍ପର୍କରେ କହିଥିଲେ | ଏହି କାର୍ଯ୍ୟକ୍ରମରେ ଜ଼ିଲ୍ଲାର ଅନୁସୂଚିତ ଜାତି ଓ ଜନଜାତି ସ୍କୁଲ ୧୪୧ଗୋଟି ସ୍କୁଲରୁ ୩୮୦ଜଣ ଛାତ୍ର ୪୪୨ଜଣ ଛାତ୍ରୀ ୧୮୨ଜଣ ଗାଇଡ ଶିକ୍ଷକ ଯୋଗ ଦେଇଥିଲେ | ତାହା ସହିତ ଜ଼ିଲ୍ଲା ସ୍ତରୀୟ ୪୩ଟି ଓ ମଣ୍ଡଳ ସ୍ତରୀୟ ୧୬ଟି ଷ୍ଟଲ ରେ ବିଜ୍ଞାନ ମେଳା ପ୍ରଦର୍ଶନ କରାଯାଇଥିଲା | ଏହି କାର୍ଯ୍ୟକ୍ରମରେ ଜ଼ିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ନନ୍ଦଲାଲ ବିଶ୍ୱାଳ ସ୍ୱାଗତ ଭାଷଣ ଓ କାର୍ଯ୍ୟକ୍ରମ ଶେଷରେ ଜ଼ିଲ୍ଲା ସ୍କୁଲ ନିରୀକ୍ଷକ ଶ୍ରୀ ଶ୍ୟାମ ଘନ ଭୂୟାଁ ଧନ୍ୟବାଦ ଅର୍ପଣ କରିଥିଲେ | ଛାତ୍ର ଛାତ୍ରୀଙ୍କ ପାଇଁ ବରିଷ୍ଠ ଓ କନିଷ୍ଠ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ସାଙ୍ଗକୁ ସଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା | ଏହି କାର୍ଯ୍ୟକ୍ରମ ଦୁଇ ଦିନ ଧରି ଚାଲୁରହିବ |

Comments are closed.