ରିପୋର୍ଟ : ଧ୍ରୁବରାଜ ମିଶ୍ର
ବିନିକା, (୧୪/୧୨) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅନ୍ତର୍ଗତ ଅରିଗାଁ ବିମଳିନୀ ଭାରତୀ ଚାଉଳ ଗୋଦାମ ରେ ଆଜି ଅଚାନକ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗି ଯାଇ କିଛି ବସ୍ତା ଚାଉଳ ନଷ୍ଟ ହୋଇଯାଇଛି ।
ଆଜି ସକାଳ ୭ ଟା ସମୟରେ ଗୋଦାମ ରେ ନିଆଁ ଲାଗି ଯାଇଥିବା ରୁ ଗୋଦାମ କର୍ମଚାରୀ ଦେଖି ନିଆଁ କୁ ଆୟତ କରିବାକୁ ଚେଷ୍ଟା କରିଥିଲେ । ନିଆଁ ଆୟତ କରି ନ ପାରିବାରୁ ବିନିକା ଅଗ୍ନିଶମ ବିଭାଗ କୁ ଖବର ଦିଆଯାଇଥିଲା । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ କୁ ଲିଭାଇଥିଲେ । ଏଥି ଯୋଗୁଁ କିଛି ଚାଉଳ ବସ୍ତା ନଷ୍ଟ ହୋଇଥିବା ଜଣାପଡିଛି ।