୨୦୨୩ ବିଶ୍ୱ ହକି ମହାକୁମ୍ଭ କୁ ଜନାଦୃତ କରିବା ନିମନ୍ତେ ଜିଲ୍ଳା ପ୍ରଶାସନ ର ବ୍ୟାପକ ପ୍ରସ୍ତୁତି

0
135
୨୦୨୩ ବିଶ୍ୱ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୪/୧୨) : ଆସନ୍ତା ଜାନୁଆରୀ ୧୩ ତାରିଖ ରୁ ଜାନୁଆରୀ ୨୯ ତାରିଖ ପର୍ଯ୍ୟନ୍ତ ୨୦୨୩ ବିଶ୍ୱ ହକି ମହାକୁମ୍ଭ ଓଡ଼ିଶା ର ରାଜଧାନୀ ଭୁବନେଶ୍ୱର ସହ ଶିଳ୍ପ ନଗରୀ ରାଉରକେଲା ଠାରେ ମହାସମାରୋହରେ ଅନୁଷ୍ଠିତ ହେବ ।WhatsApp Image 2022 12 14 at 20.38.13 1 ୨୦୨୩ ବିଶ୍ୱ ହକି ମହାକୁମ୍ଭ କୁ ଜନାଦୃତ କରିବା ନିମନ୍ତେ ଜିଲ୍ଳା ପ୍ରଶାସନ ର ବ୍ୟାପକ ପ୍ରସ୍ତୁତି

ଆମ ରାଜ୍ୟ ଓଡ଼ିଶା ୨୦୨୩ ବିଶ୍ୱ ହକି ମହାକୁମ୍ଭ କୁ ଆୟୋଜନ କରୁଥିବାରୁ ଆମେ ସମସ୍ତେ ଜିଲ୍ଲାବାସୀ ନିଶ୍ଚିତ ଭାବେ ଗର୍ବିତ । ପୁନଶ୍ଚ ରାଜ୍ୟ ର ଗର୍ବ ଓ ଗୌରବ କୁ ପରିପୃଷ୍ଟ କରିବା ନିମନ୍ତେ ସମସ୍ତ ପୂର ପଲ୍ଲୀ ଠାରୁ ଆରମ୍ଭ କରି ଜିଲ୍ଲା ସ୍ତର ପର୍ଯ୍ୟନ୍ତ ବ୍ୟାପକ ଓ ଜନାଦୃତ କରିବା ପାଇଁ ଆଜି ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଗୁରୁତ୍ୱାରୋପ କରିଛନ୍ତି ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅବୋଲି ସୁନୀଲ ନରୱଣେ ।

ହକି ବିଶ୍ୱ କପ ଅବ୍ୟାବାହିତ ପୂର୍ବରୁ ଜିଲ୍ଲାର ପ୍ରତ୍ୟେକ ଅଞ୍ଚଳ ର ସର୍ବସାଧାରଣ ଯେପରି ହକି ବିଶ୍ୱ କପ ର ମହନୀୟତା କୁ ହୃଦବୋଧ କରି ବିଶ୍ୱ ହକି ମହାକୁମ୍ଭରେ ରେ ଆନ୍ତରିକ ସାମିଲ ହେବେ ସେଥିପ୍ରତି ବୈଠକରେ ଗରୁତ୍ୱାରୋପ କରାଯାଇଛି । ଜିଲ୍ଲା ର ସବୁ ବର୍ଗର ଲୋକଙ୍କୁ ନେଇ ହକି ଖେଳ ସମ୍ୱନ୍ଧୀୟ ବିଶେଷ ତଥା ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଗୁଡିକ ଆୟୋଜନ ଉପରେ ନିଷ୍ପତ୍ତି ଗ୍ରହଣ କରାଯାଇଛି ଯଦ୍ୱାରା ଚଳିତ ହକି ବିଶ୍ୱକପ ର ଉଚ୍ଚ୍ୱାସ ରେ ଅଧିକରୁ ଅଧିକ ଜନସାଧାରଣ ସାମିଲ ହେବାର ସୁଯୋଗ ନେଇପାରିବେ ।

ଜିଲ୍ଲାପାଳ ଶ୍ରୀମତୀ ନରୱଣେ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଅଦ୍ୟ ପ୍ରସ୍ତୁତି ବୈଠକ ରେ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଅମରେଶ ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟନାରାୟଣ ଦାଶ ଓ ଶ୍ରୀମତୀ ନିଶି ପୁନମ ମିଞ୍ଜ, ଜିଲ୍ଲା କ୍ରୀଡା ଅଧିକାରୀ ଅଭିଳାଷ ପୁରୋହିତ, ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ, ସମସ୍ତ ବିଡ଼ିଓ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।