Tuesday, March 19, 2024

Top 5 This Week

Related Posts

କାଶୀନଗର ବ୍ଲକ ରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୫/୧୨) : ଗଜପତି ଜିଲ୍ଲା କାଶୀନଗର ବ୍ଲକ ରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

କାଶୀନଗର ବ୍ଲକ ରେ ଅଧ୍ୟକ୍ଷା ଶ୍ରୀମତୀ ବାଲା ସାୟାମ୍ମା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ବୈଠକ ରେ ବିଧାୟକ ମାନ୍ୟବର ଶ୍ରୀ କୋଦୁରୁ ନାରାୟଣ ରାଓ, ଜିଲ୍ଲାପରିଷଦ ସଭାପତି ତଥା ଜୋନ ୨ ସଭ୍ୟ ଶ୍ରୀ ଗାବରା ତିରୁପତି ରାଓ ଜୋନ ୧ ସଭ୍ୟା ସମସ୍ତ ଗ୍ରାମ ପଞ୍ଚାୟତ ର ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା ଯୋଗ ଦେଇଥିଲେ । ବିଡ଼ିଓ ଶ୍ରୀ କପିଳେଶ୍ୱର ତାଣ୍ଡି ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ଏହି ବୈଠକ ରେ ବିଭିନ୍ନ ଲାଇନ ବିଭାଗ ର ଅଧିକାରୀ ଯୋଗ ଦେଇଥିଲେ ।

ଏହି ବୈଠକ ରେ ଶିକ୍ଷା, ସ୍ୱାସ୍ଥ୍ୟ, ଗ୍ରାମ୍ୟ ଉନ୍ନୟନ ବିଭାଗ ଉପରେ ପ୍ରଥମ ଭାଗ ରେ ଆଲୋଚନା ହୋଇଥିଲା । ଦ୍ଵିତୀୟ ସେସନ ରେ ଆହୁରି ଅନ୍ୟାନ୍ୟ ବିଭାଗ ନେଇ ଆଲୋଚନା ହେବ ବୋଲି ସରପଞ୍ଚ ଶ୍ରୀ ଅଖିଳ ପାତ୍ର, ସରପଞ୍ଚ ସଞ୍ଜୟ ମିଶ୍ର, ରାମ ପ୍ରସାଦ ପଟ୍ଟନାୟକ କହିଛନ୍ତି । ଶ୍ରୀ ରାମ ପ୍ରସାଦ ବିଭିନ ସଞ୍ଚୟ ଉପରେ ମିଳୁଥିବା ସୁଧ ଙ୍କୁ ସମସ୍ତ ପଞ୍ଚାୟତ ର ଉନ୍ନୟନ କାର୍ଯ୍ୟ ରେ ଖର୍ଚ୍ଚ କରିବାକୁ ପ୍ରସ୍ତାବ ଦେଇଛନ୍ତି । ଗତ ସମିତି ବୈଠକ ର ପ୍ରସ୍ତାବ ଗୁଡିକୁ ପ୍ରଥମେ ପଠନ କରାଯାଇଥିଲା ।

Popular Articles