ସୁବର୍ଣ୍ଣପୁର ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ

ରିପୋର୍ଟ: ଧ୍ରୁବରାଜ ମିଶ୍ର

ବିନିକା(୧୬/୧୧): ସୁବର୍ଣ୍ଣପୁର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସଭାଗୃହରେ ଆଜି ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଗୋରେଖନାଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି, ମୁଖ୍ୟ ବକ୍ତା ଭାବେ ସୋନପୁର ରାଜ କଲେକର ଅବସର ପ୍ରାପ୍ତ ଅଧକ୍ଷ ଡ. କେଦାରନାଥ ମିଶ୍ର ଯୋଗଦେଇ ସାମ୍ବାଦିକମାନେ ସବୁବେଳେ ସ୍ୱଚ୍ଛ, ନିରପେକ୍ଷ ଓ ନିଷ୍ଠାପର ଭାବେ ରହି ଖବର ପ୍ରକାଶନ କଲେ ତାହା ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭର ପ୍ରାଧାନ୍ୟ ରହିବ ବୋଲି ମତବ୍ୟକ୍ତ କରିଥିଲେ ।

ସମ୍ମାନୀତ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦେବୀ ପ୍ରସାଦ ଦାସ, ବରିଷ୍ଠ ସାମ୍ବାଦିକ ବ୍ୟୋମୋକେଶ ଦାସ, ଜିଲ୍ଲା କ୍ରୀଡା ଅଧିକାରୀ ଶରତ ନନ୍ଦ, ବରିଷ୍ଠ ଲେଖକ ବ୍ରଜମୋହନ ଦାନୀ ପ୍ରମୁଖ ଯୋଗଦେଇଥିଲେ । ଏହି ପରିପ୍ରେକ୍ଷୀରେ ଜିଲ୍ଲାର ୧୫ଜଣ ବରିଷ୍ଠ ସାମ୍ବାଦିକଙ୍କୁ ମାନପତ୍ର ସହ ସମ୍ବର୍ଦ୍ଧିତ କରାଯାଇଥିଲା । ସେମାନେ ହେଲେ ବୀରମହାରାଜପୁର ବ୍ଲକ ଧରିତ୍ରୀର ବରିଷ୍ଠ ସାମ୍ବାଦିକ ସମୁନାଥ ଖଣ୍ଡଗିରି, ଉଲୁଣ୍ଡା ବ୍ଲକ ପ୍ରମେୟ ପ୍ରତିନିଧି ଗୌରଚରଣ ପରିଚ୍ଛା, ତରଭା ବ୍ଲକ ସମ୍ବାଦ ପ୍ରତିନିଧି ଅଶୋକ ସାହୁ, ତୁଙ୍ଗୁରିପାଲି ବ୍ଲକ ସମ୍ବାଦ ପ୍ରତିନିଧ ପବିତ୍ର ପାଣ୍ଡିଆ, ବିନିକା ବ୍ଲକ ସମାଜ ପ୍ରତିନି ବରାକ ମିଶ୍ର , ସୁବର୍ଣ୍ଣପୁର ଜିଲ୍ଲା ସମାଜ ପ୍ରତିନିଧି ସ୍ୱାଧୀନ ମେହେର, ସମ୍ବାଦର ଜିଲ୍ଲା ପ୍ରତିନିଧ ରତନ ପଟ୍ଟନାୟକ, ଧରିତ୍ରୀର ଜିଲ୍ଲା ପ୍ରତିନିଧି ମୃତ୍ୟୁଞ୍ଜୟ ଶତପଥୀ, ଦୂରଦର୍ଶନ ସୁବର୍ଣ୍ଣପୁର ଜିଲ୍ଲା ପ୍ରତିନିଧ ବେଣୁଧର ପ୍ରଧାନ, ଓଡିଶା ଭାସ୍କର ଜିଲ୍ଲା ପ୍ରତିନିଧି ସନ୍ତୋଷ ମିଶ୍ର, ସ୍ମୃତି ଖବର କାଗଜର ଜିଲ୍ଲା ପ୍ରତିନିଧି ମାନଭଂଜନ ତ୍ରିପାଠୀ, ପ୍ରମେୟ ପ୍ରତିନିଧୁ ବିବେକାନନ୍ଦ ମିଶ୍ର, ଇ ଟିଭି ଜିଲ୍ଲା ପ୍ରତିନିଧି ତୀର୍ଥବାସୀ ପଣ୍ଡା, ଜିଲ୍ଲା ନ୍ୟୁଜ୧୮ ପ୍ରତିନିଧ ସତ୍ୟବାନ ପୁରୋହିତ ପ୍ରମୁଖ ବରିଷ୍ଠ ସାମ୍ବାଦିକ ମାନେ ଭଲ ଖବର ପ୍ରକାଶ କରୁଥିବାରୁ ଅତିଥିଗଣ ସମ୍ବର୍ଦ୍ଧିତ କରିଥିଲେ ।

କାର୍ଯ୍ୟକ୍ରମ ଅବସରରେ ଜିଲ୍ଲାର ବିନିକା, ବିରମହାରାଜପୁର, ଉଲୁଣ୍ଡା, ତରଭା, ସୋନପୁର ଓ ତୁଙ୍ଗୁରିପାଲି ବ୍ଲକର କାର୍ଯ୍ୟରତ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ । ଏଥିରେ ସୂଚନା ଓ ଲୋକସମ୍ପର୍କ ବିଭାଗ କର୍ମଚାରୀ ବିଦ୍ୟାପତି ପଣ୍ଡା। ସଂଯୋଜନା କରିଥିବାବେଳେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହରିଚରଣ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed.