ଦାରାକୋଣ୍ଡା ରୁ ପଶ୍ଚିମବଙ୍ଗ ଗଞ୍ଜେଇ ଚାଲାଣ, ୬୬କେଜି ଗଂଜେଇ ସହ ଏଜେନ ଗିରଫ

ରିପୋର୍ଟ : ରାଜକମଲ ପୁରୋହିତ
ଚିତ୍ରକୋଣ୍ଡା(୧୭/୧୧): ଚିତ୍ରକୋଣ୍ଡା ଥାନା ଥାନା ଅଧିକାରୀ ଯୁଗଳ ଶବରଙ୍କ ନେତୃତ୍ୱରେ ଏସଆଇ ସଂଗ୍ରାମ କେଶରୀ ପାଇକ ରାୟ ସହ ସଦଳବଳେ ଗତରାତିରେ ଏସାର କମ୍ପାନୀ ଛକ ଠାରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଆନ୍ଧ୍ର ଦାରାକୋଣ୍ଡାରୁ ୱେଷ୍ଟେବେଙ୍ଗଲ କୁ ଚିତ୍ରକୋଣ୍ଡା ଦେଇ ଏକ ଧଳା ରଙ୍ଗର ଇଣ୍ଡିଗୋ ଗାଡ଼ି ନମ୍ବର ଡିଏଲ ୫ ସିଜି ୦୯୪୩ଟି ଏସାର ଛକ ଠାରେ ରାତି ୧୦.୪୦ରେ ଦ୍ରୁତ ଗତିରେ ଯାଉଥିବା ଦେଖି ପୁଲିସ ଗାଡିଟିକୁ ଅଟକାଇ ତଲାସି କରିଥିଲେ |

ଗାଡ଼ିରେ ଥିବା ୩ଜଣ ଖସି ପଳାଇବାକୁ ଚେଷ୍ଟା କରିଥିଲେ ମାତ୍ର ପୁଲିସ କର୍ମଚାରୀ ସେମାନଙ୍କୁ କାବୁ କରିନେଇଥିଲେ | ଦେଖାଗଲା ଗାଡ଼ିରେ ୩ଗୋଟି ଧଳା ବ୍ୟାଗରେ ଗଞ୍ଜେଇ ଥିଲା ସେ ଗୁଡିକୁ ସିଜ କରି ଥାନାକୁ ଆଣି ଅଟକ ରଖାଯାଇ ଅଧିକ ପଚରl ଉଚରା କଲା ପରେ ଜଣାଗଲା ଯେ ସେମାନେ ୱେଷ୍ଟବେଙ୍ଗଲକୁ ୬୬କେଜି ଗଞ୍ଜେଇ ପଠାଉଥିଲେ | ଗଂଜେଇ ସହ ଇଣ୍ଡିଗୋ ଗାଡ଼ି ଜବତ କରିବା ସହ ୩ଜଣ ଅଭିଯୁକ୍ତ ଯଥା ୱେଷ୍ଟବେଙ୍ଗଲ କଲ୍ୟାଣୀ ଥାନା ଅନ୍ତର୍ଗତ ଶାନ୍ତିନଗର ଗ୍ରାମର ସୋମନାଥ ପାଲ, ମାଲକାନଗିରି କାଲିମେଳା ଥାନା ଅନ୍ତର୍ଗତ ଏମ୍ପିଭି -୩୪ଗ୍ରାମର ବଙ୍କୀମ ବାଧୋଇଙ୍କ ପୁଅ ତପନ ବାଧୋଇ ଏବଂ ମୋଟୁ ଥାନା ଅନ୍ତର୍ଗତ ଏମ୍ଭି -୭୫ ଗ୍ରାମର ରାଧେଶ୍ୟାମ ଘରlଖୀଙ୍କ ପୁଅ ଅମିତ ଘରlଖିଙ୍କ ନାମରେ ଏକ ମାମଲା ନମ୍ବର -୧୪୦/୧୬/୧୧/୨୦୧୯ରିଖରେ ରୁଜୁ କରି କୋଟଚାଲାଣ କରାଯାଇଛି |

Comments are closed.