Tuesday, March 19, 2024

Top 5 This Week

Related Posts

ରାଜନୈତିକ ସଂଘର୍ଷ ର ଭୟଙ୍କର ରୂପ : ପିଟି ପିଟି ଯୁବକଙ୍କ ଜୀବନ ନେଲେ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଭଞ୍ଜନଗର, (୧୪/୧୨) : ରାଜନୈତିକ ସଂଘର୍ଷ ନେଲା ଜୀବନ । ଘରୁ ଡାକି ନେଇ ଯୁବକଙ୍କୁ ରାସ୍ତା ଉପରେ ପିଟି ପିଟି ମାରିଦେଲେ ।

ରାଜନୈତିକ ସଂଘର୍ଷ ନେଲା ଜୀବନ । ଏପରି ଅଭାବନୀୟ ଘଟଣା ଗତକାଲି ବିଳମ୍ବିତ ରାତିରେ ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା କଳିଆଗୁଡା ଗ୍ରାମରେ ଘଟିଛି । ମୃତକ ହେଲେ କଳିଆଗୁଡା ଗ୍ରାମର ୨୫ ବର୍ଷୀୟ ଅମର ରାଉତ । ଏହି ଆକ୍ରମଣରେ ଅମରଙ୍କ ସାଙ୍ଗ ୨୪ ବର୍ଷୀୟ ଶିବରାମ ପ୍ରଧାନ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି ।

ଅମର ଓ ଶିବରାମ ଗୋଟିଏ ଗାଁ’ର ହୋଇଥିବା ବେଳେ ସେମାନେ ସାଙ୍ଗ ଅଟନ୍ତି । ଅମରଙ୍କର ପୂର୍ବରୁ କିଛି ଯୁବକଙ୍କ ସହ ଛକାପଞ୍ଝା ଲାଗି ରହିଥିଲା । ଗତକାଲି ଏହି ଘଟଣାର ମିମାଂସା କରିବାକୁ ଜଣେ ଯୁବକ ସନ୍ଧ୍ୟାରେ ଅମରଙ୍କୁ ତାଙ୍କ ଘରୁ ଡାକି ନେଇଥିଲା। ଅମର ଯିବା ବେଳେ ଶିବରାମକୁ ବି ସାଙ୍ଗରେ ନେଇ ଯାଇଥିଲେ ।

ଗାଁ’ଠୁ ପ୍ରାୟ ଦେଢ କିମି ବାଟ ଯିବା ପରେ ପ୍ରାୟ ୧୦ ରୁ ୧୫ ଯୁବକ ଏକତ୍ରିତ ହୋଇ ଉଭୟଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କଲେ । ସେମାନେ ଉଭୟ ଅମର ଓ ଶିବରାମଙ୍କୁ ଠେଙ୍ଗାରେ ପ୍ରବଳ ପିଟିଥିଲେ । ଉଭୟ ରାସ୍ତାରେ ପଡ଼ି ଛଟପଟ ହେଉଥିବା ବେଳେ ଆକ୍ରମଣକାରୀ ମାନେ ସେଠାରୁ ଖସି ପଳାଇଥିଲେ ।

ଖବର ପାଇ ଉଭୟଙ୍କ ପରିବାର ଲୋକେ ସେଠାରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଆଜି ଭୋରରୁ ଅମରଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଶିବରାମଙ୍କୁ ବୁର୍ଲାସ୍ଥିତ ଏମକେସିଜି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଚଳାଇଥିବା ବେଳେ କାହାକୁ ଗିରଫ କରି ନାହିଁ ।

Popular Articles