Advertisements
Wednesday, July 8, 2020
Home Children Issue ଶିକ୍ଷା ବିଭାଗ ଆଖିରେ ଅନ୍ଧ ପୁଟୁଳି, ବେଗୁନିଆପଡ଼ା ବ୍ଳକରେ ପୁଣି ୮ ଜାଲ୍ ଶିକ୍ଷକ

ଶିକ୍ଷା ବିଭାଗ ଆଖିରେ ଅନ୍ଧ ପୁଟୁଳି, ବେଗୁନିଆପଡ଼ା ବ୍ଳକରେ ପୁଣି ୮ ଜାଲ୍ ଶିକ୍ଷକ

ରିପୋର୍ଟ: ଜଗନ କୁମାର ସେଠି
ଗଞ୍ଜାମ(୧୬/୧୧): ଜାଲ୍ ପ୍ରମାଣ ପତ୍ର ଦେଇ ଗଞ୍ଜାମ ଜିଲ୍ଲାରେ ଅନେକ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତି ପାଇଥିବା ବେଳେ ଏବେ ସୂଚନା ତଥ୍ଯ ଆଧାରରେ ଏହି କାରନାମା ଉପରୁ ଧିରେ ଧିରେ ପରଦା ହଟିବାରେ ଲାଗିଛି। ଗତ କିଛି ଦିନ ତଳେ ବେଗୁନିଆପଡ଼ା ବ୍ଳକର ୯ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସାର୍ଟିଫିକେଟ ଜାଞ୍ଚ୍ କରିବାକୁ ଗଞ୍ଜାମ ଜିଲ୍ଲା ନାଗରିକ ସୁରକ୍ଷା ଓ ଅଧିକାର ମଞ୍ଚ ପକ୍ଷରୁ ଦାବି କରାଯାଇଥିଲା।

ଏବେ ପୁଣି ୮ ଜଣ ଜାଲ୍ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସାର୍ଟିଫିକେଟ ଜାଞ୍ଚ୍ କରିବାକୁ ଦାବି କରାଯାଇଛି। ଶୁକ୍ରବାର ଏନେଇ ଲିଖିତ ଅଭିଯୋଗ ହୋଇଛି। ଗଞ୍ଜାମ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସମେତ ମାନ୍ଯବର ମୁଖ୍ୟମନ୍ତ୍ରୀ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ, ଶିକ୍ଷା ସଚିବ, ମୁଖ୍ୟ ଶାସନ ସଚିବ, ଭିଜିଲାନ୍ସ ନିର୍ଦ୍ଦେଶକ, ପ୍ରକଳ୍ପ ସଂଯୋଜକ (ଓପେପା), କ୍ରାଇମବ୍ରାଞ୍ଚ ନିର୍ଦ୍ଦେଶକ, ଗଞ୍ଜାମ ଜିଲ୍ଲାପାଳ, ଗଞ୍ଜାମ ସର୍ବଶିକ୍ଷା ଅଭିଯାନ ପ୍ରକଳ୍ପ ସଂଯୋଜକଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଯାଇଛି। ସୂଚନା ଅନୁସାରେ ବେଗୁନିଆପଡ଼ା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧିନସ୍ଥ ମର୍ଦ୍ଧକୋଟ ୟୁ ପି ସ୍କୁଲର ପବିତ୍ର ମୋହନ ପାତ୍ର, ବେଗୁନିଆପଡ଼ା ପି ୟୁ ପି ଏସ୍ ର ସୁଧାକର ପରିଡା, ଏସ୍ ଛଚିନା ନୋଡ଼ାଲ ୟୁ ପି ଏସ୍ ର ପ୍ରମୋଦ କୁମାର ନାୟକ, ବିଲିପଡ଼ା ୟୁ ପି ସ୍କୁଲ ର ତୋଫାନ କୁମାର ସ୍ୱାଇଁ, ଚିଙ୍ଗୁଡିଖୋଲ ୟୁ ପି ଏସ୍ ର ବାନାମ୍ବର ପ୍ରଧାନ, ହଂସତୁଳୀ ୟୁ ପି ଏସ୍ ର ବୀଣାପାଣି ପ୍ରଧାନ, ମର୍ଦକୋଟ ୟୁ ପି ସ୍କୁଲର ସ୍ନେହଲତା ପ୍ରଧାନ, ମଙ୍ଗଳପୁର ପି ଏସ୍ ର ପରମାନନ୍ଦ ସାହୁଙ୍କ ନିଯୁକ୍ତି ବେଳେ ସେମାନେ ଦାଖଲ କରିଥିବା ସମସ୍ତ ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପତ୍ର ଜାଞ୍ଚ୍ କରିବାକୁ ଦାବି କରାଯାଇଛି । ଏଥି ସହିତ କବିସୂର୍ଯ୍ୟନଗର ବ୍ଲକରୁ ୧୯ ଜଣ, ପୋଲସରାରୁ ୪ ଜଣ, ଖଲ୍ଲିିକୋଟ ବ୍ଲକର ୨ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମଧ୍ୟ ତଦନ୍ତ ପରିସରରେ ସାମିଲ ପାଇଁ ଦାବି କରିଛନ୍ତି ଗଞ୍ଜାମ ଜିଲ୍ଲା ନାଗରିକ ସୁରକ୍ଷା ଓ ଅଧିକାର ମଞ୍ଚର ସଭାପତି ସମରଜିତ ମହାନ୍ତି। ବର୍ଷ ବର୍ଷ ଧରି ଜାଲ୍ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ବିଭିନ୍ନ ସ୍ଥାନରେ ନିଯୁକ୍ତି କରି ମୋଟା ଅଙ୍କର ଦରମା ନେଇ ରାଜ୍ୟ ରାଜକୋଷକୁ ଲୁଟି ଚାଲିଥିବା ବେଳେ ଶିକ୍ଷା ବିଭାଗର କିଛି ବରିଷ୍ଠ ଅଧିକାରୀଙ୍କ ସହ ସଲାସୁତୁରାରେ ଏଭଳି କାରନାମା ହୋଇଥିବା କୁହାଯାଉଛି। ତେବେ ପ୍ରଶାସନ ପାଖରେ ଜାଲ୍ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଚିହ୍ନଟ କରିବା ପାଇଁ ସମସ୍ତ ବ୍ୟବସ୍ଥା ଥିବା ବେଳେ ପ୍ରଶାସନ ପକ୍ଷରୁ ଚିହ୍ନଟ ନ କରି ଓଲଟା ସୁରକ୍ଷା ଦିଆଯାଇଛି ବୋଲି କହିଛନ୍ତି ମଞ୍ଚର ବେଗୁନିଆପଡ଼ା ଆବାହକ ସୁଶାନ୍ତ କୁମାର ପଟ୍ଟନାୟକ। ଏନେଇ ବେଗୁନିଆପଡ଼ା ବିଇଓ କମଳାକାନ୍ତ ସାହୁଙ୍କୁ ପଚାରିବାରୁ ଡିଇଓଙ୍କ ନିର୍ଦ୍ଦେଶ କ୍ରମେ ଯେଉଁମାନଙ୍କ ନାମରେ ଅଭିଯୋଗ ହୋଇଛି ସେମାନଙ୍କ ପ୍ରମାଣପତ୍ର ଜାଞ୍ଚ୍ ପାଇଁ ପଠାଇଥିବା କହିଛନ୍ତି। ଅନ୍ୟ ପକ୍ଷରେ ତୁରନ୍ତ ଏଥିପ୍ରତି ତଦନ୍ତ ଓ କାର୍ଯ୍ଯାନୁଷ୍ଠାନ ନ ନିଆଗଲେ ହାଇକୋର୍ଟରେ ମାମଲା ରୁଜୁ କରିବା ପାଇଁ ଚେତାବନୀ ଦେଇଛି ମଞ୍ଚ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

କନ୍ଧମାଳ ଜିଲ୍ଲାରେ ପୁଲିସ ଏବଂ ମାଓବାଦୀ ମୁହାଁମୁହିଁ

କନ୍ଧମାଳ/ଘୁ.ଉଦୟଗିରି (୦୮/୦୭): କନ୍ଧମାଳ ଜିଲ୍ଲାରେ ଆଜି ପୁଣି ପୁଲିସ ଏବଂ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି । ଏଥି ସହିତ ପୁଲିସ ଏବଂ...

ସରକାରୀ ଚାକିରିଆ ଗଣମାଧ୍ୟମ ଆଗରେ ମୁହଁ ଖୋଲି ପାରିବେନି

ଭୁବନେଶ୍ୱର (୦୮/୦୭): ରାଜ୍ୟରେ ଏବେଠୁ କୌଣସି ସରକାରୀ ଚାକିରି ଗଣମାଧ୍ୟମ ଆଗରେ ମୁହଁ ଖୋଲିପାରିବେନି ବୋଲି ଜଣାପଡିଛି । ସରକାରୀ ଚାକିରି...

ଧର୍ମପ୍ରାଣ ମହିଳା ଙ୍କ ପରଲୋକ , ଯାଜପୁର

ରିପୋର୍ଟ: ସତ୍ୟଜିତ ବାରିକ //ବରୀ,ଯାଜପୁର (୦୭/୦୭): ଯାଜପୁର ଜିଲ୍ଲା ବରୀ ବ୍ଲକ ରଂପା ଗ୍ରାମ ପଞ୍ଚାୟତ ର ଉପର ରମ୍ପା ର ସ୍ବର୍ଗତ କିଶୋର ଚନ୍ଦ୍ର ମହାନ୍ତି ଙ୍କ...

ସାଂସଦଙ୍କ ବନ୍ଧୁଗାଁର ଆଦର୍ଶ ପଞ୍ଚାୟତକୁ ସମୀକ୍ଷା ଗସ୍ତ

ରିପୋର୍ଟ: ମିନା ବେହେରା //ବନ୍ଧୁଗାଁ (ତା ୭/୬/୨୦): କୋରାପୁଟ ଜିଲ୍ଲା ସାଂସଦ ମାନ୍ୟବର ସପ୍ତଗିରି ଶଙ୍କର ହୁଲୁକା ଗାରିଡି ଆଦର୍ଶ ଗ୍ରାମ ପଞ୍ଚାୟତ ପରିଦର୍ଶନ କରିବା ସହିତ ଉପସ୍ଥିତ...

Recent Comments

%d bloggers like this: