Tuesday, March 19, 2024

Top 5 This Week

Related Posts

ଆରମ୍ଭ ହେଲା ଟେଷ୍ଟ ସିରିଜ୍‌ : ବାଂଲାଦେଶ ବିପକ୍ଷରେ ଭାରତର ବ୍ୟାଟିଂ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଢାକା, (୧୪/୧୨) : ଆରମ୍ଭ ହେଲା ଟେଷ୍ଟ ସିରିଜ୍‌ । ବାଂଲାଦେଶ ଠାରୁ ଦିନିକିଆ ସିରିଜ ହାରିଥିବା ଟିମ ଇଣ୍ଡିଆ ଆଜି ଠାରୁ ଟେଷ୍ଟ ସିରିଜ ଖେଳିବାକୁ ମୈଦାନକୁ ଓହ୍ଲାଇଛି ।

ଆଜିଠାରୁ ଆରମ୍ଭ ହୋଇଥିବା ଦୁଇ ଟିକିଆ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ରେ ଭାରତର କାମଚଳା ଅଧିନାୟକ କେଏଲ ରାହୁଲ ଟସ୍‌ ଜିତିଛନ୍ତି । ଏଥିସହ ଭାରତ ପ୍ରଥମେ ବ୍ୟାଟିଂ କରିବ ବୋଲି ସେ ନିଷ୍ପତ୍ତି ନେଇଛନ୍ତି । ୩ଟି ଯାକ ଦିନିକିଆରେ ଟସ୍‌ ହାରିଥିବା ଭାରତ ଆଜି ପ୍ରଥମଥର ବାଂଲାଦେଶ ବିପକ୍ଷରେ ଟସ୍‌ ଜିତିଛି । ଆହତ କାରଣରୁ ରୋହିତ ଶର୍ମା ପ୍ରଥମ ଟେଷ୍ଟରୁ ବାଦ ପଡ଼ିଥିବାରୁ କେଏଲ ରାହୁଲ ଦଳର କମାଣ ସମ୍ଭାଳୁଛନ୍ତି ।

ଆଜି ତାଙ୍କ ସହ ଶୁବମନ ଗିଲ୍‌ ଭାରତ ପାଇଁ ଇନିଂସ ଆରମ୍ଭ କରିବେ । ଦଳର ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା, ବିରାଟ କୋହଲି, ଶ୍ରେୟସ ଆୟର, ଋଷଭ ପନ୍ତ, ଅକ୍ଷର ପଟେଲ, ରବି ଅଶ୍ୱିନ, କୁଲଦୀପ ଯାଦବ, ମହମ୍ମଦ ସିରାଜ ଓ ଉମେଶ ଯାଦବ ରହିଛନ୍ତି । ଏହାର ଅର୍ଥ ଦଳ ୩ ସ୍ପିନର ଓ ୨ ପେସ ବୋଲର କମ୍ବିନେସରେ ମୈଦାନକୁ ଓହ୍ଲାଇଛି ।

ଅନ୍ୟ ପକ୍ଷରେ ପ୍ରାୟ ୫ ମାସ ପରେ ବାଂଲାଦେଶ ଟେଷ୍ଟ ମ୍ୟାଚ୍‌ ଖେଳିବାକୁ ପଡ଼ିଆକୁ ଓହ୍ଲାଇଛି । ମ୍ୟାଚ୍‌ ପୂର୍ବରୁ ଅଧିନାୟକ ସାକିବ ଅଲ ହାସନଙ୍କ ଫିଟନେସକୁ ନେଇ ଆଶଙ୍କା ପ୍ରକାଶ ପାଇଥିଲା । ତେବେ ସେ ଫିଟ ହୋଇଛନ୍ତି ଓ ଆଜିର ମ୍ୟାଚ୍‌ରେ କ୍ୟାପ୍ଟେନ୍ସି ମଧ୍ୟ କରୁଛନ୍ତି । ଭାରତ ଭଳି ବାଂଲାଦେଶ ମଧ୍ୟ ୩ ସ୍ପିନର, ୨ ପେସର ଓ ୬ ଜଣ ବ୍ୟାଟର୍ସଙ୍କୁ ଖେଳାଉଛି । ବାଂଲାଦେଶ ପାଇଁ ଆଜି ଟପ ଅର୍ଡର ବ୍ୟାଟର ଜାକିର ହାସନ ଡେବ୍ୟୁ କରୁଛନ୍ତି ।

Popular Articles