Tuesday, March 19, 2024

Top 5 This Week

Related Posts

ଟ୍ୱିନ ସିଟି ରେ ଘନ କୁହୁଡ଼ି, ବିମାନ ଚଳାଚଳ ବିଳମ୍ବ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ
ଭୁବନେଶ୍ୱର, (୧୩/୧୨) : ଆଜି ସକାଳୁ ଟ୍ୱିନ ସିଟି ରେ ଆଚ୍ଛାଦିତ ହୋଇ ରହିଛି ଘନ କୁହୁଡ଼ି । ଏଥିଯୋଗୁ ସାଧାରଣ ଜୀବନଯାତ୍ରା ଦୀର୍ଘ ସମୟ ପର୍ଯ୍ୟନ୍ତ ଅସ୍ତବ୍ୟସ୍ତ ହୋଇ ପଡ଼ିଛି ।

ଟ୍ୱିନ ସିଟି ରେ ଘନ କୁହୁଡ଼ି ଯୋଗୁଁ ଗାଡ଼ି ଚଳାଚଳରେ ବାଧା ଉପୁଜିଛି । ଏଥିଯୋଗୁଁ ବିମାନ ଚଳାଚଳରେ ବ୍ୟାହତ ସୃଷ୍ଟି ହୋଇଛି । ରାଜଧାନୀ ଭୁବନେଶ୍ୱର ସହ କଟକରେ ବି ଆଜି ସକାଳେ କୁହୁଡ଼ିର ମୋଟା ଆସ୍ତରଣ ଜମିଛି । ଦୃଶ୍ୟମାନ ଦୂରତା ଖୁବ୍‌ କମ୍‌ ଥିବାରୁ ଲୋକେ ଯିବା ଆସିବା କରିବାରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରିକି ସକାଳେ ଲୋକେ ଗାଡ଼ି ଲାଇଟ ଲଗାଇ ଯାତାୟତ କରୁଥିବା ଦେଖିବାକୁ ମିଳିଛି ।

ଗତ କିଛି ଦିନ ହେବ ରାଜ୍ୟରେ ଶୀତର ପ୍ରକୋପ ବଢିବାରେ ଲାଗିଛି । ପାରଦ ଏବେ ତଳମୁହାଁ ଥିବା ବେଳେ ଆଜି କୁହୁଡି ଲୋକଙ୍କୁ କଲବଲ କରି ଦେଇଛି ।ଆସନ୍ତା ୪ଦିନ ଭିତରେ ଦୁଇରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ଆହୁରି ଖସିବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ଆଭ୍ୟନ୍ତରୀଣ ଓଡିଶାରେ ଅଧିକ ଶୀତ ଅନୁଭୂତ ହେବ । ଆଗାମୀ ୨୪ ଘଣ୍ଟା ଭିତରେ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସଂଭାବନା ନଥିବା ପାଣିପାଗ ବିଭାଗ ସୂଚନା ଦେଇଛି ।

ସେପଟେ ଘନ କୁହୁଡି ଯୋଗୁଁ ବିମାନ ଚଳାଚଳ ପ୍ରଭାବିତ ହୋଇଛି । ଭୁବନେଶ୍ୱର ବିମାନବନ୍ଦରରେ ୪ ବିମାନ ଅବତରଣ ବିଳମ୍ବିତ ହୋଇଛି । ବିମାନ ବନ୍ଦର ଅଞ୍ଚଳରେ ମାତ୍ର ୧୨ଶହ ମିଟର ଯାଏଁ ଭିଜିବିଲିଟି ଥିବାରୁ ବିମାନ ଚଳାଚଳ ବିଳମ୍ବିତ ହେଉଛି । କୁହୁଡ଼ି ଯୋଗୁଁ ଭୁବନେଶ୍ୱରରୁ ଛାଡିବାକୁ ଥିବା ବିମାନ ମଧ୍ୟ ବିଳମ୍ବ ହେଉଛି ବୋଲି ଭୁବନେଶ୍ୱର ବିମାନ ବନ୍ଦର କର୍ତ୍ତପକ୍ଷ ସୂଚନା ଦେଇଛନ୍ତି ।

Popular Articles