Friday, March 29, 2024

Top 5 This Week

Related Posts

ବୌଦ୍ଧ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଟାଉନହଲ ଠାରେ ଯୋଗାଭ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୧୩/୧୨) : ବୌଦ୍ଧ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଟାଉନହଲ ଠାରେ ଅପରାହ୍ନ ୫ଘ. ସମୟରେ ଭିକାରୀ କଳା ମଣ୍ଡପ ପରିସରରେ ଯୋଗାଭ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ।

ବୌଦ୍ଧ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଯୋଗାଭ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ । ଏଥିରେ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ, ପ୍ରକଳ୍ପ ନିର୍ଦ୍ଦେଶକ ଅଶ୍ୱିନୀ କୁମାର ମେହେର, ଏ. ଡି. ଏମ. ଓ. ସଂଘମିତ୍ରା ପଣ୍ଡା, ଡି. ପି. ଏମ. ରୂପକ କୁମାର ମହାପାତ୍ର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିୟାର ସିଂ ଯୋଗଦାନ କରି ଯୋଗଦ୍ୱାରା ମିଳୁଥିବା ବିଭିନ୍ନ ଉପକାର ସମ୍ପର୍କରେ ଆଲୋଚନା କରିଥିଲେ । ଯୋଗ ଶିକ୍ଷକ ଦେବାଶିଷ ପୁରୋହିତ, ସୁନିତା ଦାଶ ଯୋଗାଭ୍ୟାସ କରାଇଥିଲେ ।

ସୂର୍ଯ୍ୟ ନମସ୍କାର, ସୁକ୍ଷ୍ମ ବ୍ୟାୟାମ, ବିଭିନ୍ନ ଆସନ, ପ୍ରାଣାୟାମ କରିବା ସହିତ ଧ୍ୟାନ ଓ ମ୍ୟୁଜିକ ଥେରାପି ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ବିଭିନ୍ନ ରୋଗ ପାଇଁ ଯୋଗ କରିବା ଆବଶ୍ୟକ ବୋଲି ପ୍ରକାଶ ପାଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ, ଏ.ଏନ. ଏମ.ର ଛାତ୍ରୀ, ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ଅଭ୍ୟାସ କରିଥିଲେ ।

Popular Articles