Advertisements
Wednesday, July 8, 2020
Home Business & Private କାହାର ପେଟ ପାଇଁ ନାଟ ତ କାହା ପେଟରେ ନାତ, ପ୍ରଶାସନ ବି ଚୁପ

କାହାର ପେଟ ପାଇଁ ନାଟ ତ କାହା ପେଟରେ ନାତ, ପ୍ରଶାସନ ବି ଚୁପ

ଜି.ଉଦୟଗିରି(୧୬/୧୧): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ସହରର ବନ୍ଧଛକ,ଭଞ୍ଜମାର୍କେଟ ସାମନା ଓ ପଶୁ ଚିକିତ୍ସାଳୟ ସାମନା ମୂଖ୍ୟ ରାସ୍ଥା କଡରେ ବେପାରି ବସି ବିଭିନ୍ନ ପ୍ରକାରର ବେପାର କରୁଥିବା ଏବେ ନଜରକୁ ଆସିଛି । ଏମାନଙ୍କ ମଧ୍ୟରେ ପରିବା ବିକାଳି,ମାଛ ବିକାଳି ତଥା ବିଭିନ୍ନ ପ୍ରକାର ସିଜିନ ବେପାରୀ ଅନ୍ୟତମ ।

ଚାଷୀ ମୁଣ୍ଡର ଝାଳ ତୁଣ୍ଡରେ ମାରି କଠିନ ପରିଶ୍ରମରେ ଯୋଉ ଫସଲ ଆଦାୟ କରେ ତାର ଉପଯୁକ୍ତ ମୁଲ୍ୟ ବେପାରୀଠୁ ପାଉ ନଥିବାରୁ ବାଧ୍ୟ ହୋଇ ତାର ଫସଲ ବିକ୍ରି କରିବାକୁ ସହରକୁ ଆସେ, ହେଲେ ନଥାଏ ତା ପାଇଁ ଜାଗା । ଏଣୁ ବଧ୍ୟ ହୋଇ ରାସ୍ତା କଡରେ ଆରମ୍ଭ କରେ ବିକିବା । ଠିକ୍ ସେମିତି ଅନ୍ୟ ବେପାରୀ ମଧ୍ୟ ବେପାର କରନ୍ତି । ଗ୍ରାହକ ମାନେ ବିଚ ରାସ୍ତାରେ ଛିଡା ହୋଇ ପରିବା,ମାଛ ଆଦି ଜିନିଷ କ୍ରୟ କରିଥିନ୍ତି । ରାସ୍ତା କଡରେ ବେପାରି, ରାସ୍ତା ଉପରେ ଗ୍ରାହକ ଏଣେ ରାସ୍ତାରେ ଯାତାୟତ ଯାନବାହନ । ଏଥିରେ କାହାର ବି ନିଘା ନାହିଁ । ଭଗବାନ କରନ୍ତୁ କାହାର କିଛି ନ ହେଊ,କିନ୍ତୁ ଯଦି କେବେ କଛି ଅଘଟଣ ଘଟିଗଲା ତେବେ ତା ପାଇଁ ଦାୟୀ କିଏ? ରାସ୍ତାରେ ମାଳମାଳ ଗାଡି ଯାତାୟତ କରୁଥିବାବେଳେ ବେପାରୀ ଓ ଗ୍ରାହକ ଜୀବନକୁ ବାଜୀ ଲଗାଇ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ବିକା କିଣାରେ ବ୍ୟସ୍ତ ଥାଆନ୍ତ ।

ଏପରିକି ସାପ୍ତାହିକ ହାଟ ଦିନ ରାସ୍ତାରେ ଯାତାୟତ କରିବା କଷ୍ଟକର ହେଲେ ମଧ୍ୟ ଯିବାକୁ ପଡେ । ଏମିତି ଅବସ୍ଥାରେ ବେପାରୀ ମାନଙ୍କୁ ପଚାରିଲେ ଉତ୍ତର ଆସେ ସବୁ ପେଟ ଚାଖଣ୍ଡେ ପାଇଁ ନାଟ । ପ୍ରକାଶଥାଉକି ୨୦୧୦ ମସିହା ଅକ୍ଟୋବର ମାସରେ ରାସ୍ତା ପ୍ରଶସ୍ଥୀକରଣ ଆଳରେ ପଶୁ ଚିକିତ୍ସାଳୟ ସାମନାରେ ଥିବା ଜି.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ଏକ ମାର୍କେଟ କମ୍ପ୍ଳେକ୍ସକୁ ଭାଙ୍ଗିଦିଆଗଲା । ସେଠାରେ ଥିବା ବେପାରୀଭାଇ ମାନଙ୍କ ପରୀବାର ସଦସ୍ୟଙ୍କ ପେଟକୁ ନାତ ମାରିଥିବା ପ୍ରଶାସନ ନିକଟରେ ବାରମ୍ବାର ଲିଖିତ ଗୁହାରୀ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସେମାନଙ୍କୁ ଥଇଥାନ କରାଯାଇନାହିଁ କି ରାସ୍ତା ପ୍ରସସ୍ଥ କରାଯାଇନାହିଁ ।କେଉଁ ସ୍ବାର୍ଥରେ ସେମାନଙ୍କୁ ଉଛ୍ଛେଦ କରାଗଲା ତାହା ଆଜି ସୁଦ୍ଧା ଜାଣିହେଲାନାହିଁ। ଏଣୁ ପ୍ରଶାସନ ସୁବିଚାର କରି ଉଛ୍ଛେଦ ବେପାରୀଙ୍କୁ ବ୍ୟବସାୟ ସ୍ଥାନରେ ତଥା ରାସ୍ତା କଡରେ ବସୁଥିବା ଉଠା ଦୋକାନୀଙ୍କୁ ଥଇଥାନ କଲେ ସମସ୍ତେ ଉପକୃତ ହୁଅନ୍ତେ ବୋଲି ଲୋକେ(ଗ୍ରାହକ) କହନ୍ତି ।

ରିପୋର୍ଟ: ଜଗଦୀଶ ଦାସ

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ସରକାରୀ ଚାକିରିଆ ଗଣମାଧ୍ୟମ ଆଗରେ ମୁହଁ ଖୋଲି ପାରିବେନି

ଭୁବନେଶ୍ୱର (୦୮/୦୭): ରାଜ୍ୟରେ ଏବେଠୁ କୌଣସି ସରକାରୀ ଚାକିରି ଗଣମାଧ୍ୟମ ଆଗରେ ମୁହଁ ଖୋଲିପାରିବେନି ବୋଲି ଜଣାପଡିଛି । ସରକାରୀ ଚାକିରି...

ଧର୍ମପ୍ରାଣ ମହିଳା ଙ୍କ ପରଲୋକ , ଯାଜପୁର

ରିପୋର୍ଟ: ସତ୍ୟଜିତ ବାରିକ //ବରୀ,ଯାଜପୁର (୦୭/୦୭): ଯାଜପୁର ଜିଲ୍ଲା ବରୀ ବ୍ଲକ ରଂପା ଗ୍ରାମ ପଞ୍ଚାୟତ ର ଉପର ରମ୍ପା ର ସ୍ବର୍ଗତ କିଶୋର ଚନ୍ଦ୍ର ମହାନ୍ତି ଙ୍କ...

ସାଂସଦଙ୍କ ବନ୍ଧୁଗାଁର ଆଦର୍ଶ ପଞ୍ଚାୟତକୁ ସମୀକ୍ଷା ଗସ୍ତ

ରିପୋର୍ଟ: ମିନା ବେହେରା //ବନ୍ଧୁଗାଁ (ତା ୭/୬/୨୦): କୋରାପୁଟ ଜିଲ୍ଲା ସାଂସଦ ମାନ୍ୟବର ସପ୍ତଗିରି ଶଙ୍କର ହୁଲୁକା ଗାରିଡି ଆଦର୍ଶ ଗ୍ରାମ ପଞ୍ଚାୟତ ପରିଦର୍ଶନ କରିବା ସହିତ ଉପସ୍ଥିତ...

ପଦ୍ମପୁର ଭେଉଁରିଆ ଓ ଜମଲା ଠାରେ କରୋନା ଯୋଦ୍ଧା ମାନଙ୍କୁ ସମ୍ବର୍ଦ୍ଧନା

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୮ ୵ ୭ ୵ ୨୦୨୦): ଜମଲା ହସପିଟାଲ ପରିସରରେ ଓ ପଦ୍ମପୁର ନିକଟସ୍ଥ ଭେଉଁରିଆ ଗ୍ରାମ ଠାରେ ଡାକ୍ତର,ନର୍ସ, ଏଏନଏମ,...

Recent Comments

%d bloggers like this: