ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର ପରିସରରେ “ମହୁମାଛି ପାଳନ” ସମ୍ବନ୍ଧୀୟ ଦକ୍ଷତା ବୃଦ୍ଧି ତାଲିମ୍ ଶିବିର ଆରମ୍ଭ

ଜି.ଉଦୟଗିରି(୧୫/୧୧): ଘୁ.ଉଦୟଗିରି ସ୍ଥିତ କନ୍ଧମାଳ ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ରାଜ୍ୟ ସରକାରଙ୍କ ମିଶନ୍ ଶକ୍ତି ପ୍ରାୟୋଜିତ “ମହୁମାଛି ପାଳନ” ସମ୍ବନ୍ଧୀୟ ଏକ ୭ ଦିନିଆ ଦକ୍ଷତା ବୃଦ୍ଧି ତାଲିମ୍ ଶିବିର ଆରମ୍ଭ ହୋଇଛି । ଏଥିରେ ବିଭିନ୍ନ ବ୍ଲକର ୧୩ ଟି ସ୍ୱୟଂ ସହାୟକ ଗୋଷ୍ଠୀର ମୋଟ ୨୫ ଜଣ ସଦସ୍ୟା ସାମିଲ୍ ହୋଇଛନ୍ତି ।

ଆଗାମୀ ଦିନରେ ଏହିପରି ଆଉ ୪ ଗୋଟି ତାଲିମ୍ ଶିବିରର ଆୟୋଜନ କରିବାକୁ ସ୍ଥିର କରାଯାଇଛି । କେନ୍ଦ୍ରର ମୂଖ୍ୟ ଡ. ଦେବାଶିଷ ମିଶ୍ର, ବୈଜ୍ଞାନିକ ସୁଜିତ ମୂଖି, ମିଶନ୍ ଶକ୍ତି ର ଜିଲ୍ଲା କାର୍ଯ୍ୟକ୍ରମ ପ୍ରବନ୍ଧକ ସୁନିଲ୍ ମଲ୍ଲିକ ଏବଂ ବିଶିଷ୍ଟ ମହୁମାଛି ତାଲିମଦାତା ବିବେକାନନ୍ଦ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଟି ଆରମ୍ଭ କରାଯାଇଥିଲା । ଏହି ତାଲିମ୍ ମାଧ୍ୟମରେ ଗ୍ରାମୀଣ ମହିଳା ମାନେ ମହୁଚାଷ କରି ରୋଜଗାରକ୍ଷମ ହେବାସହ ସେମାନଙ୍କ ପରିବାର ବିଶୁଦ୍ଧ ମହୁ ସେବନ କରି ସୁସ୍ଥ ରହିପାରିବେ ବୋଲି କେନ୍ଦ୍ରର ମୁଖ୍ୟ ଡ. ମିଶ୍ର ପ୍ରକାଶ କରିଛନ୍ତି । ବୈଜ୍ଞାନିକ ଶ୍ରୀ ମୁଖି ଏହି ତାଲିମ୍ କାର୍ଯ୍ୟକ୍ରମ ଦ୍ୱାରା ଜିଲ୍ଲାରେ ମହୁଚାଷ ରେ ଏକ ବୈପ୍ଲବିକ ପରିବର୍ତ୍ତନ ଆସିବବୋଲି ଆଶାପ୍ରକାଶ କରିଛନ୍ତି ।

ରିପୋର୍ଟ: ଜଗଦୀଶ ଦାସ

Comments are closed.