୫ଟି ସରକାରୀ ଉଚ୍ଚ ବିଦ୍ୟାଳୟ ଗୁଡିକର ଦୁର୍ନୀତିର ତଦନ୍ତ ଦାବି କଲେ ଅବିଭାବକ

0
451
୫ଟି ସରକାରୀ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୧୨/୧୨) : ୫ଟି ସରକାରୀ ଉଚ୍ଚ ବିଦ୍ୟାଳୟ ଗୁଡ଼ିକରେ ଦୁର୍ନୀତି । ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ମାନଙ୍କୁ ଓ ପଢୁଥିବା ଛତ୍ରଛାତ୍ରୀ ମାନଙ୍କୁ ଉନ୍ନତ ମାନର ଶିକ୍ଷା ପ୍ରଦାନ କରିବା ପାଇଁ ଗୋଟିଏ ବିଦ୍ୟାଳୟ ପିଛା ୪୫ ଲକ୍ଷ ଟଙ୍କା ପାଣି ଭଳିଆ ଖର୍ଚ୍ଚ କରୁଛନ୍ତି ସରକାର ।

ବାସ୍ତବରେ ସରକାରୀ ବାବୁମାନେ ଆଖିରେ ନ ଦେଖିଲେ ବିଶ୍ଵାସ କରି ହେବନାହିଁ । କଲ୍ୟାଣସିଂହପୁର ବ୍ଲକ ସଦର ମହକୁମା ଠାରେ ଥିବା ୫ଟି ସରକାରୀ ଉଚ୍ଚ ବିଦ୍ୟାଳୟ ଅବ୍ୟବସ୍ଥାରେ ଚାଲିଥିବା ଦେଖିବାକୁ ମିଳିଛି । ସେହିପରି କଲ୍ୟାଣସିଂହପୁର ବ୍ଲକର ଶିକରପାଇ, ମାଝିଗୁଡା, ନାରାୟଣ ପୁର, ସୁଲିପଦର, ସେରିଗୁମା ଓ କଲ୍ୟାଣସିଂହପୁର ଉଚ୍ଚ ବିଦ୍ୟାଳୟ ପ୍ରଥମ ପର୍ଯ୍ୟାୟରେ ଅନ୍ତର୍ଭୁକ୍ତ ରହିଛି ।

ସମସ୍ତ ବିଦ୍ୟାଳୟକୁ ୪୫ ଲକ୍ଷ ଟଙ୍କାର ଅନୁଦାନ ଆସିଥିଲା । ବିଦ୍ୟାଳୟ ପକ୍ଷରୁ ୭ ଲକ୍ଷ ଟଙ୍କା ଲେଖାଏଁ ପ୍ରଧାନ ଶିକ୍ଷକମାନେ ବିଦ୍ୟାଳୟରେ ଖର୍ଚ୍ଚ କରବା ପାଇଁ ଅନୁମତି ରହିଥିବା ବେଳେ ୩୮ ଲକ୍ଷ ଟଙ୍କା ବ୍ଳକର ବଡ଼ିଓ ଙ୍କ ଜମା ଖାତାରେ ଜମା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହାର ସୁଯୋଗ ନେଇ ବ୍ଳକର ଯନ୍ତ୍ରୀ ମାନେ ଲକ୍ଷ ଲକ୍ଷ ଟଙ୍କା ଦୁର୍ନୀତି କରୁଛନ୍ତି ।

କହିଲେ ଭୁଲ ହେବ ନାହିଁ ଏହି ବ୍ଳକରେ ପ୍ରଥମ ପର୍ଯ୍ୟାୟରେ କାର୍ଯ୍ୟ ଶେଷ ହୋଇଥିବା ଜଣା ପଡ଼ିଛି । ବ୍ଳକ କାର୍ଯ୍ୟାଳୟ କନିଷ୍ଠ ଯନ୍ତ୍ରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇ କାର୍ଯ୍ୟ ଆରମ୍ଭ କରିଛନ୍ତି । ଯେଉଁ ଉଦ୍ଦେଶ୍ୟ ଆରମ୍ଭ ହୋଇଥିଲା କାର୍ଯ୍ୟ ତାହା ପ୍ରକୃତରେ ପିଲାଙ୍କ ପାଇଁ ସାଧିତ ହୋଇ ପାରିଲା ନାହିଁ । କଲ୍ୟାଣସିଂହପୁର ୫ଟି ବିଦ୍ୟାଳୟରେ ଇ ଲାଇବ୍ରେରୀ ଓ ସ୍ମାର୍ଟ ଶ୍ରେଣୀ ଗୃହ ଦୁଇଟି ସମ୍ପୂର୍ଣ୍ଣ ହୋଇଥିବା ବେଳେ ଛାତ୍ର ଛାତ୍ରୀଙ୍କ ପାଇଁ ଶୌଚାଳୟ ନିର୍ମାଣ ହୋଇନଥିବାରୁ ଛାତ୍ର ମାନେ ନଦୀକୁ ଶୌଚ କରିବା ପାଇଁ ଯାଉଛନ୍ତି । ବିଜ୍ଞାନ ଲେବ ଅସମ୍ପୂର୍ଣ୍ଣ ରହିଥିବାରୁ ପିଲାଙ୍କୁ ପରୀକ୍ଷାଗାରରେ ବୁଝାଇବା ହୋଇ ପାରୁନି ବୋଲି ପିଲାମାନେ ଅଭିଯୋଗ କରିଛନ୍ତି ।

ଖେଳ ପଡିଆ ନିର୍ମାଣ ହୋଇ ପାରିନି । ସେହିଭଳି ପିଇବା ପାଣି ବ୍ୟବସ୍ଥା ହୋଇ ପାରିନଥିବାରୁ ପିଲାମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଓ ବିଦ୍ୟାଳୟ ପରିସର ସୌନ୍ଦର୍ଯ୍ୟ କାରଣ ହୋଇନି । ବିଦ୍ୟାଳୟରେ ତିନଟି ଶ୍ରେଣୀ ଗୃହ ମାନକରେ ରଙ୍ଗ ମରା ଯାଇନ ଥିବା ଦେଖିବା କୁ ମିଳିଛି । ଏ ସମ୍ପର୍କରେ ନାରାୟଣ ପୁର ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଚୁମିକି ପାଣି କହିଛନ୍ତି ବିଦ୍ୟାଳୟ ରେ ନିମ୍ନମାନର ଟାଇଲସ ପକେଇଥିବାରୁ ବଙ୍ଗାରୁଝା ହୋଇଛି ।

ଲୋକାର୍ପିତ ହେଲା ପରେ ମଧ୍ୟ ପିଇବା ପାଣି ର ବ୍ୟବସ୍ତା ହୋଇ ନାହିଁ ଖେଳ ପଡିଆ ରେ ଥିବା ବିଦ୍ୟୁତ ଖୁଣ୍ଟ କଢ଼ା ଯାଇ ନାହିଁ । ବ୍ଲକ ସହକାରୀ ଯନ୍ତ୍ରୀ ସବ୍ୟସାଚୀ ନାୟକ ଙ୍କୁ ପଚାରିବାରୁ ସେ କହିଛନ୍ତି ନିମ୍ନମାନର କାମ ହୋଇ ନାହିଁ ମଧ୍ୟମ ଧରଣର ଜିନିଷ ମାନ ଲଗାଯାଇଛି । ଏହି ସପ୍ତାହ ମଧ୍ୟରେ କାମ କରାଯିବ ୩୮ ଲକ୍ଷ ଟଙ୍କା ସାରିଯାଇଛି ପୁଣି ଟଙ୍କା ଆସିବ ସେଥିରୁ ସବୁ କାମ ଶେଷ କରାଯିବ ବୋଲି କହିଛନ୍ତି ।