Advertisements
Wednesday, July 8, 2020
Home Children Issue ଜେ.ଇ ୨ୟ ପର୍ଯାୟର ଟୀକାଦାନ

ଜେ.ଇ ୨ୟ ପର୍ଯାୟର ଟୀକାଦାନ

ପାଇକମାଲ(୧୫/୧୧): ସଂପ୍ରତି ପାଇକମାଲ ବ୍ଳକ ଅଧିନସ୍ଥ ସରକାରୀ ସେବାଶ୍ରମ ବୁକୁରାମୁଣ୍ଡା ଠାରେ ଜାପାନିଜ୍ ଏନସାଫାଲାଇଟିସ୍ ଟିକାକରଣ କରାଯାଇଛି |

ବୁକୁରାମୁଣ୍ଡା ସବ୍ ସେଣ୍ଟରରେ କାର୍ଯ୍ୟରତ ମହିଳା ସ୍ୱାସ୍ଥ୍ୟକର୍ମୀ ଶ୍ରୀମତି କବିତାଂଜଳୀ ଦାଶଙ୍କ ତତ୍ୱବଧାନରେ ଟୀକାଦାନ କାର୍ଯକ୍ରମ ପୂର୍ବରୁ ସେବାଶ୍ରମର ଛାତ୍ର -ଛାତ୍ରୀ ମାନଙ୍କୁ ନେଇ ଏକ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରି ସ୍ୱାସ୍ଥ୍ୟ ସଚେତନତା, ଜାପାନିଜ ଏନସେଫାଲାଇଟିସ୍ ସଂପର୍କରେ ବିଭିନ୍ନ ସ୍ଲୋଗାନ ମାନ ଦେଇଥିଲେ | ପରେ ସ୍କୁଲ କାର୍ଯ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ଟୀକାଦାନ କରାଯାଇ ବିଶ୍ରାମ ପ୍ରକୋଷ୍ଠରେ ଏକଘଣ୍ଟା ଲେଖାଏଁ ବିଶ୍ରାମ ଦିଆଯାଇଥିଲା | ଉକ୍ତ କାର୍ଯ୍ୟକ୍ରମକୁ ସ୍ଥାନୀୟ ଆଶାକର୍ମୀ ପଦ୍ମା ବିଶ୍ୱାଳ ସଠିକ ଭାବେ ତଦାରକ କରିଥିଲେ ସ୍କୁଲର ସମୁଦାୟ ୮୭ ଜଣ ଛାତ୍ରଛାତ୍ରୀଙ୍କୁ ଟୀକାକରଣ କରାଗଲା ବୋଲି ସେବାଶ୍ରମର ସହକାରୀ ଶିକ୍ଷକ ଶ୍ରୀଯୁକ୍ତ ଲଲିତ କୁମାର ମହାନନ୍ଦଙ୍କ ଠାରୁ ପ୍ରକାଶ | ଶେଷରେ ସ୍କୁଲର ସଭାପତି ଶ୍ରୀଯୁକ୍ତ ମହେନ୍ଦ୍ର ବାରିକ ସରକାରଙ୍କ ଏଭଳି ମହତ୍ କାର୍ଯ୍ୟକ୍ରମକୁ ତାରିଫ କରିଛନ୍ତି |
ରିପୋର୍ଟ: ନିରୋଜ ପାଣି

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

କନ୍ଧମାଳ ଜିଲ୍ଲାରେ ପୁଲିସ ଏବଂ ମାଓବାଦୀ ମୁହାଁମୁହିଁ

କନ୍ଧମାଳ/ଘୁ.ଉଦୟଗିରି (୦୮/୦୭): କନ୍ଧମାଳ ଜିଲ୍ଲାରେ ଆଜି ପୁଣି ପୁଲିସ ଏବଂ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି । ଏଥି ସହିତ ପୁଲିସ ଏବଂ...

ସରକାରୀ ଚାକିରିଆ ଗଣମାଧ୍ୟମ ଆଗରେ ମୁହଁ ଖୋଲି ପାରିବେନି

ଭୁବନେଶ୍ୱର (୦୮/୦୭): ରାଜ୍ୟରେ ଏବେଠୁ କୌଣସି ସରକାରୀ ଚାକିରି ଗଣମାଧ୍ୟମ ଆଗରେ ମୁହଁ ଖୋଲିପାରିବେନି ବୋଲି ଜଣାପଡିଛି । ସରକାରୀ ଚାକିରି...

ଧର୍ମପ୍ରାଣ ମହିଳା ଙ୍କ ପରଲୋକ , ଯାଜପୁର

ରିପୋର୍ଟ: ସତ୍ୟଜିତ ବାରିକ //ବରୀ,ଯାଜପୁର (୦୭/୦୭): ଯାଜପୁର ଜିଲ୍ଲା ବରୀ ବ୍ଲକ ରଂପା ଗ୍ରାମ ପଞ୍ଚାୟତ ର ଉପର ରମ୍ପା ର ସ୍ବର୍ଗତ କିଶୋର ଚନ୍ଦ୍ର ମହାନ୍ତି ଙ୍କ...

ସାଂସଦଙ୍କ ବନ୍ଧୁଗାଁର ଆଦର୍ଶ ପଞ୍ଚାୟତକୁ ସମୀକ୍ଷା ଗସ୍ତ

ରିପୋର୍ଟ: ମିନା ବେହେରା //ବନ୍ଧୁଗାଁ (ତା ୭/୬/୨୦): କୋରାପୁଟ ଜିଲ୍ଲା ସାଂସଦ ମାନ୍ୟବର ସପ୍ତଗିରି ଶଙ୍କର ହୁଲୁକା ଗାରିଡି ଆଦର୍ଶ ଗ୍ରାମ ପଞ୍ଚାୟତ ପରିଦର୍ଶନ କରିବା ସହିତ ଉପସ୍ଥିତ...

Recent Comments

%d bloggers like this: