ସି ପି ଆଇ ଏମ ଏଲ ଲିବରେସନର ପଞ୍ଚମ ରାଜ୍ୟ ସମ୍ମିଳନୀ ଅନୁଷ୍ଠିତ

0
187
ସି ପି ଆଇ ଏମ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣୁପୁର, (୧୨/୧୨) : ଆଜି ବାମ ଗଣତାନ୍ତ୍ରିକ ଶକ୍ତିକୁ ମଜବୁତ କରି, ଫାସିବାଦ ହଟାଅ ଦେଶ ବଞ୍ଚାଅ ନାରା ଦେଇ ସି ପି ଆଇ ଏମ ଏଲ ଲିବରେସନ ତାର ପଞ୍ଚମ ରାଜ୍ୟ ସମ୍ମିଳନୀ ଗୁଣପୁର ଠାରେ ପାଳନ କରିଛି ।

ଏହି କାର୍ଯ୍ୟକ୍ରମରେ ଅନ୍ୟ ରାଜ୍ୟରୁ ଆସିଥିବା କମ୍ରେଡ଼ ମାନେ ହଜାର ହଜାର କର୍ମୀଙ୍କ ଗହଣରେ ବାଇପାସ୍ ଛକ ଠାରେ କମ୍ରେଡ ନାଗଭୂଷଣଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ସି ପି ଆଇ ଏମ ଏଲ ଲିବରେସନ ର ଝାଡ଼ଖଣ୍ଡ ର ପଲିଟିବ୍ୟୁରୋ ସଦସ୍ୟ ଜନାର୍ଦ୍ଦନ ପ୍ରସାଦ, ଆନ୍ଧ୍ର ପ୍ରଦେଶର ଏନ ମୂର୍ତ୍ତୀ, ରାଜ୍ୟ ସମ୍ପାଦକ ଯୁଧିଷ୍ଟିର ମହାପାତ୍ର, ରାଧାକାନ୍ତ ସେଠୀ, ଶ୍ରମିକ ନେତା ମହେନ୍ଦ୍ର ପରିଡା, କୃଷକ ନେତା ଅଶୋକ ପ୍ରଧାନ ସମେତ ରାଜ୍ୟ ନେତୃବୃନ୍ଦ ସହ ପ୍ରତିନିଧି ମାନେ ଆଦିବାସୀ ମାନଙ୍କ ପାରମ୍ପରିକ ନାଚ ଗିତ ସହ ଏକ ବିଶାଲ ଶୋଭାଯାତ୍ରାରେ ବାହାରି ଗୁଣପୁର ପୁରୁଣା ବସଷ୍ଟାଣ୍ଡ ଠାରେ ଏକ ଜନ ସଂକଲ୍ପ ସଭା ଅନୁଷ୍ଠିତ ହୋଇଥିଲା ।

ଉକ୍ତ ସାଧାରଣ ସଭାରେ ରାଜ୍ୟ ସମ୍ପାଦକ ଯୁଧିଷ୍ଟିର ମହାପାତ୍ର ବେକାରଙ୍କୁ ନିଯୁକ୍ତି ଓ ଶ୍ରମଜୀବୀର ଅଧିକାର ଦାବିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ । ସି ପି ଆଇ (ଏମଏଲ) ଲିବରେସନ କେନ୍ଦ୍ର କମିଟି ସଭ୍ୟ ଜନାର୍ଦ୍ଦନ ପ୍ରସାଦ ଓ ଆନ୍ଧ୍ର ପ୍ରଦେଶ କେନ୍ଦ୍ର କମିଟି ସଭ୍ୟ ଏନ ମୂର୍ତ୍ତୀ ଚାଷୀକୁ ଫସଲର ଉଚିତ ମୂଲ୍ୟ ଦେବାସହ ଆଦିବାସୀଙ୍କୁ ଜଙ୍ଗଲ ଜମି ଅଧିକାର ପାଇଁ ଦାବି କରିଥିଲେ ।ରାଧାକାନ୍ତ ସେଠି ଓ ମହେନ୍ଦ୍ର ପରିଡା ନିଜ ଅଭିଭାଷଣରେ କହିଥଲେ ଯେ, ରାଜ୍ୟର ବି ଜେ ଡ଼ି ସରକାର ଦିର୍ଘ ୨୨ ବର୍ଷ ଶାସନ କାଳରେ ଭାଗ ଚାଷୀକୁ ଚାଷୀର ମାନ୍ୟତା ଓ ରାଜ୍ୟରେ ଶୀତଳ ଭଣ୍ଡାର ନିର୍ମାଣରେ ବିଫଳ ହୋଇଛି । ସବିତା ବରଜ, ମୂରୋଲି ବେହେରା, ମନ୍ଦାକିନୀ ସେଠି ଓ ତ୍ରିପତି ଗମାଙ୍ଗ ଧନର ସହାୟକ ମୂଲ୍ୟ ୩୦୦୦ କରିବା, ଜଙ୍ଗଲ ଆଇନ ୨୦୨୨ ବାତିଲ କରିବା, ଭୂମିହୀନଙ୍କୁ ଜମି ଓ ଘରଡିହ ପଟା ପ୍ରଦାନ କରିବାକୁ ଦାବି ରଖିଥିଲେ । ବୃନ୍ଦାବନ ବିଡିକା ଓ ଅନାନ୍ୟ ସାଥି ମାନେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିତି ବିରୁଦ୍ଧରେ ଉଦବୋଧନ ଦେଇଥିଲେ ।