ୟୁ ଟ୍ୟୁବ୍ ଚ୍ୟାନେଲ୍ ଉଦଘାଟନ

ପାଇକମାଳ(୧୫/୧୧): ନୃସିଂହନାଥ ମନ୍ଦିର ପ୍ରାଂଗଣରେ କାର୍ତିକ ଚତୁର୍ଧଶୀ ଦିନ ସଂଧ୍ୟାରେ ନୃସିଂହନାଥ କଳା ପରିଷଦର ଏକ ୟୁଟ୍ୟୁବ୍ ଚ୍ୟାନେଲ୍ nkp visual Arts ନୃସିଂହନାଥ ମନ୍ଦିରର କାର୍ଯ୍ୟନିର୍ବାହି ଅଧିକାରୀ ଶ୍ରୀ ପୁରୁଷୋତ୍ତମ ପ୍ରଧାନଙ୍କ ଦ୍ବାରା ଉଦଘାଟିତ ହୋଇଅଛି ।

ଦୀର୍ଘ ପଚିଶ ବର୍ଷ ରୁ ଉର୍ଧ ସମୟ ଧରି ନୃସିଂହନାଥ କଳା ପରିଷଦ ମନ୍ଦିର ତଥା ଅନେକ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ଆସିବା ସହ ପ୍ରାଚୀନ ଲୋକ କଳା ଏବଂ କଳାକାରଂକୁ ପ୍ରୋତ୍ସାହନ ଦେବା ସହ ନୂତନ କଳାକାର ସୃଷ୍ଟି କରିବା ସହ ବିଭିନ୍ନ ସାମାଜିକ ସମସ୍ୟା ସମାଧାନ ପାଇଁ ସଚେତନତାର ବାର୍ତାକୁ ସର୍ବଦା ନାଟକ ସଂଗୀତ ନୃତ୍ୟ ଓ ଅଭିନୟ ମାଧ୍ୟମରେ ପ୍ରଦର୍ଶୀତ କରି ଜନସାଧାରଣଂକୁ ସଚେତନତାର ବାର୍ତା ଦେଇ ଆସିିଅଛି । ବର୍ତମାନ ଏହି ୟୁଟ୍ୟୁବ୍ ଚ୍ୟାନେଲ୍ ରେ ଅନେକ କ୍ଷୁଦ୍ର କ୍ଷୁଦ୍ର ସଚେତନ ଧର୍ମୀ ଫିଲ୍ମ ନିର୍ମାଣ ଓ ପ୍ରଦର୍ଶନ କରାଯିବାର ଯୋଜନା କରି ଏହାର ପ୍ରଥମ ଅବଦାନ ସର୍ଟ ଫିଲ୍ମ “ହେଲମେଟ୍ ବେପାର୍” ମାଧ୍ୟମରେ ୟୁଟ୍ୟୁବ୍ ଚ୍ୟାନେଲ୍ ର ଶୁଭ ଉନ୍ମୋଚନ କରାଯାଇଅଛି ।

ରିପୋର୍ଟ: ନିରୋଜ ପାଣି

Comments are closed.