ବରତୁଣ୍ଡା ମହାଲକ୍ଷ୍ମୀ ପୂଜା ପାଇଁ ମୁରାସୁର ବରଣ

ପାଇକମାଳ(୧୫/୧୧): ବରଗଡ ଜିଲ୍ଲା ପାଇକମାଳ ବ୍କକ ବରତୁଣ୍ଡା ଗାଁରେ ୫୬ତମ ଲକ୍ଷ୍ମୀ ପୂଜା ଆସନ୍ତା ତାରିଖ ୯,୧୦,୧୧,୧୨ ରିଖ ଚାରି ଦିନ ଧରି ପାଳନ କରାଯିବ | ଆଜି ଲକ୍ଷ୍ମୀ ପୂଜାର ଶୁଭ ସ୍ତମ୍ଭ ସ୍ଥାପନ କରାଯାଇଥିଲା ।

ପଣ୍ଡିତ ପୂର୍ଣ୍ଣ ଚନ୍ଦ୍ର ଦାଶ ପୂଜା ବିଧି କରିଥିଲେ । ଏହି ୪ଦିନ ଧରି ଦରବାର ପାଇଁ କଳାକାର ମାନଙ୍କୁ ବରଣ କରାଯାଇଥିଲା । ମୁରାସୁର ଭୂମିକାରେ ଭେଲୁଆଁପଦର ଗ୍ରାମ ର ସହଦେବ ସାହୁ, ଜଗନ୍ନାଥ ଭୂମିକାରେ ଯୁଗଳ କିଶୋର ଭୋଇ, ସତ୍ୟାନନ୍ଦ ମାଝୀ, ଲିଙ୍ଗରାଜ ବରିହା, ସଫେତ୍ ସାହୁ, ଏବଂ ଲକ୍ଷ୍ମୀ ପୁରାଣ କଥା ବସ୍ତୁର ନାଟିକାକୁ ନିର୍ଦ୍ଦେଶନା ଦେବା ପାଇଁ ଯୁବ ନାଟ୍ୟକାର ତଥା ନାଟ୍ୟରତ୍ନ ପ୍ରାପ୍ତ ଲଳିତ ଜଗତଙ୍କୁ ପାଣ୍ଡୁଲିପି ପ୍ରଦାନ କରିଥିଲେ । ଏହି ଅବସରରେ ପୁଷ୍ପ ଗୁଚ୍ଛ ଦେଇ ସ୍ଵାଗତ କରି ସଂକୀର୍ତ୍ତନ ମୃଦଙ୍ଗରେ ହୁଳହୁଳି ଶବ୍ଦରେ ଗ୍ରାମରେ ପରିକ୍ରମା କରାଯାଇଥିଲା । ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ମହାନ୍ତି, ଜିଲ୍ଲା ପରିଷଦ ସଭ୍ୟ ବିଶ୍ବନାଥ ବାଗ, ବିକାଶ ଦାଉ, ବେଣୁଧର ସାହୁ, ଜନଜୀବନ ଗର୍ଣ୍ଣା, ବନମାଳୀ ବିନାଟ, ରୁକମଣ ଧରୁଆ, ତ୍ରିଲୋଚନ ହେର୍ଣ୍ଣା, ବୁଳୁ ହେର୍ଣ୍ଣା,ପ୍ରମୋଦ ବରିହା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ |

ରିପୋର୍ଟ: ନିରୋଜ ପାଣି

Comments are closed.