Tuesday, March 19, 2024

Top 5 This Week

Related Posts

ବିନିକା ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ମାଗଣା ଚକ୍ଷୁ ପରୀକ୍ଷଣ ଶିବିର ଅନୁଷ୍ଠିତ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ବିନିକା, (୧୧/୧୨) : ବିନିକା ମହିଳା ଡିଗ୍ରୀ ମହାବିଦ୍ୟାଳୟ ବିନିକା ର ୟୁଥ୍ ରେଡ୍ କ୍ରସ୍ ଏବଂ ମହାନଦୀ ନେତ୍ର ଚିକିତ୍ସାଳୟ ପଣ୍ଡା ପାଲି ବୀରମହାରାଜପୁର ର ମିଳିତ ଆନୁକୁଲ୍ୟରେ ମାଗଣା କମ୍ପ୍ୟୁଟର କୃତ ଚକ୍ଷୁ ପରୀକ୍ଷଣ ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ମହାବିଦ୍ୟାଳୟ ସଭାପତି ହିମାଂଶୁ ଶେଖର ତ୍ରିପାଠୀ, ସମ୍ପାଦକ ବିକାଶ ମହାନ୍ତି, ଟ୍ରଷ୍ଟି ସୂର୍ଯ୍ୟ ନାରାୟଣ ପାଢ଼ୀ, ଓ ଅଧ୍ୟକ୍ଷ ମୀନକେତନ ପଧାନ ଯୋଗଦେଇଥିଲେ । ବିନିକା ମହିଳା ଡିଗ୍ରୀ ମହାବିଦ୍ୟାଳୟ ର ସଭାପତି ହିମାଂଶୁ ଶେଖର ତ୍ରିପାଠୀ ଙ୍କ ଦ୍ଵାରା ଚକ୍ଷୁ ପରୀକ୍ଷଣ ଶିବିର ର ଶୁଭାରମ୍ଭ ହୋଇଥିଲା । ଏହି ଶିବିରରେ ପଣ୍ଡା ପାଲି ନେତ୍ର ଚିକିତ୍ସାଳୟ ର ଅପ୍ ଟିକାଲ୍ ଟେକ୍ନିଶିଏନ ସୁଜିତ୍ କୁମାର ଥାପା, ରେଫ୍ରିସିଆଁନ ଦେବାଶିଷ ମେହେର, ଅପ୍ଟିସି ଏଁନ ପ୍ରତ୍ୟାଲୋକ ସାହୁ ଏବଂ ତାଙ୍କର ସହକର୍ମୀ ଆସି ରୋଗୀ ମାନଙ୍କର ଚକ୍ଷୁ ପରୀକ୍ଷା କରିଥିଲେ ।

ଏହି ପରିପ୍ରେକ୍ଷୀରେ ମହାବିଦ୍ୟାଳୟ ର ସଭାପତି ହିମାଂଶୁ ଶେଖର ତ୍ରିପାଠୀ ସଭା ପରିଚାଳନା କରି ମହାନଦୀ ନେତ୍ର ଚିକିତ୍ସାଳୟ ର ଚିକିତ୍ସକ ଙ୍କୁ ସମ୍ମାନପତ୍ର ପ୍ରଦାନ କରିଥିଲେ । ଏହି ଶିବିରରେ ପ୍ରାୟ ୧୨୧ ଜଣ ରୋଗୀ ଚିକିତ୍ସିତ ହୋଇଥିଲେ ଏବଂ ମାଗଣା ରେ ଔଷଧ ଓ ଚଷମା ଦେଇଥିଲେ । ୩୩ ଜଣ ରୋଗୀ ମାନଙ୍କୁ ପଣ୍ଡାପାଲି ସ୍ଥିତ ନେତ୍ରାଳୟରେ ଅସ୍ତ୍ରୋପଚାର ପାଇଁ ପ୍ରେରିତ କରିଥିଲେ । ପରିଶେଷରେ ସ୍ଵେଚ୍ଛାସେବୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ମାନପତ୍ର ପ୍ରଦାନ କରାଯାଇଥିଲା । ଏବଂ ଯୁବ ରେଡ୍ କ୍ରସ କାଉନସିଲର ମନିଷା ଭୋଇ ଙ୍କ ଦ୍ଵାରା ଧନ୍ୟବାଦ ଜ୍ଞାପନ କରାଯାଇଥିଲା ।

ଏହି ପରିପ୍ରେକ୍ଷିରେ ମହାବିଦ୍ୟାଳୟ ର ଅଧ୍ୟାପିକା ଅର୍ପିତା ପଧାନ, ଭୂମିସୂତା ପ୍ରଧାନ, ଅଧ୍ୟାପକ ପଦ୍ମଲୋଚନ ସା, । ଡି ଇ ଓ ବ୍ରଜରାଜ ଥନାପତି, ବାର୍ତ୍ତାବାହୀ କବିତା କ୍ଷେତି ଓ ଯୁବ ରେଡ୍ କ୍ରସ୍ ର ସ୍ୱେଚ୍ଛାଚାରୀ ସରିତା ମଲ୍ଲିକ, ଅଞ୍ଜୁ ସେଠ୍, ପୂଜା ପଧାନ, ପୁନମ ପଧାନ, ବର୍ଷାରାଣୀ ମେହେର, ଦିପ୍ତି ମାହାର, ଜ୍ୟୋତିର୍ମୟୀ ପ୍ରଧାନ, ସୁଚିତ୍ରା ପ୍ରଧାନ ଆରତୀ ବେହେରା, ଶ୍ରାବଣୀ ସାହୁ, ରେଣୁକା ସେଠୀ, କମଳିନୀ ସାହୁ, ସୀମା ଖମାରୀ ଶିବିରକୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ସହଯୋଗ କରିଥିଲେ ।

Popular Articles