Friday, March 29, 2024

Top 5 This Week

Related Posts

ବିଶ୍ଵ ମାନବଧିକାର ଦିବସ ପାଳିତ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୧୨/୧୨) : ରାୟଗଡ଼ା ଜିଲ୍ଲା ଠାରେ ବିଶ୍ଵ ମାନବଧିକାର ସୁରକ୍ଷା ଦିବସ ସ୍ଥାନୀୟ ପୂର୍ତ୍ତି ଡାକ ବଙ୍ଗଳା ଠାରେ ମହାସମାରହୋରେ ପାଳିତ ହୋଇଯାଇଛି ।

ବିଶ୍ଵ ମାନବଧିକାର ଦିବସ ପାଳିତ । ଏହି ପବିତ୍ର ଦିନରେ ସମ୍ମାନୀତ ଅତିଥି ଭାବେ ପୌରପରିଷଦ ର ଉପାଧ୍ୟକ୍ଷା ଶ୍ରୀମତୀ ଶୁଭ୍ରା ପଣ୍ଡା, ଜିଲ୍ଲା ସୂଚନା ଏବଂ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ, ବରିଷ୍ଟ ନାଗରିକ ସଭାପତି ବଳରାମ ପଣ୍ଡା ଯୋଗଦେଇ ମାନବ ଅଧିକାର ଓ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ । ଜନ ସାଧାରଣଙ୍କ ମୌଳିକ ଅଧିକାର ଓ ସୁରକ୍ଷା ପାଇଁ ମାନବ ଅଧିକାର କର୍ମୀମାନେ ଲଢେଇ କରିବା ପାଇଁ ଅତିଥି ମାନେ ମତ ବ୍ୟକ୍ତ କରିଥିଲେ ।

ପୌର ପରିଷଦ ଉପାଧ୍ୟକ୍ଷା ଶ୍ରିମତି ପଣ୍ଡା ସମସ୍ତ୍ ସମ୍ବିଧାନ ଯାହା ଦିଆ ଯାଇଛି ଓ ମାନବ ଅଧିକାର କେମିତି ସୁରକ୍ଷା ହୋଇପାରିବ ତାହା ଉପରେ ଆଲୋକପାତ କରିବା ସହ ଯେତେବେଳ ସମସ୍ତେ ସମ୍ମାନ ତେବେ ଆମ ମହାମହିମ ରାଷ୍ଟ୍ରପତିଙ୍କୁ ଆଦିବାସୀ ମହିଳା କହିବା କେତେଦୂର ଯଥା ସାଧ୍ୟ ପ୍ରଶ୍ନ କରିଥିଲେ । ସମସ୍ତ୍ ଅତିଥି ମାନଙ୍କୁ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟ କ୍ରମକୁ ଜିଲ୍ଲା ସମ୍ପାଦକ ଅନୁବ୍ରତ ବାରାହା ପରିଚାଳନା କରିବା ସହ ନଳିନୀ ପାଣି ଧନ୍ୟବାଦ ଅର୍ପଣ କରିଥିଲେ ।

Popular Articles