
ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଂଚଳରେ ଝାଡ଼ାବାନ୍ତି ରୋଗରେ ଲୋକେ ଆକ୍ରାନ୍ତ

ପାଇକମାଳ (୧୩/୧୧): ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବୁକୁରାମୁଣ୍ତା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିନରେ ଥିବା ଟେମରୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସୋଢ଼ା ଗ୍ରାମରେ ଆଜକୁ ଦୀର୍ଘ ସାତ ଦିନ ହେବ ଝାଡାବାନ୍ତି ରୋଗ ବ୍ୟାପିବାରେ ଲାଗିଛି ।
ଏହି ପରିସ୍ଥିତିକୁ ଆଖି ଆଗରେ ରଖି ବରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର D.P.H.O ଡା. ଚୁଳବତୀ ସାହୁ, ଗୀତାଞ୍ଜଳି ପ୍ରଧାନ, ଗାଁ କଲ୍ୟାଣ ସମିତି କୋଡିନେଟର ମେଡିକାଲ ଅଫିସର ଡଃ ନାରାୟଣ ପଶାୟତ, ପାଇକମାଳ ମେଡିକାଲ ଅଫିସର ଡଃ ମନସ୍ମିତା ଦଲେଇ,ଏସ୍ ଆର ବରଗଡ କୁଞ୍ଜ ବିହାରୀ ଭୋଇ, ବିପିଏମ୍ ବିଜୟ କୁମାର ସରାଫ, ପିଏଚଇଓ ତୁସ୍ କୁମାର ଚନ୍ଦ୍ରକାର,ଏମ୍ ପି ଏଚ ଏସ (ମେଲ) ରବି ମୋହନ ଦାଶ ପ୍ରମୁଖ ସୋଢ଼ା ଗ୍ରାମକୁ ଆଜି ଆସି ଏକ ବିରାଟ ସଭାରେ ଆୟୋଜନ କରି ଜନସାଧାରଣଙ୍କୁ ସଚେତନ କରାଇଥିଲେ । ଆର ବି ଏସ କେର ଦୁଇଟି ଟିମ ସହ ଡାକ୍ତରଖାନା ମାଧ୍ୟମରେ ଦୀର୍ଘ ପାଞ୍ଚ ଦିନ ହେବ କ୍ୟାମ୍ପ କରି ମାଗଣାରେ ଔଷଧ, ଓ ଆର୍ ଏସ୍ ଓ ବ୍କିଚିଙ୍ଗ ପାଉଡର ଗାଁରେ ପକାଇ ଲୋକ ମାନଙ୍କୁ ପରିବେଶ ସଫା ସୁତୁରା ରଖିବାକୁ ପରାମର୍ଶ ଦେଇଛନ୍ତି ।