କାର୍ତ୍ତିକ ପୁର୍ଣିମା ଉପଲକ୍ଷେ ନାଚ ପ୍ରତିଯୋଗିତା

ମୁରିବାହାଲ(୧୨/୧୧): ସ୍ଥାନୀୟ ମୁରିବାହାଲ ବସ୍ତି ଗଣେଶ ପୂଜା କମିଟି ତରଫରୁ କାର୍ତ୍ତିକ ପୁର୍ଣିମା ଉପଲକ୍ଷେ ଡ୍ୟାନ୍ସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା | ମୁଖ୍ୟ ଅତିଥି ଭାବେ ମୁରିବାହାଲ ସାମ୍ବାଦିକ ସଂଘର ଉପସଭାପତି ନିମାଇଁ ଚରଣ ବଘାର ଓ ସମ୍ମାନିତ ଅତିଥି ରୂପେ ଶ୍ରୀପତି ସାଣ୍ଢ, ସମାଜସେବୀ ସୁଦାମ ଚରଣ ବଘାର ଯୋଗଦେଇଥିଲେ |

ବିଚାରକ ଭାବେ ପ୍ରକାଶ କୁମାର ରାଉତ, ସୁଦର୍ଶନ ଦୀପ, ଓ ଲିଲୁ ମୋହନ ପଧାନ ଉପସ୍ଥିତ ଥିଲେ | ଏହି ପ୍ରତିଯୋଗିତା ରେ ୨୦ଗୋଟି ଅଂଶଗ୍ରହଣ କରିଥିଲେ | ବଙ୍ଗୋମୁଣ୍ଡାର ଡ଼ିଏମଏକ୍ସ ଡ୍ୟାନ୍ସ ଗ୍ରୁପ ପ୍ରଥମ ସ୍ଥାନ ଗ୍ରହଣ କରିଥିବା ବେଳେ ୫୪୩୨୧ ଗ୍ରୁପ ମୁରିବାହାଲ ଦ୍ଵିତୀୟ ଓ ଗାଂଭେର ଖୋଲା ଡ୍ୟାନ୍ସ ଗ୍ରୁପ ତୃତୀୟ ସ୍ଥାନ ଅଧିକାର କରିଥିଲେ | କାର୍ଯ୍ୟକ୍ରମକୁ କମିଟିର ସଭାପତି ସୁବାସ ଚନ୍ଦ୍ର ବଘାର ସମ୍ପାଦକ ବିଶ୍ୱ ବିହାରୀ ଯୋଶୀ, କୋଷାଧ୍ୟକ୍ଷ ଭୀମ ପଧାନି, ପିକୁନା ପଧାନ, ସୁଶାନ୍ତ ଭୋଇ, ଅର୍ଜୁନ ପଧାନି, ନିଲୁ କର୍ମୀ, ରାଜେଶ ପଧାନ ପ୍ରମୁଖ ସହଯୋଗ କରିଥିଲେ | ଲିଲୁ ମୋହନ ପଧାନ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ |
ରିପୋର୍ଟ: ଭଗବାନ ମହାନ୍ତି / ନିମାଇଁ ବଘାର

Comments are closed.