Friday, March 29, 2024

Top 5 This Week

Related Posts

ହିମାଚଳପ୍ରଦେଶ ର ନୂଆଁ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ସୁଖବିନ୍ଦର ସିଂହ ସୁଖୁ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୧୧/୧୨) : ହିମାଚଳପ୍ରଦେଶ ର ନୂଆଁ ମୁଖ୍ୟମନ୍ତ୍ରୀ ଭବେ ଆଜି ଶପଥ ନେବେ ସୁଖବିନ୍ଦର ସିଂହ ସୁଖୁ ।

ବହୁ ଅଙ୍କକଷା ପରେ କଂଗ୍ରେସ ସୁଖବିନ୍ଦର ସିଂହ ସୁଖୁଙ୍କ ନାଁରେ ମୋହର ମାରିଛି । ଦଳର ହାଇକମାଣ୍ଡ ନିଜ ହାତକୁ ଦାୟିତ୍ୱ ନେଇ ସୁଖୁଙ୍କୁ ହିମାଚଳ ପ୍ରଦେଶର ନୂଆଁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦେଇଛନ୍ତି । ଆଜି ଅପରାହ୍ଣ ୧.୩୦ମିନିଟ୍‌ରେ ହିମାଚଳପ୍ରଦେଶ ର ନୂଆଁ ମୁଖ୍ୟମନ୍ତ୍ରୀ ଭାବେ ସୁଖବିନ୍ଦର ସିଂହ ସୁଖୁ ମୁଖ୍ୟମନ୍ତ୍ରୀ ପଦର ଶପଥ ନେବେ । ସେହିରପି ମୁକେଶ ଅଗ୍ନିହୋତ୍ରୀ ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ।

ଶିମଲାର ରିଜ୍ ମୈଦାନରେ ଏହି ଶପଥଗ୍ରହଣ ସମାରୋହ ଆୟୋଜିତ ହେବ। ଏହି ଶପଥ ସମାରୋହରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡଗେ, ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ମଧ୍ୟ ସାମିଲ ହେବେ । ସୁଖବିନ୍ଦର ଙ୍କ ପାଖରେ ସବୁଠୁ ଅଧିକ ବିଧାୟକଙ୍କ ସମର୍ଥନ ମଧ୍ୟ ରହିଛି । ବର୍ତ୍ତମାନ ହିମାଚଳ ପ୍ରଦେଶ କଂଗ୍ରେସର କ୍ୟାମ୍ପେନିଂ କମିଟି ମୁଖ୍ୟ ଅଛନ୍ତି ସୁଖବିନ୍ଦର । ହାମିରପୁର ଜିଲ୍ଲାର ନାଦୋନରୁ ତୃତୀୟ ଥର ପାଇଁ ବିଧାୟକ ଅଛନ୍ତି ସୁଖବିନ୍ଦର । କଂଗ୍ରେସର ଷ୍ଟୁଡେଣ୍ଟ ୟୁନିଅନ ଅଫ ଇଣ୍ଡିଆର ସେ ଜଣେ ଆଗ ଧାଡିରେ ସଦସ୍ୟ ମଧ୍ୟ ଥିଲେ ।

ନିର୍ବାଚନ ଫଳାଫଳ ବାହାରିବା ପରେ ପ୍ରଦେଶ କଂଗ୍ରେସ ମୁଖ୍ୟ ପ୍ରତିଭା ସିଂହ ମୁଖ୍ୟମନ୍ତ୍ରୀ ରେସରେ ସବୁଠୁ ଆଗରେ ଥିବା କୁହାଯାଉଥିଲା । ଏପରିକି ତାଙ୍କ ସମର୍ଥକଭାବେ ହାଇକମାଣ୍ଡଙ୍କ ନିକଟରେ ନିଜ ଦାବି ଜଣାଇ ପ୍ରତିଭା ସିଂହଙ୍କ ନାଁ ରେ ମୋହର ମାରିବାକୁ କହିଥିଲେ । ତେବେ ହଠାତ ମୁଖ୍ୟମନ୍ତ୍ରୀ ପଦ ପାଇଁ ଆଶା ମଉଳିବା ପରେ ରେସରୁ ଓହରିଥିଲେ ପ୍ରତିଭା ସିଂହ । ନୂଆଁ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ପରେ ହାଇକମାଣ୍ଡଙ୍କ ନିଷ୍ପତିକୁ ସର୍ବୋପରି ବୋଲି କହିଛନ୍ତି ପ୍ରତିଭା ସିଂହ ।

Popular Articles