Friday, March 29, 2024

Top 5 This Week

Related Posts

ହାଇୱା ରେ ବାଲି ଚୋରା ଚାଲାଣ ବେଳେ ଅଟକାଇଲେ ଗ୍ରାମବାସୀ : ୩୦ ହଜାର ତଣ୍ଡ ଗଣିଲା

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଭଦ୍ରକ, (୧୧/୧୨) : ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ତହସିଲ ଅନ୍ତର୍ଗତ ବୈତରଣୀ ନଦୀର ମଣିନାଥପୁର ବାଲି ଘାଟରୁ ଏକ ହାଇୱା ଯୋଗେ ବେଆଇନ ବାଲି ଚାଲାଣ ହେଉଥିଲା ।

ଏହାକୁ ଷୋଳମପୁର ଛକ ନିକଟରେ ସ୍ଥାନୀୟ ସରପଞ୍ଚ ପରମାନନ୍ଦ ନାୟକଙ୍କ ନେତୃତ୍ୱରେ ଗ୍ରାମବାସୀ ଅଟକାଇଥିଲେ । କାଗଜପତ୍ର ଯାଞ୍ଚ ପରେ ଉକ୍ତ ହାଇୱା ଉପରେ ତହସିଲଦାରଙ୍କ ପକ୍ଷରୁ ୩୦ ହଜାର ୬୫ ଟଙ୍କା ଫାଇନ୍ ପକାଯାଇଥିଲା । ଧରାପଡ଼ିଥିବା ହାଇୱାଟିରେ ଚୋରାରେ ବାଲି ଚାଲାଣ ହେଉଥିବା ନେଇ ଲୋକଙ୍କ ପାଖରେ ପୂର୍ବରୁ ସୂଚନା ପହଞ୍ଚି ଥିଲା । ମଣିନାଥପୁର-ଭଣ୍ଡାରି ପୋଖରୀ ପୂର୍ତ୍ତ ରାସ୍ତାର ଷୋଳମପୁର ଛକ ନିକଟରେ ବାଲି ବୋଝେଇ ହାଇୱାଟି ପହଞ୍ଚିବା ପରେ ଲୋକେ ଏହାକୁ ଅଟକାଇ ନିର୍ଦ୍ଦିଷ୍ଟ କାଗଜପତ୍ର ଦେଖାଇବାକୁ କହିଥିଲେ । କିନ୍ତୁ ଗାଡ଼ି ଡ୍ରାଇଭର କାଗଜପତ୍ର ଦେଖାଇ ପାରି ନଥିଲେ । ଏହା ପରେ ରାଜସ୍ୱ ବିଭାଗ ଓ ପୁଲିସ୍‌କୁ ସୂଚନା ଦେଇଥିଲେ ଲୋକେ ।

ଘଟଣାସ୍ଥଳରେ ଆରଆଇ ଓ ପୁଲିସ୍ ଅଧିକାରୀ ପହଞ୍ଚି ବାଲି ବୋଝେଇ ହାଇୱାଟିକୁ ତହସିଲ କାର୍ଯ୍ୟାଳୟ ପରିସରକୁ ନେଇଥିଲେ । ସେଠାରେ ଏହି ହାଇୱା ଗାଡ଼ ଠାରୁ ୩୦ ହଜାର ୬୫ ଟଙ୍କା ଜରିମାନା ଆଦାୟ କରାଯାଇଥିବା ତହସିଲଦାର ସରୋଜକାନ୍ତ ନାୟକ ସୂଚନା ଦେଇଛନ୍ତି ।

Popular Articles