ଅଭିଭାବକ ଓ ଶିକ୍ଷକଶିକ୍ଷୟତ୍ରିଙ୍କ ବୈଠକ

0
452
ଅଭିଭାବକ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୧୧/୧୨) : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ କ୍ରମେ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ଅଭିଭାବକ ଓ ଶିକ୍ଷକଶିକ୍ଷୟତ୍ରିଙ୍କ ବୈଠକ ଅନୁଷ୍ଠିତ ହୋଇଛି ।

ବିଦ୍ୟାଳୟ ରେ ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ସରକାରଙ୍କ ଏହା ଏକ ଅଭିନବ ପଦକ୍ଷପ ନେଇଛନ୍ତି । ଏଥିରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଦେବେନ୍ଦ୍ର ବଚ୍ଚାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଛାତ୍ରଛାତ୍ରୀ ମାନେ କିପରି ବିଦ୍ୟାଳୟ କୁ ଆସିବେ, ଶ୍ରେଣୀ ଶିକ୍ଷକ ବା ଶିକ୍ଷୟିତ୍ରୀ ଯାହା ଅଧ୍ୟନ କରନ୍ତି ତାହାକୁ ମନ ଦେଇ ଶୁଣି ମନେ ରଖିବା, ଠିକ ସମୟରେ ବିଦ୍ୟାଳୟ କୁ ଆସିବା ଏହିପରି ଛାତ୍ରଛାତ୍ରୀ ଙ୍କ ଉର୍ଣ୍ଣତି ପାଇଁ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ଅର୍ଚ୍ଚନା ମିଶ୍ର, ମମତା କାଡାରୀ,ଏସ.ଗୌରୀ ସନ୍ଧ୍ୟା, ସରିତା ମହାପାତ୍ର, ମନୋଜ କୁମାର ନାଗ ପ୍ରମୁଖ ଶିକ୍ଷକଶିକ୍ଷୟତ୍ରୀ ସମେତ ଅଭିଭାବକ ଉପସ୍ଥିତ ରହିଥିଲେ । ସରକାରଙ୍କ ଏହି ଭଳି କାର୍ଯ୍ୟକ୍ରମକୁ ଅଭିଭାବକ ମହଲରେ ପ୍ରଶଂସା କରିଛନ୍ତି ।